ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୪ ପାଇଁ ଗୋଦରେଜର ଆପ୍ଲାଏନ୍ସ ବ୍ୟବସାୟ ପକ୍ଷରୁ ଏଆଇସିଟିଇ ସହ ସହଯୋଗିତା

Share It

ଭୁବନେଶ୍ୱର: ଗୋଦରେଜ ଏଂଟରପ୍ରାଇଜେସ ଗ୍ରୁପର ଆପ୍ଲାଏନସେସ ବ୍ୟବସାୟ ପକ୍ଷରୁ ସ୍ମାର୍ଟ ଇଣ୍ଡିଆ ହାକାଥନ (ଏସଆଇଏଚ) ୨୦୨୪ର ସପ୍ତମ ସଂସ୍କରଣ ଲାଗି ଏଆଇସିଟିଇ ସହ ସହଯୋଗିତା ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଦେଶର ବିଭିନ୍ନ ଅନୁଷ୍ଠାନରେ ଆୟୋଜନ କରାଯାଇଥିଲା ଯେଉଁଥିରେ ସ୍ଥାୟିତ୍ୱ, ପରିବେଶ, ବ୍ଲକଚେନ, ସ୍ମାର୍ଟ ଅଟୋମେସନ ଆଦି ବିଷୟରେ ୨୫୪ ପ୍ରକାର ସମସ୍ୟାର ସମାଧାନ ଲାଗି ୧୩୫୦ ଫାଇନାଲିଷ୍ଟ ସେମାନଙ୍କ ଅଭିନବ ଚିନ୍ତାଧାରା ଉପସ୍ଥାପନ କରିଛନ୍ତି।
ଭାରତ ସରକାରଙ୍କ ମାନ୍ୟବର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ମାନ୍ୟବର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁକାନ୍ତ ମଜୁମଦାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଆଇସିଟିଇର ଉପାଧ୍ୟକ୍ଷ ଡକ୍ଟର ଅଭୟ ଜେରେ ଓ ଗୋଦରେଜ ଏଂଟରପ୍ରାଇଜେସ ଗ୍ରୁପର ଆପ୍ଲାଏନସ ବ୍ୟବସାୟର ଏଭିପି ଓ ଇନୋଭେସନ ମୁଖ୍ୟ ଶ୍ରୀ ସନ୍ତ ରଞ୍ଜନ ଉପସ୍ଥିତ ଥିଲେ।
ବିଶ୍ୱରେ ରହିଥିବା ସମ୍ବଳ ଉପରେ ଚାପ ବଢ଼ୁଥିବାରୁ ସେଗୁଡ଼ିକୁ ସଂରକ୍ଷଣ କରିବା ଲାଗି ଅଭିନବ ଉପାୟ ବାହାର କରିବା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏକ ରିପୋର୍ଟ ଅନୁସାରେ ୨୦୫୦ ସୁଦ୍ଧା ଭାରତର ପରିବାରରେ ଥିବା ଆପ୍ଲାଏନସେସ ଗୁଡ଼ିକ ଲାଗି ବିଦ୍ୟୁତ ଚାହିଦାରେ ୯ ଗୁଣା ବୃଦ୍ଧି ହେବ। ସେଥିପଇଁ ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୪ ଲାଗି ଗୋଦରେଜ ପକ୍ଷରୁ ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରତିଯୋଗିତା ଲାଗି ‘ଇନୋଭେଟିଂ ଫର ସଷ୍ଟେନେବିଲିଟି: ଡ୍ରାଇଭିଂ ରିସୋର୍ସ କଂଜରଭେସନ ଇନ ଲାର୍ଜ ଆପ୍ଲାଏନସେସ’ ବିଷୟବସ୍ତୁ ପ୍ରସ୍ତୁତ କରାଯାଇଥିଲା।
