ଚତୁର୍ଥ ଶ୍ରେଣୀ ସିଲାବସରେ ସ୍ଥାନ ପାଇଲା କମେଡି କିଙ୍ଗ କପିଲ ଶର୍ମାଙ୍କ କାହାଣୀ


କମେଡି କିଙ୍ଗ କପିଲ ଶର୍ମାଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ପିଲାମାନଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ, ସମସ୍ତେ ତାଙ୍କ କମେଡିର ଦିୱାନା । ତେବେ ଏପର୍ଯ୍ୟନ୍ତ ପହଞ୍ଚିବା ତାଙ୍କ ପାଇଁ ସହଜ ନଥିଲା । ଅନେକ ଉତ୍ଥାନ-ପତନ ପରେ କପିଲ ତାଙ୍କ ନାମ ଅର୍ଜନ କରିଛନ୍ତି । ଏଥି ସହିତ କପିଲ ଶର୍ମାଙ୍କ ଜୀବନୀ ଶିଶୁ ପୁସ୍ତକରେ ସ୍ଥାନ ପାଇଛି । ଚତୁର୍ଥ ଶ୍ରେଣୀର ଜି.କେ ବହିରେ କପିଲ ଶର୍ମାଙ୍କ ଚ୍ୟାପ୍ଟର ଅନ୍ତର୍ଭୁକ୍ତ ହୋଇଛି ।

ଇନଷ୍ଟାଗ୍ରାମରେ କପିଲଙ୍କ ଫ୍ୟାନ୍ ପେଜ୍ ଦ୍ୱାରା ଏହାର ଏକ ଫଟୋ ସେୟାର କରାଯାଇଥିଲା । ଯାହା କପିଲ ତାଙ୍କ ଇନଷ୍ଟା ଷ୍ଟୋରୀରେ ସେୟାର କରିଛନ୍ତି । ସେୟାର ହୋଇଥିବା ଫଟୋରେ ଏହା ଦେଖାଯାଇଛି ଯେ କପିଲ ଶର୍ମାଙ୍କ ଚ୍ୟାପ୍ଟର ଏକ ବହିରେ ଛପା ଯାଇଛି । ଯେଉଁଥିରେ ତାଙ୍କ ଫଟୋ ମଧ୍ୟ ଲଗାଯାଇଛି । ଦ୍ୱିତୀୟ ଫଟୋରେ କପିଲ ସହ ତାଙ୍କ ଏବଂ ନବଜୋତ ସିଂ ସିଦ୍ଧୁ ମଧ୍ୟ ନଜର ଆସିଛନ୍ତି । କପିଲଙ୍କ ଫ୍ୟାନ୍ସମାନେ ଏହି ପୋଷ୍ଟକୁ ବହୁତ ପସନ୍ଦ କରୁଛନ୍ତି ।

ପଞ୍ଜାବର ଅମୃତସର ସହରରୁ ଯାତ୍ରା ଆରମ୍ଭ କରିଥିବା କପିଲଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା । ଆଜି ସେ ଭାରତର ୧ ନମ୍ବର ହାସ୍ୟ ଅଭିନେତା ଭାବରେ ଜଣାଶୁଣା । କପିଲଙ୍କ ସୋ’ କିଛି ମାସ ପୂର୍ବରୁ ବନ୍ଦ ହୋଇଯାଇଥିଲା । ଏଥି ସହିତ କପିଲ ନେଟଫ୍ଲିକ୍ସରେ ନିଜର ନୂଆ କମେଡି ସୋ’ ସହିତ ଶୀଘ୍ର ଆସୁଛନ୍ତି ।


Share It

Comments are closed.