ଭାରତର କିଛି ଅଦ୍ଭୁତ ଗ୍ରାମ, ଯାହା ଆପଣଙ୍କ ହୋସ ଉଡାଇଦେବ


ଭାରତ ହେଉଛି ଏକ ରହସ୍ୟମୟ ଦେଶ, ଯେଉଁଠାରେ ଭରି ରହିଛି ବସ୍ମୟକର କାହଣୀ ସହିତ ଆଶ୍ଚର୍ଯ୍ୟଚକିତ କରିଦେଲା ଭଳି ଘଟଣାମାନ । ଏହି ରହସ୍ୟମୟ ସମ୍ବନ୍ଧିତ କାହାଣୀର ପ୍ରକୃତ କଥା ବର୍ତ୍ତମାନ ପର୍ଯ୍ୟନ୍ତ କେହି ଜାଣି ନାହାନ୍ତି । ଏଭଳି ବିସ୍ମୟକର କାହାଣୀ ସମ୍ବନ୍ଧିୟ ଘଟଣାକୁ ନେଇକି ଭାରତ ଆଦି ମଧ୍ୟ ସମସ୍ତ ଦେଶମାନଙ୍କ ଠାରୁ ଅନ୍ୟୁନ ଅଟେ ।
ତେବେ ଆସନ୍ତୁ ଜାଣିବା ଭାରତର ଏପରି କିଛି ଗ୍ରାମ ସମ୍ବନ୍ଧିୟ ରୋଚକ କାହାଣୀ, ଯାହାକୁ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯିବେ ।

ମଲାଣା ଗ୍ରାମ –

ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଏହି ମଲାଣା ଗ୍ରାମ ସବୁବେଳେ ନିଜର ସ୍ୱୟଂ ନିୟମ କାନୁନକୁ ନେଇ ଚର୍ଚ୍ଚାରେ ରହିଥାଏ । ଏହି ଗ୍ରାମରେ ଭାରତର କୌଣସି ନିୟମ କାନୁନ ଲାଗୁ ହୋଇନାହିଁ, ଗ୍ରାମରେ ନିଜର ନିଜର ନିୟମ ରହିଛି । ଏହି ଗ୍ରାମର ନିଜର ସଂସଦ ରହିଛି, ଯେଉଁଠାରେ ସମସ୍ତ ମିଳିମିଶି ନିଷ୍ପତି ନେଇଥାନ୍ତି ।

ଏହି ଗ୍ରାମରେ ସବୁଠାରୁ ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା ହେଲା, କୌଣସି ଭ୍ରମଣକାରୀ କିମ୍ବା ବାହ୍ୟ ବ୍ୟକ୍ତି ଗ୍ରାମର କୌଣସି କାନ୍ଥକୁ ସ୍ପର୍ଶ କରିପାରିବେ ନାହିଁ । ଯଦି ଏଭଳି କୌଣସି ଘଟଣା ଦୁର୍ଭାଗ୍ୟବଶତ ଘଟିଯାଇଥାଏ, ତେବେ ବ୍ୟକ୍ତି ଜଣକ ଜୋରିମାନ ସ୍ୱରୁପ ୧୦୦୦ ଟଙ୍କା ଦେବାକୁ ପଡିବ ।

ସେହିଭଳି ଏହି ଗ୍ରାମକୁ ଆସିଥିବା ଭ୍ରମଣକାରୀ ଓ ପର୍ଯ୍ୟଟକମାନଙ୍କୁ ଗ୍ରାମରେ ଭିତରେ ରହିବାକୁ କୌଣସି ଅନୁମତି ମିଳେନାହିଁ, ଯେଉଁଥିପାଇଁ ସେମାନେ ବାହାରେ ଏକ ତମ୍ବୁ ଘରେ ରହିଥାନ୍ତି । ଯଦି କୌଣସି ପର୍ଯ୍ୟଟକ ଗ୍ରାମର କୌଣସି ଦୋକାନରୁ କିଛି ବି ଜିନିଷ କିଣିବାକୁ ପସନ୍ଦ କରନ୍ତି, ତେବେ ତାଙ୍କୁ ଦୋକାନ ବାହାରୁ ଠିଆ ହୋଇ ସେହି ଜିନିଷ କିଣିବାକୁ ପଡିଥାଏ କାରଣ ଯେପରି ସେ ଦୋକାନର କୌଣସି କାନ୍ଥକୁ ସ୍ପର୍ଶ କରି ନପାରିବେ ।

