କ୍ୟାରିୟରର ୧୦୦ତମ ୱିକେଟ ହାସଲ କଲେ ଶାମୀ


ଅଷ୍ଟ୍ରେଲିଆରେ ଉନ୍ନତ ପ୍ରଦର୍ଶନ ଦେଖାଇଥିବା ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମୀ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତକୁ ପ୍ରଥମ ୱିକେଟ ଦେବା ସହ ଦିନିକିଆରେ ପ୍ରଥମ ଭରତୀୟ ଦ୍ରୁତ ବୋଲର ହିସାବରେ ୧୦୦ତମ ୱିକେଟ ହାସଲ କରିଛନ୍ତି । ସାମିଙ୍କୁ ଏହି ରେକର୍ଡ ହାସଲ କରିବା ପାଇଁ ଆଉ ମାତ୍ର ଗୋଟିଏ ୱିକେଟର ଆବଶ୍ୟକତା ରହିଥିଲା, ଯାହାକି ସେ ଆଜି ହାସଲ କରିନେଇଛନ୍ତି । ସେ ‘ମାର୍ଟିନ ଗୁଫଟିଲ’ଙ୍କୁ ନିଜ ପ୍ରଥମ ଶୀକାର କରି ଏହି ସଫଳତା ହାସଲ କରିଛନ୍ତି ।
ଏହା ସହ ଶାମୀ ଇର୍ଫାନ ପଠାନଙ୍କୁ ପଛରେ ମଧ୍ୟ ପକାଇ ଦେଇଛନ୍ତି । ପୂର୍ବରୁ ପ୍ରଥମ ଭାରତୀୟ ଦ୍ରୁତ ବୋଲର ହିସାବରେ ଇର୍ଫାନ ୫୯ ଟି ମ୍ୟାଚ ଖେଳି ୧୦୦ଟି ୱିକେଟ ହାସଲ କରିଥିଲେ କିନ୍ତୁ ବର୍ତ୍ତମାନ ଶାମୀ ୫୬ଟି ମ୍ୟାଚ ଖେଳି ଏହି ରେକର୍ଡ ହାସଲ କରି ଭାରତୀୟ ଦ୍ରୁତ ବୋଲରଙ୍କ ଲିଷ୍ଟରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।
ଅନ୍ୟପଟେ ନ୍ୟୁଜିଲାଣ୍ଡ ପ୍ରଥମେ ଟିସ ଜିତି ବ୍ୟାଟିଂ ପାଇଁ ନିଷ୍ପତି ନେଇଥିବାବେଳେ ଭାରତ ସାମନରେ ନ୍ୟୁଜିଲାଣ୍ଡର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି, ଯାହାଦ୍ୱାରାକି ଘରୋଇ ଦଳ ମାତ୍ର ୧୫୭ ରନ କରି ଆଣ୍ଠେଇ ପଡିଛନ୍ତି ।


Share It

Comments are closed.