ଆସନ୍ତା ବର୍ଷ ଭାରତ ନିଜର ପ୍ରଥମ ସୂର୍ଯ୍ୟ ମିଶନ କରିବ ଆରମ୍ଭ


ସୂର୍ଯ୍ୟଙ୍କ ଅଧ୍ୟୟନ ଲାଗି ଭାରତ ନିଜର ପ୍ରଥମ ସୌର ମିସନ ଆଦିତ୍ୟ ଏଲ-୧ ଆଗାମୀ ବର୍ଷ ଅର୍ଥାତ ୨୦୨୨ ମାର୍ଚ୍ଚମାସରେ ହାତକୁ ନେଇପାରେ। ତେବେ ଏହି ମିସନ ୨୦୨୦ ପ୍ରାରମ୍ଭିକ ପର୍ଯ୍ୟାୟରେ ହେବାର ଥିଲା। ହେଲେ କରୋନା ଭାଇରସ ମହାମାରୀ ସଂକ୍ରମଣ ଯୋଗୁ ମିସନ ଟାଳି ଦିଆଯାଇଥିଲା। ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଏହି ମିସନ ସହ ସୁପରନୋଭା ମଧ୍ୟ ଲଞ୍ଚ କରିବେ ବୋଲି କହିଛନ୍ତି। ଆଦିତ୍ୟ ଏଲ-୧ ମିସନକୁ ପୃଥିବୀରୁ ୧୫ଲକ୍ଷ କିଲୋମିଟର ଦୂର ଲାଗ୍ରାଙ୍ଗିଆନ୍ ପଏଣ୍ଟ-୧ ଓ ପ୍ରଭାମଣ୍ଡଳ କକ୍ଷରେ ପ୍ରବେଶ କରାଯିବ। ଯାହା ଦ୍ୱାରା ପରାଗ କାଳରେ ଲଗାତାର ସୂର୍ଯ୍ୟଙ୍କ ନିରକ୍ଷଣ କରାଯାଇପାରିବ। ବିଶ୍ୱରେ ଏପର୍ଯ୍ୟନ୍ତ ଆମେରିକା, ୟୁରୋପୀୟ ୟୁନିୟନ ଓ ଜାପାନ କେବଳ ଏହି ମିସନରେ ସଫଳ ହୋଇଛନ୍ତି। ଯଦି ଭାରତର ଆଦିତ୍ୟ ଏଲ-୧ ମିସନ ସଫଳ ହୁଏ ତେବେ ଏହି ସୂଚୀରେ ଭାରତ ହେବ ବିଶ୍ୱର ଚତୁର୍ଥ ଦେଶ।
୨୦୧୯ ମସିହାରେ ଭାରତ ପ୍ରଥମେ ସୂର୍ଯ୍ୟମିସନର ଘୋଷଣା କରିଥିଲା। ଆଶା କରାଯାଉଥିଲା ୨୦୨୦ ପ୍ରାରମ୍ଭିକ ପର୍ଯ୍ୟାୟରେ ମିସନ ହାତକୁ ନିଆଯିବ। ତେବେ କରୋନା ଭାଇରସ ମହାମାରୀ ଲାଗି ଉପୁଜିଥିବା ପରିସ୍ଥିତିରେ ଇସ୍ରୋ ଏହାକୁ ଟାଳି ଦେଇଥିଲେ। ଏବେ ୨୦୨୨ ମସିହାରେ ମିସନ ପୂରଣ କରିବା ଲାଗି ଇସ୍ରୋ ଅଣ୍ଟା ଭିଡିଛନ୍ତି। ମିଳୁଥିବା ସୂଚନା ଅନୁସାରେ ସୂର୍ଯ୍ୟଙ୍କ ଅଧ୍ୟୟନ ନିମନ୍ତେ ଇସ୍ରୋ ଖୁବଶୀଘ୍ର ନିଜର ଉପଗ୍ରହ ମଧ୍ୟ ଲଞ୍ଚ କରିବାକୁ ଯାଉଛନ୍ତି।


Share It

Comments are closed.