ଭାରତର ପ୍ରଥମ ଡାଟା ସେଂଟର ସିଫି ଇନଫିନିଟି ସ୍ପେସେସ୍ ପକ୍ଷରୁ ୩୭୦୦ କୋଟି ଟଙ୍କାର ଆଇପିଓ ପାଇଁ ପେପର ଦାଖଲ

Share It

ଭୁବନେଶ୍ୱର: ଭାରତର ପ୍ରଥମ ଡାଟା ସେଂଟର ସିଫି ଇନଫିନିଟି ସ୍ପେସେସ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। କମ୍ପାନି ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ଜରିଆରେ ୩୭୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି।
ଏହି ଇସ୍ୟୁରେ କମ୍ପାନି ୨୫୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରିବ ଓ ଏହାର ଅଂଶଧନକାରୀମାନେ ୧୨୦୦ କୋଟି ଟଙ୍କାର ସେୟାରକୁ ଅଫର ଫର ସେଲରେ ବିକ୍ରି କରିବେ। ଅଫର ଫର ସେଲରେ କୋଟକ ଡାଟା ସେଂଟର ଫଣ୍ଡ ୬୪୩ କୋଟି ଟଙ୍କା ଓ କୋଟକ ସ୍ପେସିଆଲ ସିଚୁଏସନ୍ସ ଫଣ୍ଡ ୫୫୭ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ। ବୁକ ରନିଂ ଲିଡ ମ୍ୟାନେଜରଙ୍କ ସହ ଆଲୋଚନା କରି ସିଟି ଇନଫିନିଟି ସ୍ପେସେସ୍ ପକ୍ଷରୁ ୫୦୦ କୋଟି ଟଙ୍କାର ପ୍ରାକ-ଆଇପିଓ ପ୍ଲେସମେଂଟ କରାଯିବ। ଯଦି ତାହା ସଫଳ ହେବ ତେବେ ସେହି ଅନୁସାରେ ମୂଳ ଇସ୍ୟୁର ପରିମାଣର ହ୍ରାସ ପାଇବ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗ୍ରହ ହେବ ସେଥିରୁ ଯଥାକ୍ରମେ ୪୬୫ କୋଟି ଟଙ୍କା ଓ ୮୬୦ କୋଟି ଟଙ୍କାକୁ କମ୍ପାନି ଚେନ୍ନାଇ ୦୨ ଡାଟା ସେଂଟରର ଟାୱାର ବିକୁ ସମ୍ପୂର୍ଣ୍ଣ କରିବା ଏବଂ ନଭି ମୁମ୍ବାଇରେ ରାବାଲେ ଡାଟା ସେଂଟରର ଟାୱାର ୧୧ ଓ ୧୨ର ନିର୍ମାଣ ଶେଷ କରିବା ପାଇଁ ପୁଞ୍ଜି ବ୍ୟୟ ଭାବେ ବ୍ୟବହାର କରିବାକୁ ପ୍ରସ୍ତାବ ଦିଆଯାଇଛି। ସେହିପରି ୬୦୦ କୋଟି ଟଙ୍କାକୁ କିଛି ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବାରେ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ।
୧୯୯୦ ବେଳକୁ ଇଂଟରନେଟ ଜଗତରେ ବେଶ ଲୋକପ୍ର୍ରିୟତା ହାସଲ କରିଥିବା ସିଫି ଗ୍ରୁପର ଅଂଶ ସିଟି ଇନଫିନିଟି ସ୍ପେସେସକୁ ୨୦୦୦ରେ ସ୍ଥାପନ କରାଯାଇଛି। ଭେଗେନସା ଅନନ୍ତ କୋଟି ରାଜୁ ଏହାର ଦେଖାଶୁଣା କରୁଛନ୍ତି। ୨୦୨୫ ଜୁନ ୩୦ ସୁଦ୍ଧା କମ୍ପାନିର ୧୪ଟି କୋଲୋକେସନ ଡାଟାର ସେଂଟର ମୁମ୍ବାଇ, ଚେନ୍ନାଇ, ନୋଏଡା, ହାଇଦ୍ରାବାଦ, ବେଙ୍ଗାଲୁରୁ ଓ କୋଲକାତାରେ ରହିଥିଲା। କମ୍ପାନି ୫୦୦ରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି ଯେଉଁଥିରେ ତିନି ହାଇପରସ୍କେଲ ଗ୍ଲୋବାଲ କମ୍ପାନି ଓ ୭ଟି ପ୍ରମୁଖ ଭାରତୀୟ ବ୍ୟାଙ୍କ ରହିଛନ୍ତି।
କମ୍ପାନିର ପରିଚାଳନାରୁ ରାଜସ୍ୱ ପରିମାଣ ୨୦୨୨-୨୩ର ୧୦୨୧.୩୪ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୪-୨୫ରେ ୧୪୨୮.୩୬୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏବିଟଡା ପରିମାଣ ୬୩୪.୨୪୬ କୋଟି ଟଙ୍କା ଏବଂ ଟିକସ ପରବର୍ତୀ ଲାଭ ୧୨୬.୩୬ କୋଟି ଟଙ୍କା ରହିଛି।
ଏହି ଅଫରର ବୁକ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଜେଏମ ଫାଇନାନ୍ସିଆଲ ଲିମିଟେଡ୍‌, ସିଏଲ୍‌ଏସ୍‌ଏ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ଜେପି ମୋର୍ଗାନ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, କୋଟକ୍ ମହିନ୍ଦ୍ରା କ୍ୟାପିଟାଲ କମ୍ପାନି ଲିମିଟେଡ୍ ଓ ମୋର୍ଗାନ ଷ୍ଟାନଲି ଇଣ୍ଡିଆ କମ୍ପାନି ପ୍ରାଇଭେଟ୍ ଲିମିଟେଡ୍‌।


Share It

Comments are closed.