ପୁଣି ବଢିଲା ସଂକ୍ରମଣ, ଗତ ୨୪ ଘଣ୍ଟାରେ ୭୨ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ


ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଗତ କିଛି ହେଲା କମିବାର ଲାଗିଥିଲା । ତେବେ କିଛି ଦିନର ଅନ୍ତରାଳ ପରେ ପୁଣି ଥରେ ସଂକ୍ରମଣ ସଂଖ୍ୟା ବଢିଛି । ଗତକାଲି ଦେଶରେ ୬୨ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା । କିନ୍ତୁ ଆଜି ଏହି ସଂଖ୍ୟାରେ ୧୦ହଜାର ପାଖାପାଖି ବୃଦ୍ଧି ପାଇଛି । ଭାରତରେ ମୋଟ କରୋନା ସଂକ୍ରମିତଙ୍କ ସଂଖଖ୍ୟା ୬୭ଲକ୍ଷରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ତଥ୍ୟା ଅନୁସାରେ , ଗତ ୨୪ଘଣ୍ଟା ଦେଶରେ ୭୨,୦୪୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ସେହିପରି ୯୮୬ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ଗତକାଲି ତୁଳନାରେ ଆଜି ଉଭୟ ମୃତ ଓ ସଂକ୍ରମିତଙ୍କ ସଂଖ୍ୟା ବଢିଛି । ଗତକାଲି ୮୦୪ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା ।

ରିପୋର୍ଟ ଅନୁସାରେ, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୬୭,୫୭,୧୩୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୭,୪୪,୬୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ଆକ୍ଟିଭ୍‌ କେସ୍‌ ୯,୦୭,୮୮୩ରହିଛି । କରୋନା ଭାଇରସରେ ଦେଶରେ ୧,୦୪,୫୫୫ଜଣଙ୍କ ମୃତ୍ୟୁ ହୋଇସାରିଛି । ଦେଖିବାକୁ ଗଲେ ସକ୍ରିୟ ମାମଲା ଠାରୁ ସୁସ୍ଥ ହେବା ସଂଖ୍ୟା ବଢିବାର ଲାଗିଛି । ଯାହାକି ଏକ ଶୁଭ ଖବର ।


Share It

Comments are closed.