ପରବର୍ତ୍ତୀ ପିଢ଼ିର ୟୁପିଆଇ ପ୍ରୋସେସିଂ ପ୍ଲାଟଫର୍ମରେ ଇଣ୍ଡସଇଣ୍ଡ ବ୍ୟାଙ୍କ

Share It

ଭୁବନେଶ୍ୱର: ଇଣ୍ଡସଇଣ୍ଡ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ଡିଜିଟାଲ ବ୍ୟାଙ୍କିଂ ଚ୍ୟାନେଲ ପରବର୍ତ୍ତୀ ପିଢ଼ିର ୟୁପିଆଇ ପ୍ଲାଟଫର୍ମ ସେବା ସକ୍ରିୟ କରିଛିି ଯାହା ଭାରତର ବାସ୍ତବ ସମୟ ଡିଜିଟାଲ ପେମେଂଟ ପରିସଂସ୍ଥାନରେ ଏକ ରୂପାନ୍ତରୀତ ପଦକ୍ଷେପକୁ ଦର୍ଶାଉଛି। ସାରା ଦେଶରେ ଥିବା ବ୍ୟାଙ୍କର ହଜାର ହଜାର ଗ୍ରାହକ ଓ ମର୍ଚାଂଟମାନଙ୍କୁ ଅବିରତ, ଉଚ୍ଚ ପ୍ରଦର୍ଶନକାରୀ ପେମେଂଟ ଅନୁଭୂତି ପ୍ରଦାନ କରିବା ପାଇଁ ଦୃତ, ବ୍ୟାପକତା ଓ ଭରସାର ମିଶ୍ରଣ ସହିତ ଏହି ନୂଆ ପ୍ଲାଟଫର୍ମ ଡିଜିଟାଲ ବ୍ୟାଙ୍କିଂରେ ନୂତନ ମାନଦଣ୍ଡ ନିର୍ଧାରଣ କରିଛି।
ଏହାକୁ ୟୁପିଆଇ ୬.୦ କୁହାଯାଉଛି ଯାହା ଯେଉଁ ଷଷ୍ଠ ପିଢ଼ିର ଉନ୍ନତୀକରଣ। ମାଇଣ୍ଡଗେଟ ସଲ୍ୟୁସନ୍ସ ପକ୍ଷରୁ ତାହାକୁ ଗଠନ କରାଯାଇଛି ଯାହା ଏକ ଅତ୍ୟାଧୁନିକ ବାସ୍ତବ ସମୟ ପେମେଂଟ ଷ୍ଟାକ୍ ପ୍ରଦାନ କରୁଛି।
ଇଣ୍ଡସଇଣ୍ଡ ବ୍ୟାଙ୍କ ପ୍ରଥମ ଘରୋଇ ବ୍ୟାଙ୍କ ଭାବେ କ୍ଲାଉଡରେ ଉଭୟ ଇସ୍ୟୁଅର ଓ ଆକ୍ୱାରର ସେବା ପାଇଁ ଏହି ପ୍ଲାଟଫର୍ମରେ ଲାଇଭ ହେଇପାରୁଛନ୍ତି । ଏହା ୩୦ ପ୍ରତିଶତ ଦ୍ରୁତ ରିକଭରି ସମୟ (ଆରଟିଓ) ଏବଂ ବର୍ତ୍ତମାନର ଭିତ୍ତିଭୂମିରେ ୭୫ ପ୍ରତିଶତ ବ୍ୟାପକତାର ସୁଯୋଗ ପ୍ରଦାନ କରିବ।
