ଗତ ୨୪ ଘଣ୍ଟାରେ ଦେଶରେ ୫୫ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ


ଦେଶରେ ୨୭ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୫ ହଜାର ୦୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଫଳରେ ଦେଶର ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭ ଲକ୍ଷ ୨ ହଜାର ୭୪୩କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୭୬ ଜଣଙ୍କର ଜୀବନ ନେଇଛି ମହାମାରୀ କରୋନା। ଯାହା ଫଳରେ ଦେଶରେ ମୋଟ୍ କରୋନା ମୃତକଙ୍କ ସଂଖ୍ୟା ୫୧ ହଜାର ୭୯୭ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ଦେଶରୁ ୨୭ ଲକ୍ଷ ୨ ହଜାର ୭୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୯ ଲକ୍ଷ ୭୭ ହଜାର ୭୮୦ ଜଣ ଚିକିିତ୍ସାପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୫୧ ହଜାର ୭୯୭ ଜଣଙ୍କର ମୃତ୍ୟୁ ହୋଇଛି,ସେହିପରି ବର୍ତ୍ତମାନ ସୁଦ୍ଧା ୬ଲକ୍ଷ ୭୩ ହଜାର ୧୬୬ ଜଣ ଚିକିତ୍ସିତ ହେଉଛନ୍ତି। ତେବେ ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ଆଜି ଏହି ସଂଖ୍ୟା କମ ରହିଛି। ଗତକାଲିଠାରୁ ଆଜି ମୃତ୍ୟୁ ସଂଖ୍ୟା ଏବେ ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଛି।


Share It

Comments are closed.