ଆଜି ଭାରତ ସାଉଥ ଆଫ୍ରିକା ଫାଇନାଲ ଟକ୍କର


ଟି-୨୦ ବିଶ୍ଵକପରେ ଆଜି ଟାଇଟଲ ଲଢେଇ । ରାତି ୮ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା। ୨୦୦୭ ପ୍ରଥମ ସଂସ୍କରଣ ବିଜେତା ଭାରତ ତାର ପୂର୍ବ ଐତିହ୍ୟ ପାଇଁ ଲଢେଇ କରିବ। ତୃତୀୟଥର ପାଇଁ ଫାଇନାଲ ଖେଳିବାକୁ ଯାଉଥିବା ଭାରତ ୧୭ବର୍ଷ ପରେ ଟ୍ରଫି ଜିତିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ ଆଇସିସି ବିଶ୍ଵକପ୍ ପ୍ରତିଯୋଗିତାରେ ପ୍ରଥମଥା ପାଇଁ ଫାଇନାଲରେ ପହଞ୍ଚିଥିବା ଦକ୍ଷିଣ ଅଫ୍ରିକା ଟ୍ରଫି ଜିତି ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି। ୨୦୦୭ ଟି-୨୦ ବିଶ୍ଵକପ୍ ବିଜେତା ଭାରତୀୟ ଦଳର ସଦସ୍ୟ ରହିଥିବା ରୋହିତ୍ ଶର୍ମା ଦ୍ଵିତୀୟଥର ପାଇଁ ଟ୍ରଫି ଧରିବାର ଲକ୍ଷ୍ୟ ରଖିଛନ୍ତି। ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲିଂ ଏବଂ ଭାରତ ସ୍ପିନ୍ ବିଭାଗରେ ବେଶ୍ ଶକ୍ତିଶାଳୀ। ସେପଟେ ବାରବାଡୋସରେ ହେବାକୁ ଥିବା ମ୍ୟାଚ୍‌ ରେ ବର୍ଷା ହେବାର ଯଥେଷ୍ଟ ଆଶଙ୍କା ରହିଛି। ଆଜି ବର୍ଷା ହେଲେ ରବିବାର ୩୦ ତାରିଖକୁ ରିଜର୍ଭ ଦିବସ ଭାବେ ରଖାଯାଇଛି। ଯଦି ବର୍ଷା କିମ୍ବା ଅନ୍ୟାନ୍ୟ କାରଣରୁ ଫାଇନାଲ ମ୍ୟାଚ୍ ବିଳମ୍ବ ହୁଏ , ତେବେ ସେହିଦିନ ମ୍ୟାଚ୍ ଶେଷ କରିବା ପାଇଁ ଅତିରିକ୍ତ ୧୯୦ ମିନିଟ୍ ସମୟ ବ୍ୟବହାର କରାଯିବ। ଉଭୟ ଦଳ ଅତିକମ୍ ରେ ୧୦-୧୦ ଓଭର ଖେଳିଲେ ହିଁ ମ୍ୟାଚର ଫଳାଫଳ ବାହାରିବ। ଯଦି କୌଣସି ଦଳ ୧୦ ଓଭର ଖେଳିପା


Share It

Comments are closed.