ତିନି ଅଙ୍କ ଛୁଇଁ ପାରିଲା ନାହିଁ ଭାରତ, ପ୍ରଶଂସକ ହେଲେ ଖପ୍ପା


ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ‘ହାମିଲଟନ’ରେ ୪ର୍ଥ ଦିନିକିଆ ଖେଳାଯାଉଛି । ଏହି ସିରିଜରେ ଭାରତ କ୍ରମାଗତ ଭାବେ ତିନୋଟି ମ୍ୟାଚରେ ବଜୟ ହାସଲ କରି ସିରିଜ କବଜା କରିନେଇଥିବାବେଳେ ୪ର୍ଥ ଦିନିକିଆ ଖୁବ ନୈରଶ୍ୟଜନକ ପ୍ରଦର୍ଶନ କରିଛି । ଘରୋଇ ଟିମ ପ୍ରଥମେ ଟସ ଜିତି ଭାରତକୁ ବ୍ୟାଟିଙ୍ଗ କରିବା ପାଇଁ ପ୍ରସ୍ତାବ ଦେଇଥିଲା ।
ଏହା ପରେ ଘରୋଇ ଦଳର ଶାଣିତ ବୋଲିଂ ଦ୍ୱାରା ଭାରତୀୟ ଖେଳାଳୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ଏହି ମ୍ୟାଚରେ ଭାରତ ୩୦.୫ ଓଭରରେ ୯୨ ରନ କରି ଅଲଆଉଟ ହୋଇଛି । ସବୁଠାରୁ ମୁଖ୍ୟ କଥା ଏହା ଯେ, ସାରା ବିଶ୍ୱରେ ବିଶ୍ୱ ବିଜୟୀ ସାଜିଥିବା ଭାରତୀୟ ଦଳ ଆଜି ନିଜ ଦଳୀୟ ସ୍କୋରକୁ ତିନି ଅଙ୍କ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚାଇପାରିଲେନି । ଯାହାକି ଭାରତ ଦଳ ପାଇଁ ଲଜ୍ଜା ସଦୃଶ୍ୟ । ବିଶ୍ୱକପକୁ ଅଳ୍ପ କେଇଟା ଦିନି ବାକି ଥିବାବେଳେ ଆଜିର ପଦର୍ଶନ ଭାରତୀୟ ଖେଳାଳୀଙ୍କ ଯୋଗ୍ୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
କେବଳ ଆଜି ନୁହେଁ, ଏହା ପୂର୍ବରୁ ଭାରତ ଏହିଭଳି ଅନେକଥର ଖରାପ ପ୍ରଦର୍ଶନ ଦେଖାଇ ସାରିଛି । ୨୦୦୦ ମସିହାରେ ଭାରତ ସାରଜା କପରେ ଶ୍ରୀଲଙ୍କା ସହ ସର୍ବନିମ୍ନ ୫୪ ରନ କରିପାରିଥିଲା । ସେହିଭଳି ୧୯୮୧ରେ ସିଡିନରେ ଅଷ୍ଟ୍ରେଲିଆ ସହ ୬୩, ୧୯୮୬ରେ କାନପୁରରେ ଶ୍ରୀଲଙ୍କା ସହ ୭୮ ରନ ଏବଂ ୧୯୭୮ରେ ସଲକୋଟରେ ପାକିସ୍ତାନ ସହ ୭୯ ରନ କରିପାରିଥିଲା ।


Share It

Comments are closed.