ପଦାର୍ପଣ ଟେଷ୍ଟରେ ଶ୍ରେୟସ ଆୟରଙ୍କ ଦମଦାର ଶତକ, ଭାରତ ୩୩୯/୮


ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା କାନପୁର ଟେଷ୍ଟରେ ଶତକ ହାସଲ କରିଛନ୍ତି ଶ୍ରେୟସ ଆୟର । ଏହାସହ ପଦାର୍ପଣ ଟେଷ୍ଟରେ ଶତକ ହାସଲକାରୀ ଖେଳାଳିଙ୍କ ମଧ୍ୟରେ ସେ ସ୍ଥାନ ପାଇଛନ୍ତି । ପ୍ରଥମ ଦିନ ଖେଳ ଶେଷସୁଦ୍ଧା ୭୫ ରନରେ ଅପରାଜିତ ଥିବା ଶ୍ରେୟସ ଦ୍ୱିତୀୟରେ ଶତକ ଲଗାଇଥିଲେ । ଏହାପରେ ସେ ଆଉ ୫ ରନ୍ ଯୋଡି ପ୍ୟାଭିଲିୟନ ଫେରିଛନ୍ତି ।

ପ୍ରଥମ ଦିନରେ ଶ୍ରେୟସ ଶତକଠୁ ମାତ୍ର ୨୫ ରନ୍ ଦୂରରେ ଥିଲେ । ଶତକ ଲଗାଇବା ପରେ ସେ ପଦାର୍ପଣ ଟେଷ୍ଟରେ ସେଞ୍ଚୁରୀ ଲଗାଇଥିବା ଖେଳାଳିଙ୍କ ତାଲିକରେ ସାମିଲ ହୋଇଛନ୍ତି ।

ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୨୫୮ କରିଥିବା ବେଳେ ୪ ଓ୍ୱିକେଟ୍ ହରାଇଥିଲା । କ୍ରିଜରେ ଜାଡେଜା ଓ ଶ୍ରେୟସ ଅପରାଜିତ ରହିଥିଲେ। ଉଭୟ ଖେଳାଳିଙ୍କ ମଧ୍ୟରେ ୧୧୩ ରନର ପାର୍ଟନରସିପ୍ ହୋଇଥିଲା । ଏବେସୁଦ୍ଧା ଭାରତ ୮ ଓ୍ୱିକେଟ ହରାଇ ୩୨୬ ରନ୍ କରିଛି ।

ଜାଡେଜା ୫୦ ରନରେ ପ୍ୟାଭିଲିୟନ ଫେରିଥିବା ବେଳେ ରିଦ୍ଧିମାନ ଶାହ ୧ ରନ୍ କରି ଆଉଟ ହୋଇଛନ୍ତି । ସେହିପରି ଅକ୍ଷର ପଟେଲ ୩ ରନ କରି ଆଉଟ ହୋଇଛନ୍ତି । କ୍ରିଜରେ ଏବେ ଆର ଅଶ୍ୱିନ ଓ ଉମେଶ ଯାଦବ ବ୍ୟାଟିଂ କରୁଛନ୍ତି ।


Share It

Comments are closed.