ଏ ସମ୍ପର୍କରେ ଇଣ୍ଡସଇଣ୍ଡ ବ୍ୟାଙ୍କର ମୁଖ୍ୟ ସୂଚନା ଅଧିକାରୀ ରବି ପଙ୍ଗଲ କହିଛନ୍ତି ଯେ, “ଇଣ୍ଡସଇଣ୍ଡ ବ୍ୟାଙ୍କରେ ଆମର ଗ୍ରାହକ ପ୍ରଥମ ଦୃଷ୍ଟିକୋଣ ଗ୍ରାହକ ଅନୁଭୂତି ଉନ୍ନତି ଆଣିବାର ଲକ୍ଷ୍ୟକୁ ବଢ଼ାଉଛି। ପ୍ରତି କାରବାରରେ ସ୍ପିଡ, ସହନଶୀଳତା ଓ ବିଶ୍ୱାସ ପ୍ରଦାନ କରିବା ପାଇଁ ଆମର ରହିଥିବା ପ୍ରତିବଦ୍ଧତା ଦିଗରେ ପବରର୍ତ୍ତୀ ପିଢ଼ିର ୟୁପିଆଇ ପ୍ରୋସେସିଂ ପ୍ଲାଟଫର୍ମ ହେଉଛି ଆଉ ଏକ ପଦକ୍ଷେପ। ଏହି ମାଇଲଖୁଂଟ ଭବିଷ୍ୟତ ଲାଗି ପ୍ରସ୍ତୁତ ଚତୁର ବ୍ୟାଙ୍କିଂ ପରିସଂସ୍ଥାନ ଗଠନ କରିବା ପାଇଁ ଆମର ରହିଥିବା ଡିଜିଟାଲ ରଣନୀତି ସହ ଖାପଖାଉଛି ଯାହା ବାସ୍ତବ ସମୟରେ ବ୍ୟକ୍ତିବିଶେଷ, ମର୍ଚାଂଟ ଓ ସଂସ୍ଥାଗୁଡ଼ିକୁ ସେବା ପ୍ରଦାନ କରିବ।”
ଅଳ୍ପ ସେକେଣ୍ଡର ପ୍ରତିକ୍ରିୟା ସମୟ, ଶୂନ ପାଖାପାଖି ବୈଷୟିକ ପ୍ରତ୍ୟାଖ୍ୟାନ ଓ କିଛି ମିନିଟ ମଧ୍ୟରେ ନିରବଚ୍ଛିନ୍ନ ବିପର୍ଯ୍ୟୟ ପୁନରୁ୍‌ଦ୍ଧାର ପାଇଁ ପରବର୍ତ୍ତୀ ପିଢ଼ିର ୟୁପିଆଇ ପ୍ରୋସେସିଂ ପ୍ଲାଟଫର୍ମକୁ ବିକାଶ କରାଯାଇଛି। ମିଳିତ ଭାବେ ଏହି ଦକ୍ଷତାଗୁଡ଼ିକ ଉତ୍କଷ୍ଟ କାରବାର ଭରସାଯୋଗ୍ୟତା ଓ ପରିଚାଳନାକୁ ସୁନିଶ୍ଚିତ କରୁଛି।
ଏକ ନିରବଚ୍ଛିନ୍ନ, ସୁରକ୍ଷିତ ଓ ତଲ୍ଲୀନ ବ୍ୟାଙ୍କିଂ ପରିସଂସ୍ଥା ସୃଷ୍ଟି କରିବା ଉପରେ ଇଣ୍ଡସଇଣ୍ଡ ବ୍ୟାଙ୍କର ଡିଜିଟାଲ ୨.୦ ରଣନୀତି ଗୁରୁତ୍ୱାରୋପ କରୁଛି। ପରବର୍ତ୍ତୀ ପିଢ଼ିର ୟୁପିଆଇ ପ୍ରୋସେସିଂ ପ୍ଲାଟଫର୍ମର ଶୁଭାରମ୍ଭ ସେହି ଲକ୍ଷ୍ୟକୁ ଦର୍ଶାଉଥିବା ବେଳେ ଗ୍ରାହକମାନଙ୍କୁ ଦ୍ରୁତ, ସ୍ଥିର ଓ ବାସ୍ତବ ସମୟ ପେମେଂଟ ଅନୁଭୂତି ପ୍ରଦାନ କରୁଛି।


Share It

Comments are closed.