ଭାରତର ପ୍ରଥମ ସଂପତି ପୁନର୍ଗଠନ କମ୍ପାନି ଏଆର୍ସିଆଇଏଲ୍ ପକ୍ଷରୁ ଆଇପିଓ ପାଇଁ ସେବି ନିକଟରେ ଡିଆର୍ଏଚ୍ପି ଦାଖଲ
ଭୁବନେଶ୍ୱର: ଭାରତର ପ୍ରଥମ ସଂପତି ପୁନର୍ଗଠନ କମ୍ପାନି ଆସେଟ୍ ରିକନ୍ଷ୍ଟ୍ରକ୍ସନ କମ୍ପାନି (ଇଣ୍ଡିଆ ଲିମିଟେଡ୍ (ଏଆର୍ସିଆଇଏଲ୍) ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍ପେକ୍ଟସ୍ (ଡିଆର୍ଏଚ୍ପି) ଦାଖଲ କରାଯାଇଛି।
ଏହି ଆଇପିଓରେ ୧୦୫,୪୬୩,୮୯୨ ଇକ୍ୱିଟି ସେୟାରକୁ ବିକ୍ରି କରାଯିବ। ଅଫର୍ ଫର୍ ସେଲ୍ରେ ଆଭେନ୍ୟୁ ଇଣ୍ଡିଆ ରିସର୍ଜେନ୍ସ ପିଟିଲ ଲିମିଟେଡ୍ ପକ୍ଷରୁ ୬୮,୭୩୯,୦୩୪ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ୧୯,୪୪୫,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଲାଥେ ଇନଭେଷ୍ଟମେଂଟ୍ ପିଟିଇ ଲିମିଟେଡ୍ ପକ୍ଷରୁ ୧୬,୨୪୪,୮୫୮ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ଏବଂ ଦି ଫେଡେରାଲ୍ ବ୍ୟାଙ୍କ ଲିମିଟେଡ୍ ପକ୍ଷରୁ ୧,୦୩୫,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ବିକ୍ରି କରାଯିବ।
ଏହି ଅଫର୍ର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆଇଆଇଏଫ୍ଏଲ୍ କ୍ୟାପିଟାଲ୍ ସର୍ଭିସେସ୍ ଲିମିଟେଡ୍, ଆଇଡିବିଆଇ କ୍ୟାପିଟାଲ୍ ମାର୍କେଟ୍ସ ଆଣ୍ଡ୍ ସିକ୍ୟୁରିଟିଜ୍ ଲିମିଟେଡ୍ ଓ ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍।
ଏଆର୍ସିଆଇଏଲ୍କୁ ଆଭେନ୍ୟୁ ଇଣ୍ଡିଆ ରିସର୍ଜେନ୍ସ ପିଟିଇ ଲିମିଟେଡ୍ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ସ୍ଥାପନ କରାଯାଇଛି। ଏହାର ପରିଚାଳନା ନିର୍ଦେଶକ ଓ ସିଇଓ ଭାବେ ଶ୍ରୀ ପଲ୍ଲବ ମହାପାତ୍ର, ସଭାପତି ଶ୍ରୀ ଫନିନ୍ଦ୍ରନାଥ କକାର୍ଲା, ମୁଖ୍ୟ ବିତ ଅଧିକାରୀ ଶ୍ରୀ ପ୍ରମୋଦ ଗୁପ୍ତା, କର୍ପୋରେଟ୍ ପାଇଁ ଆକ୍ୟୁଜିସନ୍ ମୁଖ୍ୟ ଭାବେ ଶ୍ରୀ ରଜତ ଅଗ୍ରୱାଲ୍ ଏବଂ ଖୁଚୁରା ଋଣ ଅଧିଗ୍ରହଣ ମୁଖ୍ୟ ଭାବେ ଶ୍ରୀ ଅନୁପ ସତିଶ ମିତଲ କାର୍ଯ୍ୟ କରୁଛନ୍ତି।
ଦେଶର ୧୨ଟି ରାଜ୍ୟରେ ପରିଚାଳିତ ହେଉଥିବା ଏଆର୍ସିଆଇଏଲ୍ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନଗୁଡ଼ିକର ଚାପଗ୍ରସ୍ତ ଋଣକୁ ଅଧିଗ୍ରହଣ କରି ସେଗୁଡ଼ିକର ସମାଧାନ କରୁଛି। ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ଏହା ୩୮,୧୫୫.୬୩୨ କୋଟି ଟଙ୍କାରେ ୭୨,୬୫୭.୩୦୭ କୋଟି ଟଙ୍କାର ଋଣ ଅଧିଗ୍ରହଣ କରିଥିଲା ଏବଂ ସେଥିରୁ ୨୮,୪୫୯.୭ କୋଟି ଟଙ୍କା ଫେଋସ୍ତ ଆଣିବାରେ ସଫଳ ହୋଇଛି।
୨୦୨୩-୨୪ ଆର୍ଥିକ ବର୍ଷରେ ଏହାର ପରିଚାଳନା ରାଜସ୍ୱ ୫୭୦.୧୪୧ କୋଟି ଟଙ୍କା ଥିଲା ଏବଂ ଏହା ହେଉଛି ରାଜସ୍ୱ ଦୃଷ୍ଟିରୁ ଭାରତର ଦ୍ୱିତୀୟ ସର୍ବବୃହତ୍ ଏଆର୍ସି। ହାରାହାରି ଏୟୁଏମ୍କୁ ଏହାର ଟିକସ ପରବର୍ତୀ ଲାଭ ହାର ସର୍ବାଧିକ ୧.୯୪ ପ୍ରତିଶତ ରହିଛି।
୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ବର୍ଷରେ ଏହାର ପରିଚାଳନାରୁ ରାଜସ୍ୱ ୫୯୬.୪୨୩ କୋଟି ଟଙ୍କା ଏବଂ ମୋଟ୍ ଆୟ ୬୨୩.୩୯୯ କୋଟି ଟଙ୍କା, ଟିକସ ପରବର୍ତୀ ଲାଭ ୩୫୫.୩୧୯ କୋଟି ଟଙ୍କା ଏବଂ ପିଏଟି ମାର୍ଜିନ୍ ୫୭ ପ୍ରତିଶତ ରହିଥିଲା।
Comments are closed.