ଡୁଆଲ ଚ୍ୟାନେଲ ଏବିଏସ ସହ ଭାରତର ସବୁଠୁ ଶକ୍ତିଶାଳୀ ୧୬୦ ସିସି ମୋଟରସାଇକଲ୍ ୨୦୨୫ ଟିଭିଏସ୍ ଆପାଚି ଆରଟିଆର ୧୬୦ ଉନ୍ମୋଚିତ

Share It

ଭୁବନେଶ୍ୱର: ଦୁଇଚକିଆ ଓ ତିନିଚକିଆ ଯାନ କ୍ଷେତ୍ରର ଅଗ୍ରଣୀ ସଂସ୍ଥା ଟିଭିଏସ ମୋଟର କମ୍ପାନି ପକ୍ଷରୁ ୨୦୨୫ ଟିଭିଏସ ଆପାଚି ଆରଟିଆର ୧୬୦କୁ ଉନ୍ମୋଚନ କରାଯାଇଛି। ମୋଟରସାଇକଲର ଏହି ନୂଆ ଭର୍ସନ ବେଶ ବଳିଷ୍ଠ ହୋଇଥିବା ବେଳେ ଉନ୍ନତ ସୁରକ୍ଷା ପାଇଁ ଏଥିରେ ରହିଛି ଡୁଆଲ ଚ୍ୟାନେଲ ଏବିଏସ।
୨୦୨୫ ଟିଭିଏସ ଆପାଚି ଆରଟିଆର ୧୬୦କୁ ଓବିଡି୨ବି ନିୟମକୁ ପାଳନ କରି ପ୍ରସ୍ତୁତ କରାଯାଇଛି ଏବଂ ଏଥିରେ ବ୍ୟବହାର କରାଯାଇଥିବା ଡୁଆଲ ଚ୍ୟାନେଲ ଏବିଏସ ଉନ୍ନତ ସୁରକ୍ଷା ଓ ନିୟନ୍ତ୍ରଣ ପ୍ରଦାନ କରିବ। ଏହି ମୋଟରସାଇକଲ ଶ୍ରେଷ୍ଠ ମାନର ପ୍ରଦର୍ଶନ ଏବଂ ଉନ୍ନତ ଗାଡ଼ି ପରିଚାଳନା ପ୍ରଦାନ କରୁଛି ଯାହା ଏହାକୁ ନିଜ ବର୍ଗର ଅନ୍ୟମାନଙ୍କଠାରୁ ଅଲଗା କରିଛି। ଆଜିର ଚାଳକମାନଙ୍କ ଚାହିଦା ଅନୁସାରେ ଏଥିରେ ସୁବିଧାସୁଯୋଗ ରହିଛି। ଟିଭିଏସ ଆପାଚି ଆରଟିଆର ୧୬୦ରେ ଶ୍ରେଷ୍ଠ ମାନର ପ୍ରଯୁକ୍ତି, ଉନ୍ନତ ଡିଜାଇନ ଓ ଦକ୍ଷତା ରହିଛି। ଏଥିରେ ଲାଲ ଆଲୟ ହ୍ୱିଲ ମଧ୍ୟ ରହିଛି।
ଟିଭିଏସ ଆପାଚି ଆରଟିଆର ୧୬୦ ମୋଟରସାଇକଲ ୮୭୫୦ ଆରପିଏମରେ ୧୬.୦୪ ପିଏସ ଓ ୭୦୦୦ ଆରପିଏମରେ ୧୩.୮୫ ଏନଏମ ଟର୍କ ପ୍ରଦାନ କରୁଛି। ନିଜ ବର୍ଗରେ ଏହାର ଶକ୍ତିରୁ ଓଜନ ଅନୁପାତ ଅଗ୍ରରେ ରହିଛି ଏବଂ ଏଥିରେ ରେସିଂ ଡିଏନଏ ମଧ୍ୟ ରହିଛି।
