ବର୍ତ୍ତମାନ ଅଦରକାରୀ ପ୍ଲାଷ୍ଟିକ ବୋତଲରୁ ନିର୍ମାଣ ହେବ ଟି-ସାର୍ଟ


ବର୍ତ୍ତମାନ ରେଳ ଷ୍ଟେସନ ମାନଙ୍କରେ ପଡୁଥିବା ଅଦରକାରୀ ପ୍ଲାଷ୍ଟିକ ପାଣି ବୋତଲ କିମ୍ବା କୋଲ୍ଡ ଡ୍ରିଙ୍ଗ ବୋତଲକୁ ପୁନଃବ୍ୟବହାର କରାଯାଇ ପୂର୍ବ ମଧ୍ୟ ରେଲୱେ ବିଭାଗ ଟି-ସାର୍ଟ ପ୍ରସ୍ତୁତ କରାଯିବ । ରେଲୱେ ଷ୍ଟେସନରେ ଲାଗିଥିବା ବୋତଲ କ୍ରସର ମେସିନ ଦ୍ୱାରା ଅଦରକାରୀ ପ୍ଲାଷ୍ଟିକ ବୋତଲର ବ୍ୟବହାର କରାଯାଇ ଟି-ସାର୍ଟ ପ୍ରସ୍ତୁତ କରାଯିବ । ଟି-ସାର୍ଟ ପ୍ରସ୍ତୁତ କରିବା ପାଇଁ ମଧ୍ୟ ରେଲୱେ ବିଭାଗ ଏବଂ ଟି-ସାର୍ଟ ନିର୍ମାଣ କମ୍ପାନୀ ସହ ଏକ ଚୁକ୍ତି ହୋଇସାରିଥିବାବେଳେ କମ୍ପାନୀ ପକ୍ଷରୁ ଟି-ସାର୍ଟ ପ୍ରସ୍ତୁତି ଦିଗରେ ପ୍ରଥମ ପରୀକ୍ଷା ସଫଳ ମଧ୍ୟ ହୋଇ ସାରିଛି ।
ଏହି ଅବସରରେ ଇସିଆରର ସିପିଆରଓ କହିଛନ୍ତି ଯେ, “ପ୍ଲାଷ୍ଟିକ ନିର୍ମାଣ ଫ୍ୟାଣ୍ଟାଷ୍ଟିକ ସ୍କିମ ଅଧିନରେ ଏହି ଟି-ସାର୍ଟ ପ୍ରସ୍ତୁତ କରାଯାଉଛି । ତିନି ଦିନ ପୂର୍ବରୁ ରାଞ୍ଚିରେ ଆୟୋଜିତ ହେଉଥିବା ରେଲୱେ ପ୍ରଦର୍ଶନୀରେ ଏହାର ଶୁଭାରମ୍ଭ କରାଯାଇଥିଲା । ”
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଏହା ଦ୍ୱାରା ଷ୍ଟେସନ ଏବଂ ରେଳ ଲାଇନ ଗୁଡିକ ପ୍ଲାଷ୍ଟିକ ଆବର୍ଜନାରୁ ମୁକ୍ତ ହେବା ସହ ଟି-ସାର୍ଟ ମଧ୍ୟ ପ୍ରସ୍ତୁତ ହୋଇପାରିବ ।


Share It

Comments are closed.