ସମୁଦ୍ରରେ ଖସି ପଡିଲା ଇଣ୍ଡୋନେସିଆର ଯାତ୍ରୀବାହୀ ବିମାନ


ଇଣ୍ଡୋନେସିଆର ଏକ ଯାତ୍ରୀ ବାହୀ ବିମାନ ଦୁର୍ଘଟଣାର ଶୀକାର ହୋଇଛି । ବିମାନଟି ଉଡାଣ କରିବାର କିଛି ସମୟ ମଧ୍ୟରେ ଏହା ଏୟାର ଟ୍ରାଫିକ କଣ୍ଟ୍ରୋଲ ଠାରୁ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା । ମିଳିଥିବା ସୂଚନା ମୁତାବକ ବିମାନଟି କ୍ରାସ ହୋଇ ସମୁଦ୍ରରେ ଗଳି ପଡିଛି । ଇଣ୍ଡୋନେସିଆର ସର୍ଚ୍ଚ ଆଣ୍ଡ ରେସକ୍ୟୁ ଏଜେନ୍ସିର ମୁଖପାତ୍ର ୟୁସୁଫ ଲାଟିଫ ଟେକ୍ସଟ ମେସଜ ଜରିଆରେ ଏହି ସଂପର୍କରେ ସୂଚନା ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ଏଥି ନିମନ୍ତେ ରେସକ୍ୟୁ ଅଭିଯାନ ବର୍ତ୍ତମାନ ଆରମ୍ଭ ହୋଇଯାଇଛି ।
ଅଧିକାରୀଙ୍କ କହିବା ମୁତାବକ ଏହା ଉଡାଣ ଭରିବାର ୧୩ ମିନିଟ ପରେ ବିମାନଟି ଫ୍ଲାଇଟ ସଂଖ୍ୟା ଜେଟି୬୧୦ର ରାଡର ଠାରୁ ଯୋଗାଯୋଗ ବିଚ୍ଛିନ ହୋଇଥିଲା । କ୍ରାସ ହୋଇଥିବା ବିମାନଟିର ମଡେଲ ହେଲା ବୋଇଙ୍ଗ ୭୩୭ ମ୍ୟାକ୍ସ ୮ । ଏହି ବିମାନରେ ୧୮୮ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଏହା ସକାଳ ୬.୨୦ରେ ଉଡାଣ ଭରିଥିଲା । ଏହାର ୧୩ ମିନିଟ ପରେ ବା ୬.୩୩ରେ ବିମାନ ଠାରୁ ଏୟାର ଟ୍ରାଫିକ କଣ୍ଟ୍ରୋଲର ଫ୍ଲାଇଟରାଡର ୨୪ ଠାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।
ଫ୍ଲାଇଟରାଡର ୨୪ରୁ ମିଳିଥିବା ଟ୍ରାକିଙ୍ଗ ସୂଚନା ଅନୁଯାୟୀ ବିମାନ ଯୋଗାଯୋଗ ବିଚ୍ଛିନ ହେବା ପୂର୍ବରୁ ୫୦୦୦ ଫୁଟ ଉଚ୍ଚତାରେ ଉଡୁଥିଲା । ଏହା ପରେ ସେ ପୁଣି ଉପରକୁ ଉଠିଥିଲା ଏବଂ ସମୁଦ୍ରରେ ଯାଇ ପଡିଥିଲା । ବର୍ତ୍ତମାନ ସୁଧା ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କର ମୃତ୍ୟୁ ସଂଖ୍ୟା ଅସ୍ପଷ୍ଟ ରହିଛି ।


Share It

Comments are closed.