ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳ


ଦୁଇଟି ଘରୋଇ ସୃଙ୍ଖଳରେ କ୍ରମାଗତ ବିଜୟ ସହ ଭାରତ ଚଳିତ ନୂଆ ବର୍ଷର ଅଭିଯାନ ଆରମ୍ଭ କରିଥିବାବେଳେ ବିରାଟବାହିନୀ ପ୍ରଥମେ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ ଏବଂ ଅଷ୍ଟ୍ରେଲିଆ ଠାରୁ ଦିନିକିଆ ସିରିଜରେ ବିଜୟ ହାସଲ କରି ବର୍ତ୍ତମାନ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ପରବର୍ତ୍ତୀ ସିରିଜ ଖେଳିବ । ଭାରତୀୟ ଦଳ ଅଷ୍ଟ୍ରେଲିଆ ଠାରୁ ବିଜୟ ହାସଲ ପରେ ବର୍ତ୍ତମାନ ଖେଳାଳୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରି ରହିଥିବାବେଳେ ଦଳ ଚଳିତ ବର୍ଷ ନିଜର ପ୍ରଥମ ବିଦେଶ ଗସ୍ତ କରିବାକୁ ଯାଉଛି । ନ୍ୟୁଜିଲାଣ୍ଡ ଏକ ଶକ୍ତିଶାଳୀ ଦଳ ଥିବାବେଳେ ତାହା ଉପରେ ଭାରତ କିପରି ବିଜୟ ହାସଲ କରିପାରିବ, ସେ ଆଶା ନେଇ ଦଳ ଏଥର ମଇଦାନ ଓହ୍ଲାଇବ ନିଶ୍ଚିତ ।
ପ୍ରକାଶ ଥାଉକି, ଭାରତ, ନ୍ୟୁଜିଲାଣ୍ଡ ବିପକ୍ଷରେ ୫ଟି ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ ଏବଂ ଏଥିପାଇଁ ଭାରତୀୟ ଦଳର ଚୟନ ମଧ୍ୟ ପୂର୍ବରୁ ହୋଇ ସାରିଛି । ଏହା ପରେ ଦିନିକିଆ ଏବଂ ଟେଷ୍ଟ ସିରିଜ ପାଇଁ ଦଳର ଚୟନ ହେବ, ଯେଉଁଥିରେ ଦଳରେ ନୂଆ ମୁହଁ ମଧ୍ୟ ଦେଖିବାକୁ ମିଳିପାରେ । ଦଳ ପାଇଁ ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡିଆ, ଶିଖର ଧାୱାନ, ରିଷଭ ପନ୍ତ ଏବଂ ଇଶାନ୍ତ ଶର୍ମାଙ୍କ ଆଘାତ ଚିନ୍ତାର କାରଣ ସାଜିଛି ।
ତେବେ ଆସନ୍ତୁ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ କେବେ ଏବଂ କେଉଁଠି ମ୍ୟାଚ ଖେଳିବ ଜାଣିବା ।
୨୪, ୧,୨୦: ଭାରତ ବନାମ ନ୍ୟୁଜିଲାଣ୍ଡ (ପ୍ରଥମ ଟି-୨୦) , ସ୍ଥାନ – ଅକଲାଣ୍ଡ
୨୬, ୧,୨୦: ଭାରତ ବନାମ ନ୍ୟୁଜିଲାଣ୍ଡ (ଦ୍ୱିତୀୟ ଟି-୨୦) , ସ୍ଥାନ – ଅକଲାଣ୍ଡ
୨୯, ୧,୨୦: ଭାରତ ବନାମ ନ୍ୟୁଜିଲାଣ୍ଡ (ତୃତୀୟ ଟି-୨୦) , ସ୍ଥାନ – ହେମିଲଟନ
୩୧, ୧,୨୦: ଭାରତ ବନାମ ନ୍ୟୁଜିଲାଣ୍ଡ (ଚତୁର୍ଥ ଟି-୨୦) , ସ୍ଥାନ – ୱିଲିଙ୍ଗଟନ
୨, ୨,୨୦: ଭାରତ ବନାମ ନ୍ୟୁଜିଲାଣ୍ଡ (ପଞ୍ଚମ ଟି-୨୦) , ସ୍ଥାନ – ମାଉଣ୍ଟଗନୁଇ


Share It

Comments are closed.