ଉତ୍ସାହର ସହିତ ଆରମ୍ଭ ହେଲା ଇଣ୍ଡିଆନ ଡକ୍ୟୁମେଂଟାରୀ ଫିଲ୍ମ ଫେଷ୍ଟିଭାଲ ଅଫ୍ ଭୁବନେଶ୍ୱର ୨୦୨୨


ଭୁବନେଶ୍ୱର: ଇଣ୍ଡିଆନ ଡକ୍ୟୁମେଂଟାରୀ ଫିଲ୍ମ ଫେଷ୍ଟିଭାଲ ଭୁବନେଶ୍ୱର (ଆଇଡିଏଫଏଫବି) ୨୦୨୨ ଅତ୍ୟନ୍ତ ଉତ୍ସାହର ସହ ଆରମ୍ଭ ହୋଇଯାଇଛି । ଏହି ଅବସରରେ ସହରର ସିନେ ପ୍ରେମୀମାନେ ସାରା ବିଶ୍ୱର ଖ୍ୟାତିସମ୍ପର୍ଣ୍ଣ ଚଳଚ୍ଚିତ୍ର ନିର୍ମାତାମାନଙ୍କର ପ୍ରସିଦ୍ଧ ଚଳଚ୍ଚିତ୍ରଗୁଡ଼ିକୁ ଉପଭୋଗ କରିବା ପାଇଁ ଓଡ଼ିଶୀ ରିସର୍ଚ୍ଚ ସେଂଟରରେ ପହଂଚିଛନ୍ତି । ଏକ ଦୀର୍ଘ ସମୟର ବିରତି ପରେ ଫିଲ୍ମ ସୋସାଇଟି ଅଫ ଭୁବନେଶ୍ୱର (ଏଫଏସବି) ଦ୍ୱାରା ଆୟୋଜିତ ଆଇଡିଏଫଏଫବିର ତୃତୀୟ ସଂସ୍କରଣ, ଓଡ଼ିଆ ଫିଲ୍ମ ନିର୍ମାତା ଲିପିକା ସିଂ ଦରାଇଙ୍କ ଫିଲ୍ମ ‘ବ୍ୟାକଷ୍ଟେଜ’ ସହିତ ଆରମ୍ଭ ହୋଇଛି । ଓଡ଼ିଶାର ପପିଟିୟରମାନଙ୍କ (କଣ୍ଡେଇନାଚ କରାଉଥିବା ବ୍ୟକ୍ତି) ଜୀବନ ଏବଂ ସମୟକୁ ଏହି ଚଳଚ୍ଚିତ୍ରରେ ଚିତ୍ରଣ କରାଯାଇଛି । ଏଥିରେ ଗ୍ଲୋଭ, ଷ୍ଟିଙ୍ଗ ବା ସୂତା, ରଡ଼ ଏବଂ ଛାୟା ଭଳି ଚାରି ପ୍ରକାର ପପେଟ୍ରି (କଣ୍ଢେଇ ନାଚ) ପ୍ରଦର୍ଶିତ ହୋଇଛି, ଯାହାକୁ ସେମାନଙ୍କର ଅନ୍ତିମ ପିଢ଼ି ଦ୍ୱାରା ପ୍ରଦର୍ଶିତ କରାଯାଇଛି । ଏହି ଫିଲ୍ମଟି ୩୯ତମ ଅସୋଲୋ ଆର୍ଟ ଫିଲ୍ମ ଫେଷ୍ଟିଭାଲ, ଇଟାଲୀ ଏବଂ ୫୨ ତମ ଇଂଟରନାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ, ଆଇଏଫଏଫଆଇ ସମେତ ବିଭିନ୍ନ ଫିଲ୍ମ ଫେଷ୍ଟିଭାଲରେ ମନୋନୀତ ହୋଇଛି । ଏହାର ନିର୍ଦ୍ଦେଶକ ଏବଂ ଦର୍ଶକଙ୍କ ମଧ୍ୟରେ ଏକ ପ୍ରତ୍ୟେକ୍ଷ ବାର୍ତାଳାପ ସହିତ ଏହାର ସ୍କ୍ରିନିଙ୍ଗ ଆରମ୍ଭ କରାଯାଇଥିଲା ।

