ଆର୍ନ୍ତଜାତୀୟ ଯୋଗ ଦିବସରେ ଜାଣନ୍ତୁ ଦୈନନ୍ଦିନ ଜାବନରେ ଯୋଗର କଣ ରହିଛି ମହତ୍ତ୍ୱ

Share It

ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ଯୋଗର ଗୁରୁତ୍ୱ ଏବଂ ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଆର୍ନ୍ତଜାତୀୟ ଯୋଗ ଦିବସର ପାଳନ କରାଯାଇଥାଏ । ଯୋଗ ଉଭୟ ଶାରିରୀକ ଏବଂ ମାନସିକ ସନ୍ତୁଳନ ରଖିବାରେ ସାହାଯ୍ୟ କରିଥାଏ । ବହୁ ଅଭିନେତା ଅଭିନେତ୍ରୀ ଯୋଗ ଆସନ ଦ୍ୱାରା ନିଜକୁ ଫିଟ ରଖିଥିବା ବେଳେ ବହୁ ବୟସ୍କ ବ୍ୟକ୍ତି ନିଜକୁ ଯୋଗ ଦ୍ୱାରା ନିରୋଗୀ ଏବଂ ଦୀର୍ଘାୟୁ କରିପାରିଛନ୍ତି । ବହୁ ପୁରାତନ କାଳରୁ ଯୋଗ ଏକ ରାମବାଣ ପରି କାର୍ଯ୍ୟ କରିଆସୁଛି । ଯୋଗ ପ୍ରତ୍ୟେକଙ୍କ ମଧ୍ୟରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ବିନା ସକରାତ୍ମକ ପ୍ରଭାବ ପକାଇଥାଏ ଏବଂ ମନରୁ ନକରାତ୍ମକ ଭାବନା ଦୂର କରିଥାଏ । ଯୋଗରେ ଥିବା ପ୍ରତ୍ୟେକ ଆସନର ବିଭିନ୍ନ ମହତ୍ୱ ଏବଂ ଉପକାରିତା ସମସ୍ତଙ୍କୁ ଭିନ୍ନ ଏକ ଆତ୍ନ ବିଶ୍ୱାସ ପ୍ରଦାନ କରିଥାଏ ।

ଯୋଗ କରିବା ଦ୍ୱାରା ବିଭିନ୍ନ ରୋଗରୁ ଉପଶମ ମିଳିବା ସହିତ ଆପଣ ବିଭିନ୍ନ ପ୍ରକାରର କଠିନ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ । ପ୍ରତିଦିନ ଯୋଗର ଅଭ୍ୟାସ ଆପଣଙ୍କ ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗକୁ ନିରୋଗ କରିଥାଏ । ଏହି ଦିବସକୁ ପାଳନ କରିବା ପାଇଁ ପ୍ରାୟତଃ ଦେଶର ବିଭିନ୍ନ ସ୍ଥାନରେ ଲୋକମାନେ ଏକତ୍ର ହୋଇ ବିଭିନ୍ନ ଯୋଗ ଆସନର ଅଭ୍ୟାସ କରିଥାନ୍ତି ।

ପ୍ରତିଦିନ ଆପଣ ଯୋଗ ଆସନ ଦ୍ୱାରା ଉଚ୍ଚ ରକ୍ତ ଚାପ, ଡାଇବେଟିସ, ଥଣ୍ଡା କାଶ, ପେଟ ଜନିଜ ସମସ୍ୟା, ଆର୍ଥାଇଟିସ ଏବଂ ମହିଳାମାନଙ୍କର ବିଭିନ୍ନ ପ୍ରକାରର ଅସୁବିଧାର ସମାଧାନ ହୋଇଥିବା ପ୍ରମାଣିତ ହୋଇଛି । ଚଳିତ ବର୍ଷ ବିଶ୍ୱର ଅଷ୍ଟମ ଆର୍ନ୍ତଜାତୀୟ ଯୋଗ ଦିବସ ରୂପେ ପାଳିତ ହେବ ।  ଆର୍ନ୍ତଜାତୀୟ ଯୋଗ ଦିବସର ବିଚାର ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁନାଇଟେଡ ନେସନ ଜେନେରାଲ ଆସେମ୍ବଲି (ୟୁଏନଜିଏ)ରେ ସେପ୍ଟେମ୍ବର ୨୭, ୨୦୧୪ରେ  ଆଗତ କରିଥିଲେ । ଏହା ପରେ ଜୁନ ୨୧, ୨୦୧୫କୁ ୟୁନାଇଟେଡ ଜେନେରାଲ ଆସେମ୍ବଲି ଆର୍ନ୍ତଜାତୀୟ ଯୋଗ ଦିବସ ବୋଲି ଘୋଷଣା କରିଥିଲେ ।

କରୋନା ମହାମାରି ସମୟରେ ବ୍ୟକ୍ତଙ୍କ ମଧ୍ୟରେ କେବଳ ଶାରିରୀକ ଯନ୍ତ୍ରଣା ନୁହେଁ ବରଂ ମାନସିକ ଚାପ ମଧ୍ୟ ରହିଥିଲା ଯାହା ଲୋକେ ଘରେ ବସି ଯୋଗ ଆସନ ଦ୍ୱାରା ସମାଧାନ କରିଥିବାର ପ୍ରମାଣ ରହିଛି । ଚଳିତ ବର୍ଷ ଆର୍ନ୍ତଜାତୀୟ ଯୋଗ ଦବିସର ବିଷୟ ବସ୍ତୁ ‘ୟୋଗା ଫର ହ୍ୟୁମାନିଟି’ ରଖାଯାଇଛି । ଯୋଗ ଆସନ ଶରୀରର ସ୍ୱାସ୍ଥ୍ୟକୁ ବିକଶିତ କରିବା ସହିତ ମାନସିକ ଚାପରୁ ମୁକ୍ତି ପ୍ରଦାନ କରିଥାଏ । ଯୋଗ ସକାଳେ ଖାଲି ପେଟରେ କରିବା ଦ୍ୱାରା ଅଧିକ ସୁଫଳ ମିଳିଥାଏ । ଆପଣ ଯେତେ ସମ୍ଭବ ଖାଲି ପେଟରେ ଯୋଗ କରନ୍ତୁ ଏବଂ ଏହା ଦ୍ୱାରା ମନାସିକ ଶକ୍ତି ଏବଂ ଆତ୍ମବିଶ୍ୱାସର ବୃଦ୍ଧି କରନ୍ତୁ ।


Share It

Comments are closed.