ନୋକିଆ ୧୦୬ ଫିଚର ଫୋନର ଶୁଭାରମ୍ଭ


ଏଚଏମଡ଼ି ଗ୍ଲୋବାଲ ପକ୍ଷରୁ ଏହାର ଫୋନ୍ ସୃଙ୍ଖଳାକୁ ସମ୍ପ୍ରସାରଣ କରିବାକୁଯାଇ ନୋକିଆ ୧୦୬ ଫିଚର ଫୋନର ଶୁଭାରମ୍ଭ କରାଯାଇଛି । ଉକ୍ତ ନୂତନ ଫୋନ୍ ଦିର୍ଘସ୍ଥାୟୀ ବ୍ୟାଟେରୀ ଲାଇଫ୍ ସହିତ ସରଳ ଏବଂ ବ୍ୟବହାରଯୋଗ୍ୟ ମୂଲ୍ୟରେ ଉପଲବ୍ଧ । ନୋକିଆ ୧୦୬ ଭାରତରେ ଡ଼ାର୍କ ଗ୍ରେ ରଙ୍ଗରେ ମାତ୍ର ୧୨୯୯/- ଟଙ୍କାରେ ମୋବାଇଲ ବିପଣନ କେନ୍ଦ୍ର ଏବଂ ନୋକିଆ.କମ୍/ଫୋନରେ ଉପଲବ୍ଧ ହେଉଛି । ଏଥିରେ ଥିବା ପ୍ରମୁଖ ବୈଶିଷ୍ଟ୍ୟ ଗୁଡ଼ିକ ମଧ୍ୟରେ ରହିଛି ପଲିକାର୍ବୋନେଟ୍ ବଡ଼ି, ଏଲଇଡ଼ି ଟର୍ଚ୍ଚ, ଏଫଏମ ରେଡ଼ିଓ ତଥା ୨୦୦୦ ପର୍ଯ୍ୟନ୍ତ କଣ୍ଟାକ୍ଟ ସେଭ୍ କଲାପରି ଏବଂ ୫୦୦ ଟି ମେସେଜ୍ ଷ୍ଟୋର କଲାପରି କ୍ଷମତା ବହନ କରିଛି । ଏହାକୁ ମାତ୍ର ଗୋଟିଏ ଥର ଚାର୍ଜରେ ୧୫.୭ ଘଣ୍ଟା ପର୍ଯ୍ୟନ୍ତ ଟକ୍ ଟାଇମ ଏବଂ ୨୧ ଦିନ ପର୍ଯ୍ୟନ୍ତ ଷ୍ଟାଣ୍ଡବାଏ ଟାଇମ ପ୍ରଦାନ କରିଥାଏ ।
ଏହି ପରିପ୍ରେକ୍ଷୀରେ ଏଚଏମଡ଼ି ଗ୍ଲୋବାଲ ପକ୍ଷରୁ ଏହାର ଉପସଭାପତି ଏବଂ ଦେଶ ମୂଖ୍ୟ, ଶ୍ରୀଯୁକ୍ତ ଅଜୟ ମେହେତା କହିଛନ୍ତିଯେ, “ଫିଚର ଫୋନ୍ ବଜାର ଦୃଷ୍ଟିରୁ ଭାରତ ହେଉଛି ବହୁତ ଗୁରୁତ୍ୱପୁର୍ଣ୍ଣ ବଜାର । ଏଠାରେ ଗ୍ରାହକମାନେ ଅନନ୍ୟ ବ୍ୟାଟେରୀ ଲାଇଫ୍, ବ୍ୟବହାର କରିବାରେ ସହଜ ଏବଂ ନୋକିଆପରି ଏକ ବିଶ୍ୱାସଯୋଗ୍ୟ ବ୍ରାଣ୍ଡର ସ୍ଥାୟିତ୍ୱ ଉପରେ ଭରଷା କରିଥାନ୍ତି । ଆମ୍ଭେମାନେ ଆମର ଫିଚର ଫୋନ୍ ସୃଙ୍ଖଳାରେ ନୋକିଆ ୧୦୬କୁ ସଂଯୋଗକରି ଅତ୍ୟନ୍ତ ଆନନ୍ଦିତ ଏବଂ ଏହା ଆମର ଲକ୍ଷ ଲକ୍ଷ ଗ୍ରାହକ ମାନଙ୍କ ଆବଶ୍ୟକତାକୁ ପୂରଣ କରିପାରିବବୋଲି ଆମର ବିଶ୍ୱାସ ।”


Share It

Comments are closed.