୨୮ ଲକ୍ଷ ଅତିକ୍ରମ କଲା ସଂକ୍ରମଣ ସଂଖ୍ୟା, ଗତ ୨୪ ଘଂଟା ମଧ୍ୟରେ ପୁଣି ୬୯,୬୫୨ ନୂଆ ପଜିଟିଭ ଚିହ୍ନଟ


ଦେଶରେ କରୋନା ସଂକ୍ରମଣର ବୃଦ୍ଧି ଘଟଣା ପୁଣି ଥରେ ସାମ୍ନାକୁ ଆସିଛି। ଗୁରୁବାର ଦିନ ସର୍ବାଧିକ ୬୯,୬୫୨ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏଥି ସହିତ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨୮ ଲକ୍ଷ ୩୬ ହଜାରରେ ପହଞ୍ଚିଛି। କିନ୍ତୁ ଭଲ କଥା ହେଉଛି ସଂକ୍ରମଣରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୨୧ ଲକ୍ଷକୁ ବୃଦ୍ଧି ପାଇଛି ଏବଂ ପରୀକ୍ଷଣ ମଧ୍ୟ ବୃଦ୍ଧି ପାଇଛି।

ଗୁରୁବାର ସକାଳେ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୯୭୭ ଜଣଙ୍କ ମୃତ୍ୟୁହେବା ସହ ମୃତକଙ୍କ ସଂଖ୍ୟା ୫୩,୮୬୬ କୁ ବୃଦ୍ଧି ପାଇଛି। ଦେଶରେ ସଂକ୍ରମଣ ମାମଲା ୨୮,୩୬,୯୨୬ କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ ୬,୮୬,୩୯୫ ଚିକିତ୍ସିତ ହେଉଛନ୍ତି ଏବଂ ଚିକିତ୍ସା ପରେ ୨୦,୯୬,୬୬୫ଲୋକ ଏହି ରୋଗରୁ ସୁସ୍ଥ ହୋଇଛନ୍ତି। ସମୁଦାୟ ସଂକ୍ରମଣ କ୍ଷେତ୍ରରେ ବିଦେଶୀ ନାଗରିକମାନେ ମଧ୍ୟ ସାମିଲ ଅଛନ୍ତି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ୧୯ ଅଗଷ୍ଟ ସୁଦ୍ଧା ସାରା ଦେଶରେ ୩,୨୬,୬୧,୨୫୨ ନମୁନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ଗୁରୁବାର ଦିନ ଗୋଟିଏ ଦିନରେ ୯,୧୮,୪୭୦ ନମୁନା ପରୀକ୍ଷା କରାଯାଇଥିଲା | ପଜିଟିଭ ହାର ଆଠ ପ୍ରତିଶତରୁ କମ୍ ରହିଛି|


Share It

Comments are closed.