ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା, ମୃତକଙ୍କ ପରିବାରକୁ ମିଳିବ ୮ ଲକ୍ଷ ଟଙ୍କା


ପେଟ୍ରୋଲ ପମ୍ପ ବିସ୍ଫୋଣରେ ମୃତକ ପରିବାରକୁ ୮ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲା ଆଇଓସିଏଲ୍। ସେହିପରି ଗୁରୁତରଙ୍କ ପରିବାରକୁ ୪ ଲକ୍ଷ ଏବଂ ଆହାତମାନଙ୍କ ପରିବାରକୁ ଏକ ଲକ୍ଷ ଟଙ୍କାର କ୍ଷତି ପୂରଣ ଘୋଷଣା କରାଯାଇଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ ପରେ ଆଇଓସିଏଲ ଏହି ସହାୟତା ରାଶି ଘୋଷଣା କରିଛି। ମିଳିଥିବା ସୂଚନା ଏହି ବଡ ଧରଣ ବିସ୍ଫୋରଣରେ ୧୦/୧୨ ଆହାତ ହୋଇଥିବା ବେଳେ ୪/୫ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ଏପରି କି ସେହି ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଥିବା ସାନଖେମୁଣ୍ଡିର ସତ୍ୟଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ଆହାତ ଏବଂ ଗୁରୁତର ସମସ୍ତ ଚିକିତ୍ସା ମାଗଣାରେ ଚାଲିଛି।


Share It

Comments are closed.