ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ


ଭିନିସ୍ଥିଆ ମେଡିକାଲ ବିଶ୍ୱବିଦ୍ୟାଳୟର ବିଶାଳ କୁମାର ଚୌବେ ନାମକ ଜଣେ ଭାରତୀୟ ଛାତ୍ରଙ୍କ ମୃତ ଦେହ ଶନିବାର ଦିନ ବିଶ୍ୱ ବିଦ୍ୟାଳୟର ହଷ୍ଟେଲ ନମ୍ବର ୫ରୁ ଉଦ୍ଧାର କରାଯାଇଛି । ଏହି ଘଟଣାକୁ ନେଇ ପୋଲିସ କହିଛି ଯେ, “ମୃତ୍ୟୁର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବାବେଳେ ଆମେ ଏହାର ତଦନ୍ତ ଚଳାଇଛୁ ଏବଂ ଖୁବ ଶୀଘ୍ର ଘଟଣାର ସତ୍ୟାସତ ସମସ୍ତଙ୍କ ସାମନାକୁ ଅଣାଯିବ ।”
ଏହି ଘଟଣାରୁ ତଦନ୍ତରେ ଥିବା ପୋଲିସ ଅଧିକାରୀ ଜଣକ କହିଛନ୍ତି ଯେ, “ ଛାତ୍ରମାନଙ୍କ ପାଇଁ ଏହା ଏକ ସମ୍ବେଦନଶୀଳ ଘଟଣା ଏବଂ ବିଶ୍ୱ ବିଦ୍ୟାଳୟର ପରିସରରେ ରହୁଥିବା ସମସ୍ତ ଭାରତୀୟ ଛାତ୍ରାଙ୍କ ପାଇଁ ଏହା ଏକ ଚିନ୍ତାଜନକ କାରଣ ଅଟେ । ”
ମିଳିଥିବା ସୂଚନା ମୁତାବକ, ହେଷ୍ଟଲର କେତେକ ସାଥୀ ଶ୍ରୀ ଚୌବେଙ୍କୁ ହଷ୍ଟେଲ ନିକଟସ୍ଥ ଗାର୍ଡେନରେ ଅଚେତ ଅବସ୍ଥାରେ ପଡିଥିବାର ଦେଖିଥିଲେ । ସମସ୍ତ ଡାକ୍ତରୀ ଛାତ୍ର ହୋଇଥିବା ହେତୁ ସେମାନେ ପ୍ରଥମେ ଚୌବେ ନାଡି ଚିପି ଓ ସିପିଆର ପ୍ରୟୋଗ କରି ପରୀକ୍ଷା କରିଥିଲେ ବି କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କର ଅନେକ ସମୟ ପୂର୍ବରୁ ମୃତ୍ୟୁ ଘଟିଥିଲା ।
ଶ୍ରୀ ଚୌବେଙ୍କର ଜଣେ ସାଥୀ କହିଛନ୍ତି, ଚୌବେ ରାଞ୍ôଚର ନିବାସୀ ହୋଇଥିବାବେଳେ ସେ ୟୁକ୍ରେନରେ ଡାକ୍ତରୀ ପାଠ ପଢୁଥିଲେ ଏବଂ ନିଜର ଏମ.ବି.ବି.ଏସ ସରାଇବା ଉପରେ ଥିଲେ । ବର୍ତ୍ତମାନ ଏହି ଘଟଣାକୁ ନେଇ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସଙ୍କୁ ସୂଚିତ କରାଇ ଦିଆଯାଇଛି ।


Share It

Comments are closed.