ଆଜିର ମହାସଂଗ୍ରାମରେ ନାଇଟ ରାଇଡର୍ସକୁ ଭେଟିବ ସୁପର କିଙ୍ଗସ


କୋଲକାତା ନାଇଟ୍ ରାଇଡର୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୨୧ ତମ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯିବ। ଆପଇିଏଲରେ ଦୁଇ ଦଳ ମଧ୍ୟରେ ୨୦ଟି ମୁକାବିଲା ହୋଇଛି। ଏଥିରୁ ଚେନ୍ନାଇ ୧୩ଟି ମ୍ୟାଚ୍ ଜିତିଥିବା ବେଳେ କୋଲକାତା ୭ଟିରେ ବିଜୟୀ ହୋଇଛି।

କେକେଆର ଲିଗ୍‌ରେ ନିଜର ପ୍ରଥମ ମ୍ୟାଚ୍‌ରେ ମୁମ୍ଵାଇ ଇଣ୍ଡିଆନ୍ସ ହାତରୁ ପରାଜିତ ହେବା ପରେ କ୍ରମାଗତ ଦୁଇଟି ମ୍ୟାଚ୍ ଜିତି ପ୍ରତ୍ୟାବର୍ତ୍ତନ କରିଥିଲା। ପ୍ରଥମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ପରେ ରାଜସ୍ଥାନ ରୟାଲ୍ସକୁ ମାତ୍ ଦେଇଥିଲା। ହେଲେ ଚତୁର୍ଥ ମ୍ୟାଚ୍‌ରେ ଦଳକୁ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜିତ ହୋଇଥିଲା। କେକେଆର ଦଳ ପାଇଁ ନୀତିଶ ରାଣା, ଇଅନ ମୋର୍ଗାନ ଓ ରାହୁଲ ତ୍ରିପାଠୀ ଭଲ ଫର୍ମରେ ଅଛନ୍ତି। ଏହି ବ୍ୟାଟସମ୍ୟାନଙ୍କ ଦମ୍‌ରେ ଦଳ ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ ଦଳ ବିଜୟର ନିକଟତର ହୋଇଥିଲା।

ଅନ୍ୟପଟେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ଵାଧୀନ ଚେନ୍ନାଇ ସୁପରକିଙ୍ଗ୍ସ ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। ଏହା ପରେ ଲିଗ୍‌ରେ କ୍ରମାଗତ ତିନୋଟି ମ୍ୟାଚ୍‌ରେ ଦଳ ପରାଜିତ ହୋଇଥିଲା। ହେଲେ ଦଳ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ୧୦ ଓ୍ଵିକେଟ୍ ହରାଇ ମନୋବଳକୁ ଦୃଢ କରିଛି। ଶୃଙ୍ଖଳାରେ ୫ଟି ମ୍ୟାଚ୍‌ରୁ ଦଳ ଦୁଇଟିରେ ବିଜୟୀ ହୋଇଛି।

ସେନ ଓ୍ଵାଟସନ ଓ ଫାଫ ଡୁପ୍ଲେସିସ୍‌ଙ୍କ ଦମଦାର ବ୍ୟାଟିଂରେ ଚେନ୍ନାଇ ଗତ ମ୍ୟାଚ୍‌ରେ ପଞ୍ଜାବକୁ ୧୦ ଓ୍ଵିକେଟ୍‌ରେ ପରାସ୍ତ କରିଥିଲା। ଏ ପର୍ଯ୍ୟନ୍ତ ତିନି ଥରର ଆଇପିଏଲ ବିଜେତା ଚେନ୍ନାଇ ନିଜର ଖ୍ୟାତି ମୁତାବକ ପ୍ରଦର୍ଶନ କରିବାରେ ବିଫଳ ହୋଇଛି। ଫାଫ ଡୁପ୍ଲେସିସ୍‌ଙ୍କୁ ଛାଡି ଦେଲେ ବାକି କୌଣସି ବ୍ୟାଟସମ୍ୟାନ ନିରନ୍ତର ଭଲ ପ୍ରଦର୍ଶନ କରି ପାରିନାହାନ୍ତି।

କୋଲକାତା ଦଳରେ ସବୁଠୁ ବଡ ଚିନ୍ତା ଅଧିନାୟକ ଦିନେଶ କାର୍ତ୍ତିକଙ୍କ ଖରାପ ପ୍ରଦର୍ଶନ। କାର୍ତ୍ତିକଙ୍କ ବ୍ୟାଟିଂ କ୍ରମକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ବିଶେଷଜ୍ଞଙ୍କ ଅନୁଯାୟୀ କାର୍ତ୍ତିକଙ୍କୁ ଇଅନ ମୋର୍ଗାନଙ୍କ ପରେ ବ୍ୟାଟିଂ କରିବାକୁ ଆସିବା ଉଚିତ୍। ଓପନିଂରେ ସୁନିଲ ନାରିନେ କିଛି ଖାସ୍ କରି ପାରି ନାହାନ୍ତି। ଦଳ ଏହା ଉପରେ ବିଚାର କରୁଥିବା କୁହାଯାଇଛି।

 


Share It

Comments are closed.