ଟାଟା ଏଆଇଏ ଲାଇଫ୍ ପକ୍ଷରୁ ପଲିସି ବଦଳରେ ଏକ ମିନିଟ୍ ଭିତରେ ତତ୍କାଳ ଋଣ ସେବାର ଶୁଭାରମ୍ଭ


ଭୁବନେଶ୍ୱର: ଦେଶର ଅଗ୍ରଣୀ ବୀମା କମ୍ପାନି ଟାଟା ଏଆଇଏ ଲାଇଫ୍ ପକ୍ଷରୁ ଗ୍ରାହକମାନଙ୍କ ପାଇଁ ଏକ ବୈପ୍ଳବିକ ସେବାର ଶୁଭାରମ୍ଭ କରାଯାଇଛି । ଏଥିରେ ପଲିସିଧାରକମାନେ ଜରୁରୀକାଳୀନ ପାଣ୍ଠି ଆବଶ୍ୟକତା ଥିବା ସମୟରେ ସେମାନଙ୍କ ବୀମା ପଲିସି ବଦଳରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ତତ୍କାଳ ଋଣ ନେଇପାରିବେ ଏବଂ ସବୁଠୁ ବଡ଼ କଥା ହେଉଛି ଏଥିରେ ସେମାନଙ୍କ ବୀମା ସୁରକ୍ଷା କୌଣସି ପ୍ରକାରରେ ପ୍ରଭାବିତ ହେବନାହିଁ । ଅତ୍ୟାଧୁନିକ ମାଇଁଡିଜିଆକାଉଂଟ୍ ପୋର୍ଟାଲ୍ ଜରିଆରେ ମାତ୍ର ଏକ ମିନିଟ୍ ଭିତରେ ଗ୍ରାହକଙ୍କ ଖାତାରେ ଋଣ ରାଶି ଜମା ହୋଇଯିବ । ଏହି ସେବାର ଶୁଭାରମ୍ଭ ପରଠାରୁ ତାହା ୫୦୦ରୁ ଅଧିକ ଆବେଦନର ପ୍ରକ୍ରିୟାକରଣ କରିଥିବା ବେଳେ ୫.୫ କୋଟି ଋଣ ବଂଟନ କରି ପଲିିସିଧାରକଙ୍କ ନଗଦ ଆବଶ୍ୟକତାକୁ ପୂରଣ କରିପାରିଛି ।
ଏହି ବ୍ୟବସ୍ଥାରେ ଏକ ନିର୍ଦ୍ଦିଷ୍ଟ ପଲିସିର ସରେଣ୍ଡର ଭାଲ୍ୟୁ ବଦଳରେ ଗ୍ରାହକମାନେ ଋଣ ନେଇପାରୁଛନ୍ତି । ଏଥିରେ କମ୍ କାଗଜପତ୍ର କାମ ଓ ପ୍ରତିଦ୍ୱନ୍ଦ୍ୱିତାମୂଳକ ହାରରେ ସେମାନେ ତୁରନ୍ତ ପାଣ୍ଠି ପାଇପାରୁଛନ୍ତି । ଗ୍ରାହକମାନେ ବାର୍ଷିକ ୮.୮୦ ପ୍ରତିଶତ ସୁଧରେ କୌଣସି ବନ୍ଧକ କିମ୍ବା କ୍ରେଡିଟ୍ ଯାଂଚ ବିନା ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ କରିପାରିବେ । ପାରମ୍ପରିକ ଭାବେ ବିଳମ୍ବ ଠାରୁ ଆଗକୁ ବଢ଼ି ଏହି ସେବାରେ ଗ୍ରାହକମାନେ ଆବେଦନର ଏକ ମିନିଟ୍ ଭିତରେ ଋଣ ପାଉଛନ୍ତି ।
ଟାଟା ଏଆଇଏର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ତଥା ପରିଚାଳନା ମୁଖ୍ୟ ସଞ୍ଜୟ ଆରୋରା କହିଛନ୍ତି ଯେ, “ଜରୁରୀକାଳୀନ ପାଣ୍ଠିର ଆବଶ୍ୟକତା ଯେ କୌଣସି ବ୍ୟକ୍ତିଙ୍କ ପାଇଁ ସୃଷ୍ଟି ହୋଇପାରେ ଏବଂ ଯେକୌଣସି ସମୟରେ ଆମ ମଧ୍ୟରୁ କେହି ମଧ୍ୟ ଆମର ପ୍ରିୟଜନଙ୍କ ଆର୍ôଥକ ନିରାପତା ସହ ବୁଝାମଣା କରିବାକୁ ଚାହିଁବୁ ନାହିଁ । ଇନଷ୍ଟାଂଟ୍ ଲୋନ ସୁବିଧା ଆମର ଉପଭୋକ୍ତାଙ୍କୁ ସେମାନଙ୍କର ପଲିସି ସମର୍ପଣ ନକରି ଜରୁରୀକାଳୀନ ପରିସ୍ଥିତି ସମେତ ଯେକୌଣସି ପରିସ୍ଥିତିରେ ଚିନ୍ତାମୁକ୍ତ ହେବାକୁ ସକ୍ଷମ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ସୂଚାଉଛି । ଋଣ ପରିଶୋଧ ପାଇଁ ଡିଜିଟାଲ ପ୍ରୋସେସିଂ ବ୍ୟବସ୍ଥା ପ୍ରଦାନ କରିବାରେ ଆମେ ଶିଳ୍ପରେ ପ୍ରଥମ ହୋଇଥିବାରୁ ଗର୍ବିତ । ଏହା ଅସାଧାରଣ ଗ୍ରାହକ ଅନୁଭୂତି ପ୍ରଦାନ ଏବଂ ବୀମା ଶିଳ୍ପରେ ନୂତନ ମାନଦଣ୍ଡ ସ୍ଥାପିତ କରିବା ପାଇଁ ଟେକ୍ନୋଲୋଜିର ଉପଯୋଗ କରିବାରେ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି ।
ପଲିସି ବଦଳରେ ଋଣ ସେବା ଲମ୍ବା ଋଣ କ୍ରୟ ପ୍ରକ୍ରିୟାଠାରୁ ଭିନ୍ନ ଏବଂ ବ୍ୟକ୍ତିଗତ ଋଣ ତୁଳନାରେ କମ୍ ସୁଧ ହାର ସହ ଏହା ମିଳିଥାଏ । ଗ୍ରାହକମାନେ ନିଜ ସୁବିଧା ଅନୁଯାୟୀ ଋଣ ପରିଶୋଧ କରିବାର ସୁବିଧା ପାଇଥାନ୍ତି । ନଗଦ ପ୍ରବାହ ବାଧାପ୍ରାପ୍ତ ହେତୁ ଋଣ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କୁ ଏହି ସେବା ଆଶ୍ୱସ୍ତି ପ୍ରଦାନ କରିବ । ବ୍ୟାଙ୍କ ଏବଂ ଏନବିଏଫସି ଭଳି ଟାଟା ଏଆଇଏ ସେମାନଙ୍କ ପଲିସିଧାରୀଙ୍କ କ୍ରେଡିଟ୍ ସ୍କୋର କିମ୍ବା ଡିମାଣ୍ଡ କୋଲାରେଟାଲ (ବନ୍ଧକ) ଯାଂଚ କରେ ନାହିଁ ।


Share It

Comments are closed.