ପ୍ରଥମ ଦିନରେ ‘ବ୍ୟାକଷ୍ଟେଜ’ ଫିଲ୍ମ ବ୍ୟତୀତ ଛଅଟି ଅନ୍ୟ ଫିଲ୍ମ ମଧ୍ୟ ପ୍ରଦର୍ଶିତ ହୋଇଛି । ଏହି ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ଥୁଭାସରିଙ୍କର ସିଟି ଗର୍ଲ, ଯୋଶୁଆ ୱାଔଡ୍ରୋଙ୍କର ଆର୍ମାଚ୍ୟୋର, କସ୍ତୁରୀ ବାସୁ ଏବଂ ଦ୍ୱାୟୀପୟନ ବାନର୍ଜୀଙ୍କର ବିଡ୍ ଫର୍ ବେଙ୍ଗାଲ, ମଞ୍ଜୁଲ ବୋରହାଙ୍କର କ୍ସେନୋଫୋବିଆ ଏବଂ ପ୍ରିୟା ନରେଶଙ୍କର ସ୍ମଲ ଟାଇମ ସିନେମା । ଏହି ତିନି ଦିନ ବ୍ୟାପୀ ଉତ୍ସବ ରବିବାର ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ ଚଳଚ୍ଚିତ୍ର ଏବଂ କଳା ପ୍ରେମୀମାନେ ଖ୍ୟାତିସମ୍ପର୍ଣ୍ଣ ଫିଲ୍ମ ନିର୍ମାତାଙ୍କର ଚମତ୍କାର ଡକ୍ୟୁମେଂଟାରୀ ଦେଖିବାକୁ ପାଇବେ ।

ସମାନ୍ତରାଳ ସ୍କ୍ରିନିଂ ପାଇଁ ଏହି ସ୍ଥାନରେ ଦୁଇଟି ଜୋନ ରହିଛି । ପ୍ରଥମ ଜୋନ୍‌ରେ ପ୍ରଥମ ଦିନ ପ୍ରିୟା ଥୁଭାସରିଙ୍କର ସିଟି ଗର୍ଲ ଫିଲ୍ମ ସହିତ ଆରମ୍ଭ ହୋଇଛି, ଯାହାକି ଭାରତର ଛୋଟ ସହରରୁ ଆସି ବର୍ତମାନ ଦିଲ୍ଲୀରେ ରହୁଥିବା ଦୁଇଜଣ ଝିଅଙ୍କ କାହାଣୀ । ଉଦଘାଟନୀ ଉତ୍ସବରେ କଲର ଅଫ ଲାଇଫ ନିର୍ଦ୍ଦେଶକ(ପ୍ରବୀଣ ମୋଚ୍ଛାଲେ), ବ୍ୟାକଷ୍ଟେଜ(ଲିପିକା ସିଂ ଦରାଇ) ଏବଂ ଏ ବିଡ ଫର ବେଙ୍ଗାଲ (କସ୍ତୁରୀ ବାସୁ ଏବଂ ଦ୍ୱାୟିପୟନ ବାନର୍ଜୀ) ଙ୍କ ସମେତ ଉତ୍ସବର ଆୟୋଜକ ଶିବପଦ ସ୍ୱାଇଁ ଦର୍ଶକମାନଙ୍କୁ ସମ୍ବୋଧିତ କରିଛନ୍ତି ଏବଂ ସିନେମା ଓ ଜୀବନର ସାମ୍ପ୍ରତିକ ଦୃଶ୍ୟରେ ଡକ୍ୟୁମେଂଟାରୀ ଫିଲ୍ମର ମହତ୍ୱ ପିଷୟରେ ଆଲୋଚନା କରିଛନ୍ତି । ସୁବ୍ରତ ବେହୁରା ଏବଂ ଦ୍ୱାୟିପୟନ ବାନର୍ଜୀ ମଧ୍ୟ ଏହି ଉତ୍ସବ ବିଷୟରେ ଆଲୋଚନା କରିଛନ୍ତି ।

କସ୍ତୁରୀ ବାସୁ ଏବଂ ଦ୍ୱାୟିପୟନ ବାନର୍ଜୀଙ୍କ ବିଡ୍ ଫର ବେଙ୍ଗାଲ ଏବଂ ମୋଞ୍ଜୁଲ ବରୁହାଙ୍କ କ୍ସେନୋଫୋବିଆ(ଏହୋମିଆ) ସହିତ ଉଦ୍ଘାଟନୀ ଚଳଚ୍ଚିତ୍ରର ଆରମ୍ଭ କରାଯାଇଛି । ସେହିଭଳି ଦ୍ୱତୀୟ ଜୋନ୍‌ର ଦର୍ଶକମାନେ କଲର୍ସ ଅଫ ଲାଇଫ ଡାଇରେକ୍ଟର ପ୍ରବୀଣ ମୁଖାର୍ଜୀ ଏବଂ ବିଡ ଫର ବେଙ୍ଗାଲର ନିର୍ଦ୍ଦେଶକ କସ୍ତୁରୀ ମୁଖାର୍ଜୀ ଏବଂ ଦ୍ୱାୟିପୟନ ବାନର୍ଜୀଙ୍କ ସହ ବାର୍ତାଳାପ କରିଛନ୍ତି । ତେବେ ଆଗକୁ ଏହି ଉତ୍ସବରେ ଆହୁରି ଅନେକ ପ୍ରସିଦ୍ଧ ଚଳଚିତ୍ର ପ୍ରଦର୍ଶିତ ହେବ ।


Share It

Comments are closed.