ଭାରତର ମିଶାଇଲ ମହିଳା ଡଃ. ଟେସି ଥୋମାସ


ଭାରତୀୟମାନେ ଦେଶର ମିଶାଇଲ ମ୍ୟାନ ପୂର୍ବତନ ରାଷ୍ଟ୍ରପତି ଶ୍ରୀଯୁକ୍ତ ଏ ପି ଜେ ଅବଦୁଲ କଲାମ ଙ୍କ ସମ୍ପର୍କରେ ଜାଣିଛନ୍ତି । କିନ୍ତୁ ଆପଣ ଦେଶର ମିଶାଇଲ ମହିଳାଙ୍କ ସମ୍ପର୍କରେ ଜାଣି ନଥିବେ । ସେ ହେଉଛନ୍ତି ଡଃ. ଟେସି ଥୋମାସ । ଟେସି ଥୋମାସ ଡିଫେନ୍ସ ରିସର୍ଚ୍ଚ ଏବଂ ଡେଭଲପମେଣ୍ଟ ଅରଗାନାଇଜେସନ(ଡିଆରଡିଓ)ରେ ଅଗ୍ନି-୪ ମିଶାଇଲର ଭାରତୀୟ ବୈଜ୍ଞାନିକ ଏବଂ ପ୍ରୋଜେକ୍ଟ ନିର୍ଦ୍ଦେଶକ ଅଛନ୍ତି । ଡଃ. ଏ ପି ଜେ ଅବଦୁଲ କଲାମ ଦ୍ୱାରା ଅଗ୍ନି ୪ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିବା ସେ ପ୍ରଥମ ମହିଳା । ଟେସି ମିଶାଇଲ ପ୍ରୋଜେକ୍ଟ ଇଣ୍ଡିଆରେ ମୁଖ୍ୟ ଭାବେ ପ୍ରଥମ ମହିଳା ହୋଇଥିବାରୁ ସେ ଭାରତର ମିଶାଇଲ ମହିଳା ଭାବେ ପରିଚିତ ।
ଭାରତର ଏହି ଅଗ୍ନି କନ୍ୟା ଜଣକ ୧୯୬୩ ମସିହାରେ କେରଳର ଆଲପୁହଜାରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ୧୩ ବର୍ଷ ବୟସରେ ତାଙ୍କ ମା ଙ୍କ ଦେହାନ୍ତ ପରେ ସେ ଜଣେ ଶିକ୍ଷକ ଭାବେ ସମ୍ପୂର୍ଣ୍ଣ ଘରର ଭାର ନେଇଥିଲେ । ଏହି ସବୁ ସତ୍ତେ୍ୱ ସେ ନିଜର ମିଶାଇଲ ଏବଂ ରକେଟ ପ୍ରତି ଥିବା ଭଲ ପାଇବା କମ କରିନଥିଲେ । ସେ ଥମ୍ବା ରକେଟ ଲଞ୍ଚିଙ୍ଗ ଷ୍ଟେସନର କୌତୁହଳ ପୂର୍ଣ୍ଣ ପରିବେଶରେ ବଡ ହୋଇଥିବାରୁ ରକେଟ ଏବଂ ମିଶାଇଲ ଦ୍ୱାରା ଆକର୍ଷିତ ହୋଇଥିଲେ । ସେ କାଲିକଟରେ ବି.ଟେକ କରିବା ପରେ ପୁନା ୟୁନିଭରସିଟିରେ ଗାଇଡେଡ ମିଶାଇଲରେ ସ୍ନାତକୋତ୍ତର ହାସଲ କରିବା ପରେ ସେ ଅପରେସନ ମ୍ୟାନେଜମେଣ୍ଟରେ ଏମବିଏ ଏବଂ ମିଶାଇଲ ଗାଇଡାନ୍ସରେ ପିଏଚଡି ମଧ୍ୟ କରିଥିଲେ ।
୧୯୮୮, ମସିହାରେ ସେ ଡଃ. ଏ ପି ଜେ ଅବଦୁଲ କଲାମଙ୍କ ତତ୍ତ୍ୱାବଧାନରେ ଭାରତର ଡିଆରଡିଓରେ ଯୋଗଦାନ କରିଥିଲେ । ଡଃ. ଟେସି ଥୋମାସ ଭାରତର ପ୍ରଥମ ମହିଳାଭାବେ ଡିଆରଡିଓର ଅଗ୍ନି ୪ ଏବଂ ୫ ମିଶାଇଲ ର ପେଜେକ୍ଟ ନିର୍ଦ୍ଦେଶକ । ଜିଇଏସ-୨୦୧୭ର ବ୍ୟକ୍ତାଙ୍କ ଅନୁଯାୟୀ ଏକ ପ୍ରୋଜେକ୍ଟ ଏବଂ ପ୍ରଯୁକ୍ତି ବିଦ୍ୟାର ମୁଖ୍ୟ ଭାବେ ସେ ମିଶାଇଲ ଡିଜାଇନ, ଭିତ୍ତି ସଂରଚନା ଏବଂ ପ୍ରୋସେସ ଏବଂ ଉତ୍ପାଦ ବିକାଶରେ ତାଙ୍କ ଭୂମିକା ଅତୁଳନୀୟ । ସେ ମଧ୍ୟ ୫ଟି ବିଭିନ୍ନ ୟୁନିଭରସିଟିରୁ ଡକ୍ଟର ଅଫ ସାଇନ୍ସ ସମ୍ମାନ ଅର୍ଜନ କରିଛନ୍ତି ।


Share It

Comments are closed.