ଫେବୃଆରୀରେ ଜନ୍ମିତ ଲୋକଙ୍କଠାରେ ରହିଥାଏ ଏହି ସବୁ ଗୁଣ


ବର୍ଷର ୨ୟ ମାସ ଅର୍ଥାତ୍ ଫେବୃଆରୀରେ ଜନ୍ମ ହୋଇଥିବା ଲୋକେ ଖୁବ୍ ମଜାଦାର ହୋଇଥାନ୍ତି । ଏହି ମାସରେ ଜନ୍ମ ହୋଇଥିବା ଲୋକ ଅଧିକ କ୍ରିଏଟିଭ୍ ଓ ସାହସୀ ହୋଇଥାନ୍ତି । ଫେବୃଆରୀ ମାସରେ ଜନ୍ମିତ ଲୋକଙ୍କଠାରେ ରହିଥିବା କିଛି ସ୍ୱତନ୍ତ୍ର ଗୁଣ ସମ୍ପର୍କରେ ଆସନ୍ତୁ ଜାଣିବା ।
୨୧୦୦୦ ପିଲାଙ୍କୁ ନେଇ ପ୍ରାୟ ୭ ବର୍ଷ ପର୍ଯ୍ୟନ୍ତ କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାଯାଇଛି ଯେ, ଫେବୃଆରୀ ଜନ୍ମ ହୋଇଥିବା ପିଲାମାନେ ସମ୍ଭବତଃ ଅଧିକ ବୁଦ୍ଧିମାନ ଓ ଡେଙ୍ଗା ହୋଇଥାନ୍ତି । ସେମାନେ ନିଜ କୌଶଳ ଜ୍ଞାନ କାରଣରୁ ନିଜ କଥାକୁ ଅଧିକ ପ୍ରଭାବୀ ଢଙ୍ଗରେ ଉପସ୍ଥାପନ କରିପାରନ୍ତି । ଏକ ଅନୁସନ୍ଧାନ ମୁତାବକ, ଫେବୃଆରୀରେ ଜନ୍ମ ହୋଇଥିବା ପିଲାମାନଙ୍କଠାରେ କମ୍ ଚିନ୍ତାଭାବ ଦେଖିବାକୁ ମିଳିଥାଏ । ଗ୍ରୀଷ୍ମ ଋତୁରେ ଜନ୍ମିତ ଲୋକଙ୍କ ତୁଳନାରେ ଏମାନଙ୍କଠାରେ ଚିଡିଚିଡାପଣ କମ୍ ରହିଥାଏ । ତେମେ ଏମାନେ ଯେକୌଣସି କଥା ଉପରେ ଶୀଘ୍ର ପ୍ରତିକ୍ରିୟା ପ୍ରକାଶ କରିଥାନ୍ତି ।

ନ୍ୟୁଜିଲ୍ୟାଣ୍ଡରେ ଅନୁସନନ୍ଧାନକାରୀମାନେ ୪ରୁ୫ ବର୍ଷ ବୟସର ପିଲାମାନଙ୍କଠାରେ ଏକ ଅନୁସନ୍ଧାନ କରିଥିଲେ । ଏଥିରେ ପିଲାମାନଙ୍କ ବିଚାର, ସ୍ୱଭାବ, ବଦଖର୍ଚ୍ଚ, ଧ୍ୟାନ ଓ ବନ୍ଧୁତା କରିବାର କଳାର ବିଶ୍ଳେଷଣ କରିଥିଲେ । ଏହି ସମୟରେ ଶୀତ ଦିନେ ଜନ୍ମିତ ପିଲାମାନଙ୍କୁ ବ୍ୟବହାରିକ ରୂପେ ଅଧିକ ଉନ୍ନତ ଥିବା ଦେଖାଯାଇଥିଲା ।
ଫେବୃଆରୀରେ ଜନ୍ମ ହୋଇଥିବା ଲୋକେ ସ୍ୱତନ୍ତ୍ର ତଥା ଭିନ୍ନ ପେସା ଚୟନ କରିବାରେ ବିଶ୍ୱାସ ରଖିଥାନ୍ତି । ଏମାନେ କଳାକାର କିମ୍ବା ଟ୍ରାଫିକ୍ ପୁଲିସ୍‌ରେ ସେବା ଦେବାକୁ ପସନ୍ଦ କରିଥାନ୍ତି । ନିଜ କ୍ରିଏଟିଭିଟି ମାଧ୍ୟମରେ ଏମାନେ ଲୋକଙ୍କ ମଧ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି । ଏମାନେ ଯେକୌଣସି ସମସ୍ୟାର ଶୀଘ୍ର ସମାଧାନ ମଧ୍ୟ କରିପାରିଥାନ୍ତି । ଫେବୃଆରୀରେ ଜନ୍ମିତ ଅଧିକାଂଶ ଲୋକଙ୍କର ରାଶି କୁମ୍ଭ କିମ୍ବା ମୀନ ହୋଇଥାଏ । ଏମାନେ ଖୁବ୍‌ଶୀଘ୍ର ଉନ୍ନତି ହାସଲ କରିବାରେ ବିଶ୍ୱାସ ରଖିଥାନ୍ତି । ଏହି ମାସରେ ଜନ୍ମ ହୋଇଥିବା ଲୋକଙ୍କଠାରେ ନ୍ୟୁରୋଲୋଜିକାଲ୍ ସମସ୍ୟା କମ୍ ଦେଖିବାକୁ ମିଳିଥାଏ ଏବଂ ଏମାନେ ଅଧିକ ସୁସ୍ଥ ଅଟନ୍ତି । ତେବେ ଏମାନଙ୍କଠାରେ ହୃଦ୍‌ରୋଗ୍ ଓ ହୃଦ୍‌ଘାତର ଆଶଙ୍କା ଅଧିକ ରହିଥାଏ । ଏହାଛଡା ଏମାନଙ୍କଠାରେ ସ୍ଲିପିଙ୍ଗ ଡିଜାର୍ଡର ଅର୍ଥାତ୍ ଅନିଦ୍ରା ଭଳି ରୋଗ ହେମାର ସମ୍ଭାବନା ମଧ୍ୟ ଅଧିକ ଥାଏ । ବ୍ରିଟେନର ଏକ ଅନୁସନ୍ଧାନରୁ ଏହା ଜଣାପଡିଛି ।


Share It

Comments are closed.