ନେଟ ପ୍ରାକ୍ଟିସରେ ଯୁବରାଜ ଦେଖାଇଲେ ଦମ, ଦେଖନ୍ତୁ ଭିଡିଓ


ଆଇପିଏଲ ୧୧ତମ ସଂସ୍କରଣ ୨୩ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଥିବାବେଳେ ଭାରତୀୟ କ୍ରିକେଟ ଦଳର ବିସ୍ପୋଟକ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ ବର୍ତ୍ତମାନ ଆଇପିଏଲ ୨୦୧୯ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଯୁବରାଜଙ୍କୁ, ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ୧ କୋଟିରେ କିଣାଯାଇଥିବାବେଳେ ବର୍ତ୍ତମାନ ସେ ନିଜ ଅଭ୍ୟାସ ଉପରେ ଧ୍ୟାନ କେନ୍ଦ୍ରିତ କରୁଛନ୍ତି ।

ତେବେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଚାଲିଥିବା ନେଟ୍ସ ସମୟରେ ଯୁବରାଜ ଏକ ହେଲିକ୍ୟାପ୍ଟର ସଟ ମାରିଥିଲେ, ଯାହାକୁ ଦେଖି ବର୍ତ୍ତମାନ ତାଙ୍କ ପ୍ରଶଂସକଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ଯୁବରାଜ ନିଜ ପୁରୁଣା ଲୟକୁ ପୁଣି ଥରେ ଫେରି ଆସି ଅଫ ସ୍ପିନ ବଲରେ ଏଭଳି ଏକ ହେଲିକ୍ୟାପ୍ଟର ସଟ ମାରିଥିଲେ, ଯାହାକି ଅତ୍ୟନ୍ତ ପ୍ରଶଂସନୀୟ ଏବଂ ଦେଖିବା ଯୋଗ୍ୟ ଅଟେ । ପୂର୍ବରୁ ଧୋନିଙ୍କୁ କେବଳ ହେଲିକ୍ୟାପ୍ଟର ସଟ ମାରିବାର ଦେଖିବାକୁ ମିଳୁଥିବାବେଳେ ଏବେ ଯୁବାରଜ ମଧ୍ୟ ସେଥିରୁ ବାଦ ପଡିନାହାନ୍ତି । ଆଇପିଏଲକୁ ଅଳ୍ପ କିଛି ଦିନ ବାକି ରହିଯାଇଥିବାବେଳେ ତେବେ ସମୟ କହିବ ଯୁବରାଜ କରୁଥିବା ଅଭ୍ୟାସ ଦ୍ୱାରା ଟିମକୁ କେତେ ଫାଇଦା ମିଳୁଛି ।


Share It

Comments are closed.