ଗୌରୀଙ୍କୁ ପାଇବା ପାଇଁ ୫ ବର୍ଷ ହିନ୍ଦୁ ହୋଇ ରହିଥିଲେ ଶାହାରୁଖ


ଯଦି କୌଣସି ଜିନିଷକୁ ତୁମେ ପୂରା ନିଷ୍ଠାର ସହ ଚାହୁଁଛ, ତେବେ ସାରା ଦୁନିଆ ତୁମକୁ ତାହା ସହ ମିଶାଇବା ପାଇଁ ଲାଗି ପଡିଥାଏ ।’ ଶାହାରୁଖ ଖାନଙ୍କ ଫିଲ୍ମ ‘ଓମ ଶାନ୍ତି ଓମ’ର ଏହି ଡାଇଲଗ ତାଙ୍କ ଜୀବନରେ ସତ ପ୍ରମାଣିତ ହୋଇଛି । ସେ ଯାହା ଚାହିଁଥିଲେ ତାହା ହାସଲ କରିଛନ୍ତି । ତାହା ତାଙ୍କର ଷ୍ଟାରଡମ ହେଉ କିମ୍ବା ପ୍ରେମ । ନିଜକ ପ୍ରେମକୁ ହାସଲ କରିବା ଏତେ ସହଜ ନୁହେଁ, ଯେମିତି ଗୌରୀଙ୍କୁ ପାଇବା ପାଇଁ ଶାହାରୁଖ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ତାଙ୍କ ଦୁହିଁଙ୍କର ପ୍ରେମ କାହାଣୀ ଅତ୍ୟନ୍ତ ହୃଦୟସ୍ପର୍ଶୀ । ତେବେ ଆସନ୍ତୁ ନଜର ପକାଇବା ।
କଲେଜ ବେଳେ ଶାହାରୁଖ ଏବଂ ଗୌରୀ ଦୁହେଁ ପରସ୍ପରକୁ ଦିଲ୍ଲୀରେ ଭେଟିଥିଲେ । ଏହାପରେ ଉଭୟ ପରସ୍ପରକୁ ପ୍ରେମ କରି ବସିଥିଲେ ଏବଂ ଦୀର୍ଘ ୬ ବର୍ଷ ଧରି ପରସ୍ପରକୁ ଡେଟ କରୁଥିଲେ । ଦୁହେଁ ୧୯୯୧ରେ ପରସ୍ପରକୁ ବିବାହ କରିଥିବାବେଳେ ବିବାହର ୧ ବର୍ଷ ପରେ ଶାହାରୁଖ ବଲିଉଡରେ ପାଦ ଥାପିଥିଲେ ।


ଶାହାରୁଖ ଏକା ସାକ୍ଷାତକାରରେ କହିଥିଲେ ଯେ, ସେ ପ୍ରଥମ ଥର ପାଇଁ ଗୌରୀଙ୍କୁ ଦିଲ୍ଲୀର ଏକ କ୍ଲବରେ ଭେଟିଥିଲେ । ଉଭୟ ଏକାଠି ଗୋଟିଏ ଯାଗାରେ ବସି କୋଲ୍ଡଡ୍ରିଙ୍କସ ପିଇଥିଲେ ଏବଂ ସେହି ସମୟରେ ଦୁହେଁ ପରସ୍ପରକୁ ୫ ମିନିଟ ପାଇଁ ଡେଟ୍ କରିଥିଲେ । ଶାହାରୁଖ ଖୁବ ଲାଜକୁରା ଥିଲେ ଏବଂ ୩ ଥର ସାକ୍ଷାତ ହେବା ପରେ ସେ ଗୌରୀଙ୍କୁ ତାଙ୍କ ନମ୍ବର ମାଗିଥିଲେ ।
ଶାହାରୁଖ କହିଥିଲେ ଯେ, କୋର୍ଟସିପ ସମୟରେ ଉଭୟ ଲ୍ୟାଣ୍ଡଲାଇନରେ ପରସ୍ପର ସହ କଥା ହେଉଥିଲେ । ସେ କହିଥିଲେ ଯେ, ଗୌରୀଙ୍କୁ ଫୋନ କରିବାବେଳେ ତାଙ୍କ ଭାଇ ବେଳେବେଳେ ଫୋନ ଉଠାଇ ଦେଉଥିଲେ । ସେଥିପାଇଁ ଶାହାରୁଖ ତାଙ୍କ ଭାଇଙ୍କୁ ଭ୍ରମିତ କରିବା ପାଇଁ ଝିଅ ପିଲା ସ୍ୱରରେ ସେ ଗୌରୀଙ୍କ ସାଙ୍ଗ ବୋଲି କହୁଥିଲେ ଏବଂ ଏହାପରେ ତାଙ୍କ ଭାଇ ଗୌରୀଙ୍କ ସାଙ୍ଗ ଫୋନ କରିଛି ବୋଲି ଭାବି ତାଙ୍କୁ ଫୋନ ଦେଇ ଦେଉଥିଲେ ।


ଗୌରୀ ଏବଂ ଶାହାରୁଖଙ୍କ ବିବାହରେ ଧର୍ମ ସବୁଠାରୁ ବଡ କଣ୍ଟା ସାଜିଥିଲା । ଗୌରୀଙ୍କ ପରିବାର ପାଇଁ ଶାହାରୁଖ ୫ ବର୍ଷ ଯାଏଁ ହିନ୍ଦୁ ହୋଇ ରହିଥିଲେ । ଶେଷରେ ସତ ସାମନାକୁ ଆସି ଯାଇଥିଲା । ଅନେକ ବାଧାବିଘ୍ନ ପରେ ଗୌରୀଙ୍କ ପରିବାର ଲୋକେ ଏହି ବିବାହ ପାଇଁ ରାଜି ହୋଇଥିଲେ ।
ଶାହାରୁଖ ଏବଂ ଗୌରୀ ଥରେ କିମ୍ବା ଦୁଇଥର ନୁହେଁ ବରଂ ତିନି ଥର ପରସ୍ପରକୁ ବିବାହ କରିଛନ୍ତି । ତାଙ୍କର ପ୍ରଥମ ବିବାହ କୋର୍ଟ ମ୍ୟାରେଜ ହୋଇଥିଲା । ଦ୍ୱିତୀୟ ଥର ପାଇଁ ମୁସଲିମ ପରମ୍ପରା ଅନୁଯାଇ ଏବଂ ତୃତୀୟ ଥର ପଞ୍ଜାବୀ ଷ୍ଟାଇଲରେ ହୋଇଥିଲା ।


Share It

Comments are closed.