ଶନି ଶିଗନାପୁର –

ସାରା ପୃଥିବୀରେ ସମସ୍ତଙ୍କ ଘରେ , ଦୋକାନ କିମ୍ବା ଅଫିସ ଆଦି ସ୍ଥାନ ମାନଙ୍କରେ ନିଜ ଆସବାବ ପତ୍ରକୁ ଚୋର ଡକାୟତମାନଙ୍କ କବଳରୁ ରକ୍ଷା କରିବା ପାଇଁ ଘରେ କବାଟ ଏବଂ ତାଲାର ବ୍ୟବହାର କରନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଭାରତରେ ଏପରି ଏକ ଗ୍ରାମ ରିହଛି ଯେଉଁଠାରେ ଗ୍ରାମ କୌଣସି ବ୍ୟକ୍ତି ଘର ହେଉ କିମ୍ବା ଦୋକାନ ଏହାର ବାହାରେ କବାଟ ତ ଦୂରର କଥା ସେମାନେ ତାଲା ମଧ୍ୟ ଲଗାନ୍ତି ନାହିଁ । ମହାରାଷ୍ଟ୍ରର ଅହ୍ମଦନଗର ଜିଲ୍ଲାରେ ଅବସ୍ଥାପିତ ରହିଛି ଏହି ଶନି ଶିଗନାପୁର ଗ୍ରାମ । ଏହି ଗ୍ରାମର ନାମକରଣ ଭଗବାନ ଶନିଙ୍କ ନାମରେ ନାମିତ ହୋଇଛି, କାରଣ ଏଠାରେ ଶନି ଦେବତାଙ୍କ ମନ୍ଦିର ରହିଛି । ଏହି ଗ୍ରାମର ଲୋକଙ୍କ ମନରେ ବିଶ୍ୱାସ ରହିଛି ଯେ, ସ୍ୱୟଂ ଭଗବାନ ଶନି ଦେବ ତାଙ୍କ ଘରର ରକ୍ଷା କରିଥାନ୍ତି ।

ମୁଥୁର ଗ୍ରାମ-

ବିଶ୍ୱଦରବାରରେ ସଂସ୍କୃତ ପାଇଁ ଆଜି ଭାରତ ଆଜି ସୁନମା ଅର୍ଜନ କରଥିବାବେଳେ ଆଜି ମଧ୍ୟ ଦେଶର ଅଳ୍ପ କିଛି ଲୋକ ସଂସ୍କୃତ ବିଷୟରେ ଜାଣିଛନ୍ତି । ବର୍ତ୍ତମାନ ପରିସ୍ଥିତି ଏପରି ହୋଇଗଲାଣି ସୃଷ୍ଟି ହୋଇଗଲାଣି ଯେ, ଆମେ ଆମ ରାଷ୍ଟ୍ରଭାଷା ହିନ୍ଦୀକୁ ରକ୍ଷା କରିବା ପାଇଁ ସଂଘର୍ଷ କରୁଛେ । ସବୁଠାରୁ ବିଡମ୍ବନରା ବିଷୟ ହେଲା ବର୍ତ୍ତମାନ ଲୋକମାନେ ପ୍ରାଞ୍ଜଳ ଭାବରେ ଇଂରାଜି କହୁଥିବା ବେଳେ ସଠିକ ଭାବରେ ହିନ୍ଦୀ ମଧ୍ୟ କହିପାରୁନାହାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଭାରତରେ ଏପରି ଏକ ଗ୍ରାମ ରହିଛି ଯେଉଁଠାରେ ଲୋକମାନେ ବର୍ତ୍ତମାନ ପର୍ଯ୍ୟନ୍ତ ପରସ୍ପର ମଧ୍ୟରେ ସଂସ୍କୃତରେ କଥା ହୋଇଥାନ୍ତି । କର୍ଣ୍ଣାଟକର ସୁମୋଗ ସହର ଠାରୁ ୧୦ କିମି ଦୂରରେ ଅବସ୍ଥିତ ଏହି ମୁଥୁର ଗ୍ରାମର ଲୋକମାନେ ବର୍ତ୍ତମାନ ପର୍ଯ୍ୟନ୍ତ ପରସ୍ପର ମଧ୍ୟରେ ସଂସ୍କୃତରେ କଥା ହୋଇଥାନ୍ତ, ଯାହାକି ପ୍ରଚୀନ କାଳରୁ ଚାଲି ଆସିଛି । ଏହି ଗ୍ରାମର ପିଲାଙ୍କୁ ପ୍ରାଥମିକ ଶିକ୍ଷା ମଧ୍ୟ ସଂସ୍କୃତରେ ଦିଆଯାଇଥାଏ ।

କୋଡିନାହ ଗ୍ରାମ –

ଯେତେବେଳେ ଆମେ କୌଣସି ଯାଁଳା ପିଲା ଦେଖୁ, ସେତେ ଆମକୁ ବହୁତ କୌତୁକ ସହ ଆଶ୍ଚର୍ଯ୍ୟ ଲାଗିଥାଏ । କିନ୍ତୁ ଭାରତର କେରଳର ମାଲାପୁରମ ଜିଲ୍ଲା ସ୍ଥିତ କୋଡିନାହ ନାମକ ଏକ ଗ୍ରାମ ରହିଛି,ଯେଉଁଠାରେ ୩୫୦ରୁ ଉଦ୍ଦ୍ୱର୍ ଯାଁଳା ରହିଥାନ୍ତି, ଯେଉଁଥିପାଇଁ ଏହି ଗ୍ରାମକୁ ଯାଁଳା କୁହାଯାଏ ।


Share It

Comments are closed.