ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-ଟ୍ୱେଣ୍ଟି


ଘରୋଇ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଠୁଁ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ । ଏହି ସିରିଜରୁ ୨୦୨୨ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ଭାରତର ପ୍ରସ୍ତୁତି ଅଭିଯାନ ଆରମ୍ଭ ହେବ । ନବ ନିଯୁକ୍ତ କୋଚ୍‌ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଆରମ୍ଭ ହେବ । ରୋହିତ ମଧ୍ୟ ସ୍ଥାୟୀ ଅଧିନାୟକ ଭାବେ ଦଳର ଦାୟିତ୍ୱ ନେବେ । ଭାରତୀୟ ସମୟ ଅପରାହ୍ଣ ୭ଟା ସମୟରେ ମ୍ୟାଚ୍‌ ଆରମ୍ଭ ହେବ । ରୋହିତଙ୍କ ଅଧିନରେ ଅନେକ ଯୁବ ଦଳ ଗଠନ କରାଯାଇଛି । ବୋଲିଂ ବିଭାଗ ଅଭିଜ୍ଞ ରହିଥିଲେ ହେଁ ଅନେକ ଯୁବ ଖେଳାଳି ବ୍ୟାଟିଂ ବିଭାଗରେ ସ୍ଥାନ ପାଇବେ । ରୋହିତ ଓ ଲୋକେଶ ରାହୁଲ ପାଳି ଆରମ୍ଭ କରିବା ଏକ ପ୍ରକାର ନିଶ୍ଚିତ । ସୂର୍ଯ୍ୟକୁମାର ଯାଦବ ଓ ଶ୍ରେୟାସ ଆୟରଙ୍କ ସମେତ ଇଶାନ କିଷନ, ଋତୁରାଜ ଗାଏକୱାଡ୍‌, ଭେଙ୍କଟେଶ ଆୟରଙ୍କୁ ମଧ୍ୟ ଭାଗରେ ପରୀକ୍ଷା କରାଯିବ । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଫାଇନାଲ୍‌ ଖେଳି ଭାରତ ଆସିଥିବା କ୍ଳାନ୍ତ ନ୍ୟୁଜିଲାଣ୍ଡ ଦଳ ଅଭ୍ୟାସ ଛାଡ଼ି ବିଶ୍ରାମକୁ ପ୍ରାଥମିକତା ଦେଇଛି । ଆଗକୁ ଟେଷ୍ଟ ସିରିଜ ରହିଥିବାରୁ କେନ ୱିଲିମସନ ଟି-ଟ୍ୱେଣ୍ଟି ସିରିଜରୁ ବିଶ୍ରାମ ନେବେ । ଟ୍ରେଣ୍ଟ ବୋଲ୍ଟ, ଡେଭନ କନୱେ, ଲୋକି ଫର୍ଗୁସନ ଖେଳୁ ନଥିବାରୁ ଟିମ ସାଉଦି ଦଳର ନେତୃତ୍ୱ ନେବେ ।
ଭାରତ: ରୋହିତ ଶର୍ମା(ଅଧିନାୟକ), ଲୋକେଶ ରାହୁଲ, ଇଶାନ କିଷନ, ଭେଙ୍କଟେଶ ଆୟର/ଶ୍ରେୟାସ ଆୟର/ ଋତୁରାଜ ଗାଏକୱାଡ, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଅକ୍ଷର ପଟେଲ, ଆର ଅଶ୍ୱିନ, ଭୁବନେଶ୍ୱର କୁମାର, ମହମ୍ମଦ ସିରାଜ, ୟୁଝବେନ୍ଦ୍ର ଚହଲ ।

ନ୍ୟୁଜିଲାଣ୍ଡ: ମାର୍ଟିନ ଗପତିଲ, ଡାରିଲ ମିଚେଲ, ଗ୍ଲେନ ଫିଲିପ୍ସ, ମାର୍କ ଚାପମାନ, ଟିମ ସାଇଫର୍ଟ, ଜେମ୍ସ ନୀଶମ, ମିଚେଲ ସାଣ୍ଟନର, କେଲି ଜାମିସନ, ଟିମ୍‌ ସାଉଦି, ଆଡାମ ମିଲନେ, ଆଇସ ସୋଦ୍ଧି ।


Share It

Comments are closed.