ଏଆଇସିଟିଇର ଉପାଧ୍ୟକ୍ଷ ଡ. ଅଭୟ ଜେରେ କହିଛନ୍ତି ଯେ, ‘ଏସ୍‌ଆଇଏଚ୍ ୨୦୨୪ ବାସ୍ତବ ଦୁନିଆର ଆହ୍ୱାନର ସମାଧାନରେ ଅଭିନବତା ଏବଂ ସହଯୋଗ ଶକ୍ତିର ପ୍ରମାଣ। ଗୋଦରେଜ ସହିତ ଆମର ସହଯୋଗିତାର ଉଦାହରଣ ଦେଉଛି ଘରୋଇ ଉଦ୍ୟୋଗ ଏବଂ ସରକାରୀ ଅନୁଷ୍ଠାନ ଗୁଡ଼ିକ ମଧ୍ୟରେ ସହଯୋଗ କିପରି ଶୈକ୍ଷିକ ଏବଂ ବ୍ୟବହାରିକ ଶିକ୍ଷା ପ୍ରୟୋଗ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରି ଅଭିନବତାକୁ ତ୍ୱରାନ୍ୱିତ କରିପାରିବ ଏବଂ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଏବଂ ପରିବେଶ ଆହ୍ୱାନର ମୁକାବିଲା କରିପାରିବ।’’
ଗୋଦରେଜ ଏଂଟରପ୍ରାଇଜେସ୍ ଗ୍ରୁପର ଆପ୍ଲାଏନ୍ସ ବିଜନେସର ଏଭିପି ତଥା ଇନୋଭେସନ୍ (ଆରଆଣ୍ଡଡି) ମୁଖ୍ୟ ସନ୍ତ ରଞ୍ଜନ କହିଛନ୍ତି ଯେ, ‘ଗୋଦରେଜ ଏଂଟରପ୍ରାଇଜେସ୍ ଗ୍ରୁପରେ ଆମେ ସବୁବେଳେ ସକାରାତ୍ମକ ପରିବର୍ତନ ଆଣିବା ଉପରେ ବିଶ୍ୱାସ କରୁଛୁ। ଏସଆଇଏଚ ୨୦୨୪ ପାଇଁ ଏଆଇସିଟିଇ ସହିତ ସହଯୋଗିତା କରିବା ଏବଂ ଯୁବ ଅଂଶଗ୍ରହଣକାରୀମାନଙ୍କୁ ପରାମର୍ଶ ଦେବା ଏକ ଭଲ ଅଭିଜ୍ଞତା ଥିଲା। ଛାତ୍ରଛାତ୍ରୀଙ୍କ ଅଭିନବ ସମାଧାନ ବିଶ୍ୱାସ ସୃଷ୍ଟି କରେ ଯେ ଆମେ ଏକ ଅଧିକ ସ୍ଥାୟୀ ଏବଂ ସବୁଜ ଭବିଷ୍ୟତ ଆଡକୁ ଯାଉଛୁ । ବିଜୟୀ ଦଳକୁ ମୋର ହାର୍ଦ୍ଦିକ ଅଭିନନ୍ଦନ।’’
ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୪ରେ ୨୬୦୦ ଶିକ୍ଷାନୁଷ୍ଠାନର ୨,୯୯,୩୫୨ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ୨୫୪ଟି ସମସ୍ୟା ବିଷୟରେ ୪୯,୮୯୨ ଟିମ ସମାଧାନ ଚିନ୍ତାଧାରା ଉପସ୍ଥାପନ କରିଥିଲେ। ନୋଏଡାର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଂଟ ଷ୍ଟଡିଜର ଟିମ ରେଫ୍ରିରେଂଜର, ଅହମ୍ମଦାବାଦର ଗୁଜରାଟ ଟେକ୍ନୋଲୋଜିକାଲ ୟୁନିଭରସିଟିର ଟିମ ପ୍ୟୁର ରିନ୍ସ, ଓ ତାମିଲନାଡୁର ନଲେଜ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ଟିମ ମେକ୍ ସ୍ପେସଙ୍କୁ ଚମତ୍କାର ପ୍ରଦର୍ଶନ ପାଇଁ ମାନ୍ୟତା ପ୍ରଦାନ କରାଯାଇଥିଲା।


Share It

Comments are closed.