ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଅଭିନେତ୍ରୀ ହଂସିକା ମୋଟୱାନି


ସାଉଥ୍ ଫିଲ୍ମର ପ୍ରସିଦ୍ଧ ଅଭିନେତ୍ରୀ ହଂସିକା ମୋଟୱାନି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ହଂସିକା ତାଙ୍କର ଲଙ୍ଗ୍ ଟାଇମ୍ ବଏଫ୍ରେଣ୍ଡ ସୋହେଲ କଥୁରିଆଙ୍କୁ ବିବାହ କରିଛନ୍ତି। ସୋହେଲ ବୃତ୍ତି ଅନୁଯାୟୀ ଜଣେ ବିଜନେସମ୍ୟାନ୍। ଗତକାଲି ହଂସିକାଙ୍କ ମେହେନ୍ଦୀ ଫଙ୍କସନ୍‌ର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଛାଇ ରହିଥିଲା। ଏବେ ଅଭିନେତ୍ରୀଙ୍କ ବିବାହର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏହି ଭିଡିଓରେ ହଂସିକାଙ୍କୁ ଦୁହ୍ଲନ୍ ବେଶରେ ଦେଖାଯାଇଛି। ଏହି ସମୟରେ ଅଭିନେତ୍ରୀ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। ହଂସିକାଙ୍କ ଏହି ସର୍ବଶେଷ ଭିଡିଓ ଟେଲି ଚକ୍କର ଅଫିସିଆଲ୍ ଇନଷ୍ଟା ପେଜ୍‌ରେ ସେୟାର କରାଯାଇଛି।

ଭିଡିଓରେ ଦେଖାଯାଇଛି ଅଭିନେତ୍ରୀ ସୋହେଲଙ୍କ ହାତ ଧରି ବୁଲୁଛନ୍ତି। ଏହି ସମୟରେ ସେ ସମସ୍ତଙ୍କୁ ହାଏ ହୋଲୋ କରୁଥିବା ମଧ୍ୟ ନଜର ଆସିଛନ୍ତି। ମଥାରେ ମଥାମଣି ଏବଂ ମାଙ୍ଗଟିକା, ବେକରେ ଭାରୀ ମ୍ୟାଚିଂ ଅଳଙ୍କାର, ହାତରେ ମେହେନ୍ଦୀ ଏବଂ ଓଠରେ ହସ ତାଙ୍କ ସୌନ୍ଦର୍ଯ୍ୟରେ ଚାର ଚାନ୍ଦ ଲଗାଇଛି। ତେବେ ଅଭିନେତ୍ରୀଙ୍କ ଏହି ଭିଡିଓ ଉପରେ ଲୋକମାନେ କମେଣ୍ଟ ଦେଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଭିଡିଓ ଉପରେ କମେଣ୍ଟ ଦେଇ ଜଣେ ୟୁଜର୍ ହଂସିକାଙ୍କୁ ସବୁଠୁ ସୁନ୍ଦର ଦୁହ୍ଲନ୍ ବୋଲି ବର୍ଣ୍ଣନା କରିଛନ୍ତି। ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, ‘ହଂସିକା ବହୁତ ସୁନ୍ଦର ଦେଖାଯାଉଛନ୍ତି।’ ଆଉ ଜଣେ ଲେଖିଛନ୍ତି, ‘ଏହାକୁ କୁହନ୍ତି ସରଳତା।’ ଏପରି ଅନେକ ୟୁଜର୍ ଅଭିନେତ୍ରୀଙ୍କୁ ପ୍ରଶଂସା କରିଛନ୍ତି।


Share It

Comments are closed.