ବିଶ୍ୱ ଜଳ ଦିବସ


ସଂପ୍ରତି ଯେଭଳି ଭାବେ ଜଳସଂଙ୍କଟ ଦେଖାଦେଲାଣି, ଆଉ କେତେ ବର୍ଷ ପରେ ତୈଳ ଦାମ ଠାରୁ ଜଳର ଦାମ ଅଧିକ ହୋଇଯିବ । ତୈଳକୁ ନେଇ ବିଶ୍ୱରେ ଯୁଦ୍ଧ ହୋଇସାରିଛି । ଆଗାମୀ ଦିନରେ ଜଳକୁ ନେଇ ବିଶ୍ୱରେ ଯୁଦ୍ଧ ହେବାର ଆଶାଙ୍କା ରହିଛି ବୋଲି ପରିବେଶବିତ ଓ ବୈଜ୍ଞାନିକମାନେ କହିଛନ୍ତି ।

ମାନବ କଲ୍ୟାଣର ମୂଳ ଆଧାର ହେଉଛି ଜଳ । ସମସ୍ତ ବିଶ୍ୱବାସୀଙ୍କୁ ମଧୁର ଜଳର ଗୁରୁତ୍ୱ ଉପରେ ସଚେତନ କରାଇବା ନିମନ୍ତେ ଜାତିସଂଘ ପକ୍ଷରୁ ମାର୍ଚ୍ଚ ୨୨ତାରିଖକୁ ‘ବିଶ୍ୱ ଜଳ ଦିବସ ’ ରୂପେ ପାଳନ କରାଯାଉଛି । ଲୋକମାନେ ମଧୁର ଜଳର ମହତ୍ତ୍ୱକୁ, ଆବଶ୍ୟକତା ଓ ବିଶ୍ୱ ଜଳ ସଂରକ୍ଷଣର ବାସ୍ତବିକତା କ୍ରିୟାକଳାପକୁ ପ୍ରୋତ୍ସାହନ ଦେବା ପାଇଁ ଏ ବିଷୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଏହି ଦିବସକୁ ପାଳନ କରାଯାଉଛି । ଜଳ ଆମର ସବୁଠାରୁ ମୂଲ୍ୟବାନ ପ୍ରାକୃତିକ ବନ୍ଧୁ । ଆମ ଦୈନଦିନ କାର୍ଯ୍ୟ ତଥା ଆମର ସବୁ କରିବାରେ ଜଳ ଏକାନ୍ତ କାମ୍ୟ । ତେଣୁ ସାରା ଦେଶରେ ଜଳ ଦିବସକୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯାଉଛି । ଯେଭଳି ଭିଜୁଆଲ, ଆର୍ଟ, ବିଭିନ୍ନ ପ୍ରକାର ନାଟକ, ସଂଗୀତାତ୍ମକ ଉତ୍ସବ, ଜଳ ପ୍ରବନ୍ଧନ, ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଚର୍ଚ୍ଚା, ଟିଭି ରେଡିଓ ବା ଇଣ୍ଟରନେଟ ମାଧ୍ୟମରେ ଜଳ ସଂରକ୍ଷଣ ଉପାୟ ଓ ତା’ର ମହତ୍ୱ ଉପରେ ଆଧାରିତ ଶିକ୍ଷଣୀୟ କାର୍ଯ୍ୟକ୍ରମ ଇତ୍ୟାଦି । ନୀଳ ରଙ୍ଗର ଜଳ ବୁନ୍ଦା ଆକୃତି ‘ବିଶ୍ୱ ଜଳ ଦିବସର’ ମୁଖ୍ୟ ଚିହ୍ନ । ଚଳିତ ବର୍ଷ ଜଳ ଦିବସର ଥୀମ ହେଉଛି ‘ୱେଷ୍ଟ ୱାଟର’ ।

ଆମର ପ୍ରକୃତ ଜୀବନରେଖା ଥିବା ଜଳ ସଂପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବା ସହ ଏହାର ଅପବ୍ୟବହାରକୁ ରୋକିବା ପାଇଁ ମାର୍ଚ୍ଚ ୨୨କୁ ବିଶ୍ୱ ଜଳ ଦିବସ ଘୋଷଣା କରାଯାଇଛି


Share It

Comments are closed.