ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ କତାର ଏୟାରୱେଜ୍ ଓ ବ୍ରିଟିଶ ଏୟାରୱେଜ୍ ସହଯୋଗିତାରେ ମଲ୍‌ଟି-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡର ଶୁଭାରମ୍ଭ


ଭୁବନେଶ୍ୱର: ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ବ୍ରିଟିଶ ଏୟାରୱେଜ୍ ଏକ୍‌ଜିକ୍ୟୁଟିଭ୍ କ୍ଲବ୍ ଓ କତାର ଏୟାରୱେଜ୍ ପ୍ରିଭିଲେଜ୍ କ୍ଲବ୍ ସହଯୋଗିତାରେ ଗ୍ରାହକମାନଙ୍କ ପାଇଁ “ଇଣ୍ଡସ୍‌ଇଣ୍ଡ୍ ଆଭିଓସ୍ ଭିସା ଇନଫାଇନାଇଟ୍ କ୍ରେଡିଟ୍ କାର୍ଡ’ର ଶୁଭାରମ୍ଭ କରାଯାଇଛି । ଏହି କାର୍ଡ ଜରିଆରେ କଂପାନି ଗ୍ରାହକମାନଙ୍କୁ ଗମନାଗମନ, ୱେଲନେସ୍‌, ଜୀବନଶୈଳୀ ଅନୁଭୂତିରେ ଶ୍ରେଷ୍ଠ ମାନର ରିୱାର୍ଡ ଓ ଲାଭ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । କାର୍ଡକୁ ବିଳାସପୂର୍ଣ୍ଣ ସ୍ପର୍ଶ ପ୍ରଦାନ କରିବା ଲାଗି ତାହା “ଧାତବ କାର୍ଡ’ରେ ଉପଲବ୍ଧ ହୋଇଛି ଯାହା ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବ ।
ଏହି କାର୍ଡ ଜରିଆରେ ଗ୍ରାହକମାନେ ଏକାଧିକ ଲାଭ ହାସଲ କରିପାରିବେ । ନିୟମିତ ଗମନାଗମନ କରୁଥିବା ଗ୍ରାହକମାନେ ଏୟାରଲାଇନ୍ସର ଲୟାଲ୍‌ଟି କାର୍ଯ୍ୟକ୍ରମକୁ ହାସଲ କରିପାରିବେ ଏବଂ ରିୱାର୍ଡ କରେନ୍ସି ଆଭିଅସ୍‌କୁ ହାସଲ କରିପାରିବେ । ଏଥିରେ ଜରୁରୀକାଳୀନ ଆନ୍ତର୍ଜାତିକ ବୀମା ସୁବିଧା, ବିମାନବନ୍ଦର ଲାଉଞ୍ଜ ପ୍ରବେଶ ଭଳି ବହୁ ସୁବିଧା ରହିଛି ।
ଏ ସମ୍ପର୍କରେ ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କର କଞ୍ଜ୍ୟୁମର ବ୍ୟାଙ୍କିଙ୍ଗ୍ ଓ ମାର୍କେଟିଂ ମୁଖ୍ୟ ସୌମିତ୍ର ସେନ୍ କହିଛନ୍ତି ଯେ, “ଦୁଇ ସମ୍ମାନଜନକ ଏୟାରଲାଇନ୍ସ କତାର ଏୟାରୱେଜ୍ ଓ ବ୍ରିଟିଶ୍ ଏୟାରୱେଜ୍ ସହ ସହଯୋଗିତାରେ ମଲ୍‌ଟି-ବ୍ରାଣ୍ଡ୍ କ୍ରେଡିଟ୍ କାର୍ଡର ଶୁଭାରମ୍ଭ କରି ଆମେ ଅତ୍ୟନ୍ତ ଉଲ୍ଲସିତ । ଆମ ଗ୍ରାହକମାନଙ୍କୁ ଶ୍ରେଷ୍ଠ ମାନର ବ୍ୟାଙ୍କିିଂ ଅନୁଭବ ପ୍ରଦାନ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତାର ଏହା ହେଉଛି ପ୍ରତିଫଳନ । ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କରେ ଆମେ ଉତ୍କର୍ଷତାର ପରିସର ବ୍ୟାପକ କରିବାକୁ ପ୍ରତିବଦ୍ଧ ରହିଛୁ ଏବଂ ଗ୍ରାହକମାନଙ୍କ ଉଦୀୟମାନ ଆବଶ୍ୟକତା ପୂରଣ କରି ଏବଂ ସେମାନେ ଆବଶ୍ୟକ କରୁଥିବା ଶ୍ରେଷ୍ଠ ମାନର ଉତ୍ପାଦ ଓ ସେବା ପ୍ରଦାନ କରି ଆମେ ସେମାନଙ୍କ ଅଭିଳାଷକୁ ନିରନ୍ତର ଭାବେ ଅତିକ୍ରମ କରିବାକୁ ଚାହୁଛୁ । ଏହି କାର୍ଡ ଜରିଆରେ ଆମର ଲକ୍ଷ୍ୟ ହେଉଛି ଗ୍ରାହକମାନଙ୍କୁ ସେମାନଙ୍କ ପସନ୍ଦର ପୂର୍ଣ୍ଣ ନିୟନ୍ତ୍ରଣ ପ୍ରଦାନ କରି ସେମାନଙ୍କ ହାତରେ ସ୍ୱତନ୍ତ୍ର ଅନୁଭୂତି ପହଂଚାଇବା ।’’
