ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡ଼ିଲେ ଶ୍ରେୟସ ଆୟର


ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ (IND vs NZ ODI Series) ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଦଳକୁ ଏକ ବଡ଼ ଝଟକା ଲାଗିଛି । ଆହତ କାରଣରୁ ଟିମ୍ ଇଣ୍ଡିଆର ମିଡିଲ ଅର୍ଡର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର (Shreyas Iyer) ସିରିଜ (India vs New Zealand Series) ରୁ ବାଦ ପଡିଛନ୍ତି । ଶ୍ରେୟସ ଆୟରଙ୍କ ସ୍ଥାନରେ ରଜତ ପାଟିଦାର (Rajat Patidar) ଙ୍କୁ ଦଳରେ ସାମିଲ କରାଯାଇଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ଏକ ବୟାନ ଜାରି କରି ଏହି ସୂଚନା ଦେଇଛି । ପିଠିରେ ଆଘାତ ଲାଗିଥିବାରୁ ଶ୍ରେୟସ ଆୟର (Shreyas Iyer) ଙ୍କୁ ସିରିଜରୁ ଦୂରେଇ ରଖାଯାଇଛି ବୋଲି BCCI କହିଛି । ବର୍ତ୍ତମାନ ଶ୍ରେୟସ୍ ଆୟରଙ୍କୁ ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ୍ ଏକାଡେମୀ (NCA) କୁ ପଠାଯାଇଛି ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଇଶାନ କିଶନ (ୱିକେଟ୍ କିପର), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେ.ଏସ୍ ଭାରତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରଜତ ପାଟିଦାର, ୱାଶିଂଟନ୍ ସୁନ୍ଦର, ଶାହବାଜ ଅହମ୍ମଦ, ଶାର୍ଦୁଲ ଠାକୁର, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ୍ ।

ଏଠାରେ କହି ରଖୁଛୁ ଯେ, ଗତ ବର୍ଷ ଅର୍ଥାତ୍ ୨୦୨୨ ଶ୍ରେୟସ୍ ଆୟରଙ୍କ ପାଇଁ ବହୁତ ଭଲ ଥିଲା । ସେ ଭାରତୀୟ ଦଳ ପାଇଁ ଦିନିକିଆ ଫର୍ମାଟରେ ସର୍ବାଧିକ ରନ୍ ସ୍କୋରର ଥିଲେ । ସେ ୧୭ଟି ମ୍ୟାଚରେ ୭୨୪ ରନ୍ ସ୍କୋର କରିଥିଲେ । କିନ୍ତୁ ଏହି ନୂତନ ବର୍ଷର ଆରମ୍ଭ ତାଙ୍କ ପାଇଁ ଭଲ ରହିନାହିଁ । ଶ୍ରେୟସ ଆୟର ଚଳିତ ବର୍ଷ ତିନୋଟି ମ୍ୟାଚ୍ ଖେଳିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜର ତିନୋଟି ମ୍ୟାଚରେ ଶ୍ରେୟସ ଆୟର ୨୮, ୨୮ ଏବଂ ୩୮ ରନର ଇନିଂସ ଖେଳିଥିଲେ । ୨୦୨୨ର ଶେଷରେ ଶ୍ରେୟସ୍ ଆୟର ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଏଥିରେ ଦୁଇ ଅର୍ ଶତକୀୟ ଇନିଂସ ଖେଳିଥିଲେ । ଅର୍ଥାତ ଶ୍ରେୟସ୍ ଆୟର ୨୦୨୨ ପରି ଚଳିତ ବର୍ଷ ନିଜ ଜଳୱା ଦେଖାଇବାରେ ସକ୍ଷମ ହୋଇପାରି ନାହାଁନ୍ତି । ଏବେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ବାହାର ହୋଇଛନ୍ତି । ସେପଟେ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ରଜତ ପାଟିଦାର ବର୍ତ୍ତମାନ ଉତ୍କୃଷ୍ଟ ଫର୍ମରେ ଚାଲିଛନ୍ତି । ମଧ୍ୟପ୍ରଦେଶ ପାଇଁ ଖେଳୁଥିବା ୨୯ ବର୍ଷୀୟ ପାଟିଦାର ଗତ ୫ଟି ପ୍ରଥମ ଶ୍ରେଣୀ ମ୍ୟାଚର ୮ ଇନିଂସରେ ଗୋଟିଏ ଶତକ ଓ ୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହି ଦୃଢ଼ ପ୍ରଦର୍ଶନ ଆଧାରରେ ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ODI ସିରିଜ୍ ପାଇଁ ମନୋନୀତ ହୋଇଛନ୍ତି ।


Share It

Comments are closed.