ଆଜିର ମହାସଂଗ୍ରାମରେ ନାଇଟ ରାଇଡର୍ସକୁ ଭେଟିବ ଇଣ୍ଡିଆନ


ଆଇପିଏଲ୍‌ର ଚଳିତ ସଂସ୍କରଣରେ ବୁଧବାର କଲକାତା ନାଇଟ୍‌ ରାଇଡର୍ସ ଦଳର ମୁକାବିଲା ମୁମ୍ବାଇ ଇଣ୍ଡିଆନ୍‌ସ ସହ ହେବ। ଚଳିତ ସଂସ୍କରଣରେ କୋଲକତା ଦଳ ନିଜର ପ୍ରଥମ ମ୍ୟାଚ୍‌ ଖେଳିବାକୁ ଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍‌ ଦଳ ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନଇ ସୁପର କିଙ୍ଗ୍‌ସ ଦଳ ଠାରୁ ପରାସ୍ତ ହୋଇଥିଲା।
କୋଲକତା ଦଳ ପ୍ରଥମ ମ୍ୟାଚ୍‌ ଜିତି ନିଜ ଅଭିଯାନ ଆରମ୍ଭ କରିବାକୁ ଆଶା ରଖିଥିବା ବେଳେ ପ୍ରଥମ ମ୍ୟାଚ୍‌ରେ ହାରିଥିବା ମୁମ୍ବାଇ ଦଳ ନିଜ ଦ୍ୱିତୀୟ ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲରେ ଖାତା ଖୋଲିବାକୁ ଚାହିଁବ। କୋଲକତା ଦଳର ନେତୃତ୍ୱ ନେଉଛନ୍ତି ଦିନେଶ କାର୍ତ୍ତିକ। ଏହି ଦଳରେ ରହିଛନ୍ତି ଦ୍ରୁତ ବୋଲର ପ୍ୟାଟ୍‌ କମିନ୍‌ସ। ଗତ ଆଇପିଏଲ୍‌ ଖେଳାଳି ନିଲାମରେ କମିନ୍‌ସଙ୍କୁ ସବୁଠାରୁ ଅଧିକ ଅର୍ଥରେ କୋଲକତା ଦଳ କିଣିଥିବାରୁ ତାଙ୍କ ଠାରୁ ମ୍ୟାଚ୍‌ ବିଜୟୀ ପ୍ରଦର୍ଶନର ଆଶା ରଖିଛି। ସେହିପରି ଦଳରେ ଲୋକି ଫର୍ଗୁସନ୍‌ଙ୍କ ପରି ଦ୍ରୁତ ବୋଲର ଅଛନ୍ତି। ସ୍ପିନର ଭାବେ ଦଳରେ ରହିଛନ୍ତି ସୁନୀଲ ନାରାୟଣ ଓ କୁଲଦୀପ ଯାଦବ। ସୁନୀଲ ଜଣେ ଚତୁର ବୋଲର ସହ ଆବଶ୍ୟକ ହେଲେ ବ୍ୟାଟିଂ ଓପନ୍‌ କରି ଦ୍ରୁତଗତିରେ ରନ୍‌ ସଂଗ୍ରହ କରିବାକୁ ସିଦ୍ଧହସ୍ତ। ଅନ୍ୟପକ୍ଷରେ କୁଲଦୀପ ଆଇପିଏଲ୍‌ର ଗତ ସଂସ୍କରଣରେ ଆଶାନୁରୂପ ପ୍ରଦର୍ଶନ କରିନଥିବାରୁ ଚଳିତ ସଂସ୍କରଣରେ ଭଲ ପ୍ରଦର୍ଶନ କରିବାକୁ ନିଶ୍ଚିତ ଭାବେ ଚାହିଁବେ। ଦଳରେ ରହିଛନ୍ତି ବିସ୍ଫୋରକ ଅଲରାଉଣ୍ଡର ଆଣ୍ଡ୍ରୁ ରସେଲ୍‌। ରସେଲ୍‌ ଯଦି ବିସ୍ଫୋରକ ବ୍ୟାଟିଂ କରନ୍ତି ତେବେ କଲକାତା ଦଳ ସହଜ ବିଜୟ ହାସଲ କରିବ। ଏହି ଦଳରେ ଭାରତୀୟ ଯୁବ ବ୍ୟାଟସମ୍ୟାନ୍‌ ଶୁଭମ‌ ଗିଲ୍‌ ରହିଛନ୍ତି। ଶୁଭମ ଦଳ ତରଫରୁ ବ୍ୟାଟିଂ ଓପନ୍‌ କରିବା ନିଶ୍ଚିତ ଥିବା ବେଳେ ସେ କିପରି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟପକ୍ଷରେ ମୁମ୍ବାଇ ଦଳ ପ୍ରଥମ ମ୍ୟାଚ୍‌ରେ ହାରିଥିବାରୁ ଦ୍ୱିତୀୟ ମ୍ୟାଚ୍‌ରେ ଏହି ଦଳର ଖେଳାଳିମାନେ ନିଜ ପ୍ରଦର୍ଶନରେ ନିଶ୍ଚିତ ଭାବେ ଉନ୍ନତି ଆଣିବାକୁ ଚାହିଁବେ। ବିଶେଷ କରି ଅଧିନାୟକ ରୋହିତ ଶର୍ମା, ହାର୍ଦିକ ଓ କ୍ରୁନାଲ୍‌ ପାଣ୍ଡ୍ୟାଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଦଳର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍‌ଟ ଓ ବୁମରାଙ୍କ ଠାରୁ ମଧ୍ୟ ଦଳ ଅଧିକ ପ୍ରଭାବୀ ପ୍ରଦର୍ଶନର ଆଶା ରଖିଥିବ।


Share It

Comments are closed.