ଜେଲର ଚାରି କାନ୍ଥ ମଧ୍ୟରେ ଜୀବନ ବିତାଇଥିବା କେତେକ ହାଇପ୍ରୋଫାଇଲ ନେତା


ବିଭିନ୍ନ ମାମଲରେ ଛନ୍ଦି ହୋଇ ସାଧାରଣ ଲୋକ ଯେ କେବଳ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟିଥାନ୍ତି ତାହା ନୁହେଁ ବରଂ ବଡ ବଡ ହାଇଫ୍ରୋଫାଇଲ ନେତା ମଧ୍ୟ ଅନେକ ବେଆଇନ, ଭ୍ରଷ୍ଟାଚାର ଏବଂ ଷଡଯନ୍ତ୍ର ଜନିତ ମାମଲାରେ ଦୋଷୀସାବସ୍ତ୍ୟ ହୋଇ କାରାଦଣ୍ଡ ମଧ୍ୟ ଭୋଗିଥାନ୍ତି । ତେବେ ଆସନ୍ତୁ ନଜର ପକାଇବା ସେହି ନେତାଙ୍କ ଉପରେ ଯିଏ ଏହି ଭଳି ସଙ୍ଗୀନ ମାମଲାରେ ଦୋଷୀ ସାବସ୍ତ୍ୟ ହୋଇ ଜେଲ ଦଣ୍ଡ ଭୋଗିଛନ୍ତି ।

ଲାଲୁ ପ୍ରସାଦ ଯାଦବ –

ରାନଚିର ସ୍ୱତନ୍ତ୍ର ସିବିଆଇ କୋର୍ଟ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଚାରା ଦୁର୍ନିତୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଭୋଗିଛନ୍ତି । ଯେଉଁଥିରେ ତାଙ୍କୁ ପାଞ୍ଚ ବର୍ଷର ସଶ୍ରମ କାରାଦଣ୍ଡ ଭୋଗିବା ପାଇଁ ଆଦେଶ ଦିଆଯିବା ସହ ୫ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଛି । ପ୍ରକାଶ ଥାଉକି ଲାଲୁ ତୃତୀୟ ଥର ପାଇଁ ଚାରା ଦୁର୍ନିତି ମାମଲାରେ ପୁଣି ଥରେ ଜେଲ ସଜା କାଟୁଛନ୍ତି ।

ବି.ଏସ ଏଦୁରପ୍ପା –

ଦକ୍ଷୀଣ ଭାରତରେ ବିଜେପିର ପ୍ରଥମ ମୁଖ୍ୟ ମନ୍ତ୍ରୀ ଭାବେ ବି.ଏସ ଏଦୁୟୁରପ୍ପା ଶପଥ ଗ୍ରହଣ କରିଥିଲେ । ସରକାରୀ ଜମି ହଡପ ମାମଲାରେ ଏଦୁୟୁରପ୍ପାଙ୍କୁ ଲୋକାୟୁକ୍ତ କୋର୍ଟ ପ୍ରଥମ ଥର ପାଇଁ ଦୋଷୀ ସାବସ୍ତ୍ୟ କରିଥିଲା । ଯାହା ଫଳରେ କୋର୍ଟ ତାଙ୍କୁ ୧୫ ଅକ୍ଟୋବର ୨୦୧୧ରେ ଜେଲ ପଠାଇଥିଲା । କୋର୍ଟ ପକ୍ଷରୁ ତାଙ୍କର ଜାମିନ ଆବେଦନକୁ ମଧ୍ୟ ନାମଞ୍ଜୁର କରାଇଦିଆଯିବା ସହ ତୁରନ୍ତ ଆରେଷ୍ଟ କରିବାର ୱାରେଣ୍ଟ ମଧ୍ୟ ଦିଆଯାଇଥିଲା ।

ସୁରେଶ କଲମାଡି –

ଏହି ଲିଷ୍ଟରେ ସୁରେଷ କଲମାଡିଙ୍କ ନାମ ମଧ୍ୟ ସାମିଲ ରହିଛି । କମନୱେଲଥ ଗେମ୍ସରେ ହୋଇଥିବା ଦୁର୍ନିତି ଅଭିଯୋଗରେ ସିବିଆଇ ତାଙ୍କୁ ହେପାଜତକୁ ନେଇ ଥିଲା । ଦିଲ୍ଲୀର ଏକ ଜେଲରେ ସେ ୯ ମାସ କାଟିବା ପରେ ତାଙ୍କୁ ପୁଣି ଥରେ ତିହାର ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତାଙ୍କୁ ଉପରେ ଭ୍ରଷ୍ଟାଚାର, ଦୁର୍ନିତୀ ଏବଂ ଷଡଯନ୍ତ୍ର ମାମଲା ମଧ୍ୟ ଲାଗୁ ହୋଇଥିଲା ।

