ଭାରତୀୟ ସେନା ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ହ୍ୱାଟ୍ସଆପର ବିକଳ୍ପ ଭାବେ ବିକଶିତ ‘ସାଇ’ ଆପର କରାଗଲା ଶୁଭାରମ୍ଭ


ଭାରତୀୟ ସେନା ଏକ ନୂଆ ମେସେଜିଂ ଆପ୍‌ ତିଆରି କରିଛି। ଏହାର ନାମ ରଖାଯାଇଛି ‘ ସାଇ’। ଏହି ଆପ୍‌କୁ ସେନାର କର୍ଣ୍ଣେଲ ସାଇଶଙ୍କର ବିକଶିତ କରିଛନ୍ତି। ତାଙ୍କ ନାମାନୁସାରେ ଏହାର ନାମ ‘ ସାଇ’ ରଖାଯାଇଛି। ଏହି ଆପ୍‌ ଜରିଆରେ ବିଭିନ୍ନ ପ୍ରକାର ମେସେଜ, ଅଡିଓ ଏବଂ ଭିଡିଓ ସେୟାର କରିହେବ। ଏହା ହ୍ୱାଟ୍ସଆପ୍‌ର ବିକଳ୍ପ ଭାବେ କାମ କରିବ। ତେବେ ସେନାର ଆପ୍‌ ଅତି ସୁରକ୍ଷିତ ବୋଲି ଦାବି କରାଯାଇଛି। ଏଥିରେ ଏଣ୍ଡ ଟୁ ଏଣ୍ଡଏନକ୍ରିପସନ ମେସେଜିଂ ପ୍ରୋଟୋକଲର ବ୍ୟବହାର କରାଯାଇଛି। ସେନାର ସାଇବର ୟୁନିଟ୍‌ ଏବଂ ସରକାରଙ୍କ ଦ୍ୱାରା ସାଇବର ସୁରକ୍ଷା ପାଇଁ ଗଠିତ ସିଇଆରଟି ସାଇ୍‌ ଆପକୁ ନିରାପଦ ବୋଲି ଦର୍ଶାଇଛନ୍ତି ।

ଏହାକୁ ଆଣ୍ଡ୍ରଏଡ୍‌ ଫୋନରେ ବ୍ୟବହାର କରିହେବ। ଏହା ଜରିଆରେ ସେନା ଯବାନ ଓ ଅଧିକାରୀମାନେ ଅତି ସୁରକ୍ଷିତ ଭାବେ ପରସ୍ପର ସହିତ ଯୋଗାଯୋଗ କରିପାରିବେ। ମୁଖ୍ୟତଃ ସାମରିକ କର୍ମଚାରୀମାନେ ଏହାକୁ ବ୍ୟବହାର କରିବେ ବୋଲି ସୂଚନା ଦିଆଯାଇଛି।


Share It

Comments are closed.