ଭାରତ ପାଇଁ ଦରକାର ପଡିଲେ ବଲ ଛାଡି ଗ୍ରେନେଟ ଧରିବା ପାଇଁ ମୁଁ ପ୍ରସ୍ତୁତ : ଶାମି


ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଆର୍ଥିକ ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି । ସେ ଏହି ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି ଯେ, “ମୁଁ ଭାରତ ପାଇଁ ଦରକାର ପଡିଲେ ବଲ ଛାଡି ଗ୍ରେନେଟ ଧରିବା ପାଇଁ ମଧ୍ୟ ପ୍ରସ୍ତୁତ ।”
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ ଯେତେବେଳେ ଆମେ ଦେଶ ପାଇଁ କ୍ରିକେଟ ଖେଳୁ ସେତେବେଳେ ବୀର ଯବାନ ସୀମାରେ ରହି ଦେଶର ଏବଂ ଆମର ସୁରକ୍ଷା କରିଥାନ୍ତି । ଯବାନଙ୍କର ଏହି ଘଡି ସନ୍ଧି ମୂହୂର୍ତ୍ତରେ ମୁଁ ତାଙ୍କ ପରିବାର ସହ ଅଛି ଏବଂ ଆଗକୁ ରହିବି ମଧ୍ୟ । ”

ଶାମିଙ୍କ ପୂର୍ବରୁ ସେହୱାଗ, ବିଗ ବି ଏବଂ ଧୱନ ମଧ୍ୟ ସହାୟତାର ହାତ ବଢାଇ ସାରିଛନ୍ତି । ପ୍ରକାଶ ଥାଉକି ସେହୱାଗ ପୂର୍ବରୁ ସମସ୍ତ ସହିଦ ଯବାନଙ୍କ ପିଲା ଛୁଆଙ୍କର ପାଠ ପଢା ଖର୍ଚ୍ଚ ବହନ କରିବେ ବୋଲି କହିଥିଲେ । ଏହା ତାଙ୍କ ପାଇଁ ଏକ ଗର୍ବର ବିଷୟ ବୋଲି ସେ କହିଥିଲେ । ଏହା ପୂର୍ବରୁ ଅମିତାଭ ମଧ୍ୟ ସହିଦ ଯବାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।


Share It

Comments are closed.