ଚଳିତ ଆଇପିଏଲରେ ନିଲାମ ନହେବା ହେତୁ କ୍ଷୋଭ ପ୍ରକାଶ କଲେ ମନୋଜ


ଆଇପିଏଲ ୨୦୧୯ ନିଲାମୀ ପ୍ରକ୍ରିୟାରେ ଗତ କାଲି ବାକି ରହି ଯାଇଥିବା କେତେକ ଖେଳାଳୀଙ୍କ ମଧ୍ୟରୁ ୧୨ ଜଣ ଖେଳାଳୀଙ୍କୁ ବିଭିନ୍ନ ଫ୍ରାଞ୍ଚାଇଜ କିଣିଥିଲେ । ଏହି ନିଲାମୀ ପ୍ରକ୍ରିୟାରେ ଏଭଳି କେତେକ ସୁନାମଧନ୍ୟ ଖେଳାଳୀ ରହିଯାଇଛନ୍ତି, ଯାହାଙ୍କୁ କୌଣସି ଫ୍ରାଞ୍ଚାଇଜ ମଧ୍ୟ କିଣି ନାହାନ୍ତି । ନିଲାମୀ ହୋଇନଥିବା ଖେଳାଳୀଙ୍କ ମଧ୍ୟରେ ଭାରତ ସମେତ ଅନେକ ବିଦେଶୀ ଖେଳାଳୀ ମଧ୍ୟ ଅଛନ୍ତି । ଏହି ନିଲାମୀ ପ୍ରକ୍ରିୟାରେ ଭାରତ ତରଫରୁ ୧୪ଟି ଦିନିକିଆ ଖେଳିସାରିଥିବା ମନୋଜ ତିୱାରୀଙ୍କୁ ମଧ୍ୟ କେହି କିଣି ନାହାନ୍ତି ।
ତାଙ୍କୁ କୌଣସି ଦଳ ନ କିଣିବା ଦୁଃଖରେ, ସେ ସୋସିଆଲ ମିଡିଆରେ ଏକ କୋହଭରା ମନ୍ତବ୍ୟ ମଧ୍ୟ ଦେଇଛନ୍ତି ।

ସେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ନିଜ ଟ୍ୱିଟର ଆକାଉଣ୍ଟରେ ଏହା ଲେଖିଛନ୍ତି ଯେ, “ ଏହା ଦେଖି ଆଶ୍ଚର୍ଯ୍ୟ ଲାଗୁଛି ଯେ, ୧୪ଟି ମ୍ୟାଚ ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟରୁ ବାହାରିବା ପୂର୍ବରୁ ମୁଁ ଦେଶ ପାଇଁ ଗୋଟିଏ ଶତକ ଲଗାଇବା ସହ ମ୍ୟାନ ଅଫ ଟି ମ୍ୟାଚ ମଧ୍ୟ ହାସଲ କରିଛି । ଏବଂ ଦେଖନ୍ତୁ ୨୦୧୭ ଆଇପିଏଲ ଅବସରରେ ମୁଁ ହାସଲ କରିଥିବା ଏହି ଆୱାର୍ଡ ଗୁଡିକୁ ଏବଂ ଏହା ପରେ ମୋର କେଉଁଠି ଭୁଲ ରହିଲା ତାହା ମୁଁ ଭାବୁଛି ? ”
ମନୋଜ ତିୱାରୀ ଆଇପିଏଲରେ ସମୁଦାୟ ୯୮ଟି ମ୍ୟାଚ ଖେଳିଛନ୍ତି, ଯେଉଁଥିରେ ସେ ୧୬୯୫ ରନ ସଂଗ୍ରହ କରିଛନ୍ତି । ଚଳିତ ବର୍ଷ ସେ କିଙ୍ଗସ ଏକାଦଶ ପଞ୍ଜାବ ଅଧିନାୟକ ଥିଲେ ଯେଉଁଥିରେ ସେ ୫ଟି ମ୍ୟାଚ ଖେଳି ମାତ୍ର ୪୭ ରନ ସଂଗ୍ର୍ରହ କରିଥିଲେ । ଏହା ପୂୂର୍ବରୁ ୨୦୧୭ରେ ମନୋଜ ପୁଣେ ତରଫରୁ ଖେଳିଥିଲେ, ଯେଉଁଥିରେ ସେ ୧୫ ଟି ମ୍ୟାଚ ଖେଳି ୩୨୪ ରନ ସଂଗ୍ରହ କରିଥିଲେ ।
ମନୋଜ ତିୱାରୀଙ୍କ ସମେତ ଚେତେସ୍ୱର ପୂଜାରା, ସନ ମାର୍ସ, ଆଞ୍ଜେଲୋ ମାଥ୍ୟୁସ, ଉସମାନ ଖୌଜା, ମୋନି ମର୍କଲ ଆଦି ଖେଳାଳୀଙ୍କୁ କୌଣସି ବି ଦଳ କିଣି ନାହାନ୍ତି ।


Share It

Comments are closed.