ଟେଷ୍ଟ କ୍ୟାରିୟରରେ ୨୬ତମ ଶତକ ହାସଲ କଲେ କୋହଲି


ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନୋଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଚାଲିଥିବାବେଳେ ଏହା ବର୍ତ୍ତମାନ ପୁଣେରେ ଖେଳାଯାଉଛି । ଏହି ମ୍ୟାଚରେ ବିରାଟ ଏକ ସୁନ୍ଦର ଶତକ ମାରି ନିଜ ଟେଷ୍ଟ କ୍ୟାରିୟରର ୨୬ତମ ଶତକ ପୂରଣ କରିଥିବାବେଳେ ଏହା ସହିତ ୱେଷ୍ଟଇଣ୍ଡିଜର ପୂର୍ବତ୍ତନ ଖେଳାଳୀ ଗ୍ୟାରି ଶୋବର୍ଷ ଏବଂ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥଙ୍କ ସମକକ୍ଷ ହୋଇଯାଇଛନ୍ତି ।
ସବୁଠାରୁ ଅଧିକ ଶତକ ହାସଲ କରିବା ଦିଗରେ କୋହଲି ପାକିସ୍ତାନର ପୂର୍ବତ୍ତନ ଅଧିନାୟକ ଇଞ୍ଜାମାମ ୟୁଲ ହକଙ୍କୁ (୨୫ )ପଛରେ ପକାଇ ଦେଇଛନ୍ତି । ସେହିଭଳି ରାହାଣେ ତାଙ୍କ କ୍ୟାରିୟରର ୨୦ତମ ଶତକ ହାସଲ କରିଛନ୍ତି ।

କୋହଲିଙ୍କର ଏହା ୬୯ତମ ଆନ୍ତର୍ଜାତିକ ଏବଂ ଘରୋଇ ମଇଦାନରେ ୧୨ତମ ଶତକ ହୋଇଥିବାବେଳେ ସବୁଠାରୁ ଅଧିକ ଶତକ ହାସଲ କରିବା ଦିଗରେ ସେ ସଚିନ (୫୬), ରାହୁଲ ଦ୍ରାବିଦ (୩୬) ଏବଂ ସୁନିଲ ଗାଭାଷ୍କର (୩୪)ଙ୍କ ପରେ ଚତୁର୍ଥ ଭାରତୀୟ ହୋଇଯାଇଛନ୍ତି ।
ସେହିଭଳି ଅଧିନାୟକ ରୂପରେ ସବୁଠାରୁ ଅଧିକ ଶତକ ହାସଲ କରିଥିବା ଦ୍ୱିତୀୟ ଖେଳାଳୀ ହୋଇଯାଇଛନ୍ତି । ପ୍ରଥମ ସ୍ଥାନରେ ଦକ୍ଷିଣ ଆଫ୍ରିକା ପୂର୍ବତ୍ତନ ଅଧିନାୟକ ଗ୍ରେମ ସ୍ମିଥ (୨୬) ରହିଥିବାବେଳେ ଦ୍ୱିତୀୟ ସ୍ଥାନରେ କୋହଲି (୧୯) ଏବଂ ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆର ରିକି ପଏଣ୍ଟିଙ୍ଗ (୧୯) ରହିଛନ୍ତି ।


Share It

Comments are closed.