ଘରେ ବିଲେଇ ରଖିଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ, ହୋଇପାରେ ଆପଣଙ୍କୁ ଗମ୍ଭୀର ରୋଗ


ବିଲେଇ ସହ ଖେଳିବାର ସଉକ ଜଣେ ପାଞ୍ଚ ବର୍ଷିୟା ନାବାଳିକା ପାଇଁ ମହଙ୍ଗା ପଡିଛି । ବଲେଇ ସହ ଖେଳିବା ଯୋଗୁଁ ଉକ୍ତ ନାବାଳିକା ‘ଟୋକ୍ସୋପାରା କାନିସ ’ ରୋଗରେ ଆକ୍ରାନ୍ତ ହୋଇ ନିଜର ଗୋଟିଏ ଆଖିର ପରଦା ହରାଇ ବସିଛି । ଯାହା ଫଳରେ ଉକ୍ତ ନାବାଳିକାଟି ନିଜର ଦୃଷ୍ଟି ଶକ୍ତି ହରାଇ ବସିଛି । ଜିଏସୱିଏମ ମେଡିକାଲ କଲେଜରେ ଦୀର୍ଘ ଦିନର ଚିକିତ୍ସା ପରେ ପୁଣିଥରେ ନାବାଳିକାଟିର ଆଖିର ଦୃଷ୍ଟି ଶକ୍ତି ଫେରିବାରେ ଲାଗିଛି । ଡାକ୍ତରଙ୍କ କହିବା ଅନୁଯାୟୀ ଏହି ଘଟିଣାଟି ଦେଶର ତୃତୀୟ ମାମଲା ଅଟେ । ଡାକ୍ତର ଏହାର କେସ ଷ୍ଟଡି ଆମେରିକା ଜର୍ଣ୍ଣାଲକୁ ପଠେଇ ଦେଇଛନ୍ତି ।
ନାବାଳିକାର ପରିବାର ଲୋକ ତିନିଟୋ ଦେଶୀ ବିଲେଇ ପାଳି ଥିଲେ । ନାବାଳିକାଟି ଦୁଇ-ତିନି ବର୍ଷ ବୟସରୁ ବିଲେଇ ସହ ଖେଳିବା ଆରମ୍ଭ କରିଦେଇଥିଲା । ଗତ ବର୍ଷ ଜୁନ ମାସରେ ସକାଳୁ ସକାଳୁ ଶୋଇ ଉଠିବା ସମୟରେ ନାବାଳିକାଟିକୁ ଝାପସା ଝାପସା ଦେଖାଯାଇଥିଲା । କିଛି ଦିନ ମଧ୍ୟରେ ଗୋଟିଏ ପଟ ଆଖି ଲାଲି ହେବାରେ ଲାଗିଲା । ଡାକ୍ତର ଏହାକୁ ସାଧାରଣ ସଂକ୍ରମଣ ଭାବି ଔଷଧ ଦେଇଥିଲେ । ଔଷଧ ଦ୍ୱାରା କୌଣସି ସୁଫଳ ମିଳିଲା ନାହିଁ । ଗୋଟିଏ ପଟ ଆଖିର ଦୃଷ୍ଟି ଶକ୍ତି ଚାଲିଗଲା । ପରିବାର ଲୋକେ ମେଡିକାଲ କଲେଜର ଚକ୍ଷ୍ୟୁ ବିଭାରେ ପହଞ୍ଚିଲେ । ସେଠାରେ ବିଭାଗୀୟ ମୁଖ୍ୟ କିଛି ଯାଞ୍ଚ କରିଥିଲେ । ନାବାଳିକାର ରହିବା ଏବଂ ଶୋଇବା ସଂପର୍କରେ ପଚାରିଥିଲେ । ନାବାଳିକାଟି ବିଲେଇ ସହ ଖେଳିବା ସଂପର୍କରେ ଜାଣିବା ପରେ ଡାକ୍ତରଙ୍କ ଏହି ‘ଟୋକ୍ସୋପାରା କାନିସ’ ରୋଗ ସଂପର୍କରେ ଆଶଙ୍କା ଘନେଇଲା । ପରୀକ୍ଷାରୁ ଜଣା ପଡିଲା ଯେ, ଟିନିଆ କେଣ୍ଡିସ ଭୂତାଣୁଙ୍କ ଜବରଦସ୍ତ ସଂକ୍ରମଣ ଯୋଗୁଁ, ଗୋଟିଏ ପଟ ଆଖିର ପରଦା ନାବାଳିକାଟି ହରାଇ ବସିଥିଲା । ଏହି ଭୂତାଣୁ ବିଲେଇଙ୍କ ମଳରୁ ମନୁଷ୍ୟଙ୍କ ଆଖିକୁ ସଂକ୍ରମଣ କରେ ।
ଡାକ୍ତରଙ୍କ ଅନେକ ପ୍ରଚେଷ୍ଟା, ଷ୍ଟେରଏଡ ଏବଂ ଏଣ୍ଟିପ୍ୟାରାସାଇଟ ଔଷଧର ବ୍ୟବହାର ଦ୍ୱାରା ଏହି ରୋଗ ନିୟନ୍ତ୍ରଣରେ ଆସିଥିଲା । ଦୀର୍ଘ ଛଅ ମାସର ଚିକିତ୍ସା ପରେ ନାବାଳିକା ବର୍ତ୍ତମାନ ସୁସ୍ଥ ହେବାରେ ଲାଗିଛି । ଅସ୍ତ୍ରପୋଚାର କରିବାର ଆବଶ୍ୟକ ପଡିଲା ନାହିଁ । ଏହା ଭାରତରେ ତୃତୀୟ ମାମଲା ଅଟେ ।


Share It

Comments are closed.