ଗତ ୨୪ ଘଣ୍ଟାରେ ଭାରତରେ ୪୮, ୬୪୮ କରୋନା ସଂକ୍ରମିତ ଚିହ୍ନଟ, ୫୭,୩୮୬ ସୁସ୍ଥ


ଦେଶରେ ପୁଣି ବଢ଼ିଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ପୁଣି ୪୮ ହଜାର ୬୪୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୦ ଲକ୍ଷ ଅତିକ୍ରମ ହୋଇଛି। ଦେଶରେ ‌ଏବେ ସୁଦ୍ଧା ୮୦ ଲକ୍ଷ ୮୮ହଜାର ୮୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ପୁଣି କରୋନାରେ ୫୬୩ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୧ ହଜାର ୦୯୦ରେ ପହଞ୍ଚିଛି।


ଏବେ ଦେଶରେ ୫ ଲକ୍ଷ ୯୪ ହଜାର ୩୮୬ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ଏବେ ସୁଦ୍ଧା ୭୩ ଲକ୍ଷ ୭୩ ହଜାର ୩୭୫ ଜଣ ସୁସ୍ଥ ହୋଇ ସାରିଲେଣି । ସେହିପରି ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଲକ୍ଷ ୬୪ ହଜାର ୬୪୮ କରୋନା ନମୁନା ପରୀକ୍ଷଣ ହୋଇଥିବା ବେଳେ ସମୁଦାୟ ୧୦ କୋଟି ୭୭ ଲକ୍ଷ ୨୮ ହଜାର ୦୮୮ ନମୁନା ଏବେ ସୁଦ୍ଧା ପରୀକ୍ଷା ହୋଇସାରିଛି।


Share It

Comments are closed.