କତାର ଏୟାରୱେଜ୍‌ର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଥିଏରି ଆଂଟିନୋରି କହିଛନ୍ତି ଯେ, “ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ସହଯୋଗରେ ପ୍ରଥମ ଧରଣର ଭିସା ମଲ୍‌ଟି ବ୍ରାଣ୍ଡେଡ୍ କାର୍ଡର ଶୁଭାରମ୍ଭ କରିବା ସହିତ ଭାରତରେ ଥିବା ଆମ ସଦସ୍ୟମାନେ ଏହି ସହଯୋଗିତାରୁ ବ୍ୟାପକ ରିୱାର୍ଡର ଲାଭ ପାଇପାରିବେ ଯାହାକୁ ଭବିଷ୍ୟତ ଗମନାଗମନରେ ଉନ୍ନତି ଆଣିବା ଲାଗି ଅଭିନବ ଭାବେ ପ୍ରସ୍ତୁତ କରାଯାଇଛି । ରିୱାର୍ଡ କରେନ୍ସି ଆଭିଅସ୍‌ର ଶୁଭାରମ୍ଭ ବେଳେ ଆମେ ଆମ ସଦସ୍ୟଙ୍କୁ ଅତୁଳନୀୟ ଲାଭ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଉଥିଲୁ ଏବଂ ୱାନ୍‌ୱାର୍ଲଡ୍ ସହଯୋଗୀ ବ୍ରିଟିଶ୍ ଏୟାରୱେଜ୍ ସହିତ ଏହି ସହଯୋଗିତା ହେଉଛି ସେହି ପ୍ରତିଶ୍ରୁତିର ପ୍ରତିଫଳନ । ପୁଣି ଥରେ କତାର ଏୟାରୱେଜ୍ ପ୍ରିଭିଲେଜ୍ କ୍ଲବ୍ ସଦସ୍ୟମାନଙ୍କୁ ଶିଳ୍ପର ଶ୍ରେଷ୍ଠ ଅଫର ପ୍ରଦାନ କରିବାରେ ଆଗକୁ ବଢ଼ିଛି ।’’
ଆଇଏଜି ଲୟାଲ୍‌ଟିର ଯୁଗ୍ମ ବ୍ୟବସାୟ ଓ ସହଯୋଗିତା ମୁଖ୍ୟ ଶ୍ରୀ ଓଲିଭର କୁରେଲ୍ କହିଛନ୍ତି ଯେ, “ଆମ ସହଯୋଗୀ କତାର ଏୟାରୱେଜ୍ ଓ ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ସହ ମିଶି ଏହି ଉଲ୍ଲେଖନୀୟ ଉତ୍ପାଦର ଶୁଭାରମ୍ଭ କରିଥିବାରୁ ଆମେ ଉଲ୍ଲସିତ । ଏହି ନୂଆ କାର୍ଡ ଭାରତୀୟ ଗ୍ରାହକମାନଙ୍କୁ ବିଶ୍ୱ ଭ୍ରମଣ ବେଳେ ପ୍ରିମିୟମ୍ ଅନୁଭବର ସୁଯୋଗ ପ୍ରଦାନ କରିବା ସହିତ ସେମାନେ ଆଭିଅସ୍ ମୁଦ୍ରା ସଂଗ୍ରହ କରିପାରିବେ । ଲୟାଲ୍‌ଟି କ୍ଷେତ୍ରର ଏକ ଅଗ୍ରଦୂତ ଭାବେ ଆମେ ସଦସ୍ୟମାନଙ୍କ ପାଇଁ ରିୱାର୍ଡ ଅନୁଭୂତି ସୃଷ୍ଟି କରିବାକୁ ପ୍ରତିବଦ୍ଧ ରହିଛୁ ।’’
ଭିସାର ଭାରତ ସିଆର୍‌ଏମ୍ ମୁଖ୍ୟ ଶ୍ରୀ ସୁଜାଇ ରାଇନା କହିଛନ୍ତି ଯେ, “ଏହି କାର୍ଡର ଶୁଭାରମ୍ଭ ସହିତ ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ସହ ଆମର ବର୍ଦ୍ଧିତ ସହଯୋଗିତାକୁ ସୁଦୃଢ଼ କରିଥିବାରୁ ଆମେ ବେଶ ଆନନ୍ଦିତ ଯାହା ଆମ ସଦସ୍ୟମାନଙ୍କୁ ବିଶ୍ୱ ଭ୍ରମଣ ବେଳେ ଶ୍ରେଷ୍ଠ ଅନୁଭୂତି ପ୍ରଦାନ କରିବ । ଆମର ବିଶ୍ୱାସ ରହିଛି ଯେ ଏହି କାର୍ଡ ସେମାନଙ୍କୁ ପସନ୍ଦର ଶକ୍ତି ପ୍ରଦାନ କରିବ ଏବଂ ଏହାର ସ୍ୱତନ୍ତ୍ର ସୁବିଧା ନିୟମିତ ଯାତ୍ରୀଙ୍କୁ ଶ୍ରେଷ୍ଠ ଲାଭ ପ୍ରଦାନ କରିବ ଏବଂ କାର୍ଡର ଗ୍ରହଣୀୟତାକୁ ସୁଦୃଢ଼ କରିବ ।’’


Share It

Comments are closed.