ଭାରତୀୟ ଦଳର ନୂଆ ଜର୍ସି ହେଲା ଉନ୍ମୋଚିତ


ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ୍‌ରେ ଭାରତୀୟ ଦଳ ପରିଧାନ କରିବା ପାଇଁ ସ୍ୱତନ୍ତ୍ର ଜର୍ସି ପ୍ରସ୍ତୁତ କରାଯାଇଛି । ଘନ ନୀଳ ରଙ୍ଗର ଜର୍ସିର କାନ୍ଧରେ ୩ଟି ଭିନ୍ନ ଭିନ୍ନ ରଙ୍ଗର ପଟି ରହିଛି । ୧୯୯୨ ଦିନିକିଆ ବିଶ୍ୱକପ୍‌ରେ ମହମ୍ମଦ ଆଝାରୁଦ୍ଦିନଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏହି ଜର୍ସି ପରିଧାନ କରିଥିଲା । ଦୀର୍ଘ ୨୮ ବର୍ଷ ପରେ ପୁଣି ଥରେ କୋହଳିଙ୍କ ଟିମ୍‌ ଇଣ୍ଡିଆ ଏଭଳି ଜର୍ସି ପରିଧାନ କରିବାକୁ ଯାଉଛି । ଭାରତୀୟ ଦଳର ନୂଆ ଜର୍ସିକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି । କ୍ରିକେଟ୍‌ ପ୍ରେମୀ ନୂଆ ଜର୍ସିରେ ଭାରତୀୟ ଦଳକୁ ଦେଖିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଟିମ୍‌ ଇଣ୍ଡିଆ ସହ ‘ନାଇକି’ର ଚୁକ୍ତି ଅବଧି ଶେଷ ହୋଇଛି । ଫଳରେ ନୂଆ ଜର୍ସିରେ ‘ନାଇକି’ ଲୋଗୋ ଦେଖିବାକୁ ମିଳିବ ନାହିଁ । ଏହି ସ୍ଥାନରେ ‘ଏମ୍‌ପିଏଲ୍‌’ର ଲୋକୋ ଦେଖିବାକୁ ମିଳିବ ।


Share It

Comments are closed.