କାନିମୋଝି

ଡିଏମକେ ନେତା ଏବଂ ଏମ. କରୁଣାନିଧିଙ୍କ ଝିଅ କାନିମୋଇ ଓ କଲିଙ୍ଗର ଟି.ଭି ର ସେଇଓଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ଗିରଫ କରିବା ପାଇଁ ଆଦେଶ ଦେଇଥିଲେ । ଯାହାଫଳରେ ତାଙ୍କୁ ୨୦୧୧ ମସିହା ୨୦ ମେରେ ଗିରଫ କରାଯାଇଥିଲା । କାନିମୋଝିଙ୍କୁ ପ୍ରଥମେ ତିହାର ଜେଲ ପଠାଇ ଦିଆଯାଇଥିଲା ଏହା ପରେ ଦିଲ୍ଲୀ କୋର୍ଟ ତାଙ୍କୁ ଜାମିନ ମଞ୍ଜୁର କରିଥିଲେ ।

ମହିପାଲ ମଦେରଣା –

ରାଜନୀତିରେ ଧୁରନଧର ଥିବା ତଥା କଂଗ୍ରେସ ବରିଷ୍ଠ ନେତା ଏବଂ ଜାଠ ନେତା ଭାବେ ଲୋକପ୍ରିୟ ଥିବା ମହିପାଲ ମଡେରଣା ମଧ୍ୟ ଗିରଫ ହୋଇଥିଲେ । ସେ ରାଜସ୍ଥାନର ପୂର୍ବତ୍ତନ ମନ୍ତ୍ରୀ ରହିଥିବାବେଳେ ୨୦୧୧ ମସିହା ୩ ଡିସେମ୍ବରରେ ନର୍ସ ଭଉଁରୀ ଦେବୀଙ୍କୁ ଅପହରଣ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ମହିପାଲ ମଡେରଣା ଏବଂ ଭଉଁରୀ ଦେବୀଙ୍କ ଏକ ଭିଡିଓ କ୍ଲିପ ଲିକ ହୋଇଥିଲା । ଏହି କ୍ଲିପ ଆଧାରରେ ସିବିଆଇଙ୍କୁ ଅନେକ ତଥ୍ୟ ମିଳିଥିଲା, ଯାହା ଫଳରେ ତାଙ୍କୁ ଗିରଫ କରାଯାଇଥିଲା ।

ଅମର ସିଂହ –

ରାଜ୍ୟସଭା ସାଂସଦ ଏବଂ ପୂର୍ବତ୍ତନ ସମାଜବାଦୀ ପାର୍ଟି ନେତା ଅମର ସିଂହଙ୍କୁ କ୍ୟାସ-ଫର-ଭୋଟ ସ୍କାମରେ ୨୦୧୧ ମସିହାରେ ୧୩ ଦିନ ପାଇଁ ନ୍ୟାୟିକ ହେପାଜତକୁ ନିଆଯାଇଥିଲା । ଅମର ସିଂହଙ୍କ ସମେତ ଅନ୍ୟାନ୍ୟ ଆରୋପୀଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଥିଲା ।

ମଧୁ କୋଡା –

ମଧୁ କୋଡାଙ୍କୁ ଆୟ ବର୍ହିଭୁତ ସମ୍ପତି ଠୁଳ ମାମଲାରେ ଦୋଷୀ ସାବସ୍ତ୍ୟ କରାଯାଇଥିଲା । ତାଙ୍କୁ କୋଇଲା ଦୁର୍ନିତି ମାମଲାରେ ୪୦୦୦ କୋଟି ହଡପ କରିଥିବାର ଅଭିଯୋଗ ଲାଗିଥିଲା । ଯେଉଁଥିରେ ତାଙ୍କୁ ୨୦୧୭ ସେପ୍ଟେମ୍ବର ୧୬ରେ ଗିରଫ କରାଯାଇଥିଲା ଏବଂ ଏହା ସହ ୨୫ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଥିଲା ।


Share It

Comments are closed.