ଆରସିବିର ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଖେଳାଳୀ କ୍ୱାରେଣ୍ଟାଇନରେ ରହିବେ ନାହିଁ


ଆଇପିଏଲ୍‌-୧୩ରେ ଭାଗ ନେବାକୁ ଥିବା ସମସ୍ତ ଖେଳାଳି ଓ ଷ୍ଟାଫ୍‌ଙ୍କ ପାଇଁ ସଙ୍ଗରୋଧ ନିୟମ ବାଧ୍ୟତାମୂଳକ ରହିଛି । କିନ୍ତୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କ ଲାଗି ଏହି ନିୟମର ଆବଶ୍ୟକତା ନାହଁ ବୋଲି କହିଛନ୍ତି ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଅଧ୍ୟକ୍ଷ ସଞ୍ଜୀବ ଚୁଡ଼ିୱାଲା।

ସେ କହିଛନ୍ତି, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳି ପୂର୍ବରୁ ଜୈବ ସୁରକ୍ଷା ବଳରେ ରହିଛନ୍ତି । ତେଣୁ ସେମାନଙ୍କୁ ସଙ୍ଗରୋଧରେ ରଖିବାର ଆବଶ୍ୟକତା ନାହିଁ । ଆମେ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଚାଟାର୍ଡ ବିମାନ ପଠାଇ ୟୁଏଇ ଆଣିପାରିବା । କିନ୍ତୁ ସେମାନେ କୋଭିଡ-୧୯ ପରୀକ୍ଷା ଦେବାକୁ ବାଧ୍ୟ । ୟୁଏଇରେ ପହଞ୍ଚିବା ପରେ କୋଭିଡ-୧୯ ପରୀକ୍ଷା ହେବ ।

ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ବିମାନ ପଠାଯିବାର କାର୍ଯ୍ୟକ୍ରମ ରହିଛି । ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳି ଆସନ୍ତା ୧୭ରେ, ଦକ୍ଷିଣ ଆଫ୍ରିକା ଖେଳାଳି ୨୨ ତାରିଖ, ଶ୍ରୀଲଙ୍କା ଖେଳାଳି ୧ ତାରିଖରେ ଦଳ ସହ ଯୋଗ ଦେବେ । ସେହିପରି କୋହଲିଙ୍କ ଆର୍‌ସିବି ଦଳ ଦୁବାଇ ସ୍ଥିତ ୱାଲଡର୍ଫ ହୋଟେଲରେ ରହିବେ ବୋଲି ସଞ୍ଜୀବ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଆର୍‌ସିବି ଦଳରେ ଆରୋନ ଫିଞ୍ଚ, ମୋଇନ୍‌ ଅଲି, ଡି’ଭିଲର୍ସ, କ୍ରିସ୍‌ ମୋରିସ୍‌ ଓ ଡେଲ୍‌ ଷ୍ଟେନଙ୍କ ଭଳି ତାରକା ଖେଳାଳି ରହିଛନ୍ତି ।


Share It

Comments are closed.