ସ୍ପୋର୍ଟ, ଅର୍ବାନ ଓ ରେନ ଭଳି ତିନିଟି ସ୍ୱତନ୍ତ୍ର ରାଇଡ ମୋଡରେ ଆସିଥିବା ଏହି ମୋଟରସାଇକଲରେ ଟିଭିଏସ ସ୍ମାର୍ଟଏକ୍ସ କନେକ୍ଟ ସହିତ ବ୍ଲୁ ଟୁଥ ଓ ଭଏସ ଆସିଷ୍ଟ ରହିଛି। ନୂଆ ଟିଭିଏସ ଆପାଚି ଆରଟିଆର ୧୬୦ ମ୍ୟାଟ ବ୍ଲାକ ସହ ପର୍ଲ ହ୍ୱାଇଟରେ ଲାଲ ଆଲୟ ହ୍ୱିଲରେ ଉପଲବ୍ଧ ହୋଇଛି।
ଏହାର ଶୁଭାରମ୍ଭ ଅବସରରେ ଟିଭିଏସ ମୋଟର କମ୍ପାନିର ବ୍ୟବସାୟ ମୁଖ୍ୟ-ପ୍ରିମିୟମ, ଶ୍ରୀ ବିମଳ ସୁମ୍ବଲି କହିଛନ୍ତି ଯେ, ‘ଟିଭିଏସ ଆପାଚି ଆରଟିଆର ୧୬୦ ନିଜ ବର୍ଗରେ ନିରନ୍ତର ଭାବେ ମାନଦଣ୍ଡ ବଢ଼ାଉଥିବା ବେଳେ ପ୍ରତି ପିଢ଼ିରେ ଉନ୍ନତ ହେବା ସହ ଆପାଚିର ରେସିଂ ଡିଏନଏର ମୂଳମନ୍ତ୍ରକୁ ଧରି ରଖିଛି। ରାଇଡ ମୋଡ, ସ୍ମାର୍ଟଏକ୍ସକନେକ୍ଟ ଭଳି ନିଜ ଶ୍ରେଣୀର ଅଗ୍ରଣୀ ସୁବିଧା ସହିତ ଭଏସ ଆସିଷ୍ଟ ଓ ଡୁଆଲ ଚ୍ୟାନେଲ ଏବିଏସ ଭଳି ନିଜ ବର୍ଗର ଅଗ୍ରଣୀ ସୁବିଧା ସହିତ ଚାଳକମାନେ ଏହି ମୋଟରସାଇକଲରୁ ଅନେକ କିଛି ଆଶା କରିପାରିବେ। ଟିଭିଏସ ଆପାଚି ଏକ ମେସିନଠାରୁ ଅଧିକ କିଛି। ଏହା ହେଉଛି ବିଶ୍ୱବ୍ୟାପୀ ୬ ନିୟୁତରୁ ଅଧିକ ଚାଳକଙ୍କ ଏକ ସମୁଦାୟ। ୨୦୨୫ ଟିଭିଏସ ଆପାଚି ଆରଟିଆର ୧୬୦ ର ତୀକ୍ଷଣ ଡିଜାଇନ, ଉନ୍ନତ ପ୍ରଯୁକ୍ତି ଓ ଏକ ବାସ୍ତବ ରୋମାଂଚକ ଚାଳନା ପାଇଁ ଟ୍ରାକରୁ ଅନୁପ୍ରାଣିତ ଇଞ୍ଜିନିୟରିଂର ପରମ୍ପରା ଉପରେ ଗଠିତ।’’
ସାରା ଭାରତରେ ଥିବା ଟିଭିଏସ ମୋଟର କମ୍ପାନିର ଡିଲରସିପଗୁଡ଼ିକରେ ୧,୩୪,୩୨୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ୨୦୨୫ ଟିଭିଏସ ଆପାଚି ଆରଟିଆର ୧୬୦ ଉପଲବ୍ଧ ହେବ।


Share It

Comments are closed.