ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ହାଇଭୋଲଟେଜ ମ୍ୟାଚ


ବୁଧବାରଠୁ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ମହା ମୁକାବିଲା। କାଲିଠୁ ଆରମ୍ଭ ହେବ ହାଇଭୋଲଟେଜ ଟେଷ୍ଟ ସିରିଜ। ଏସବୁ ମଧ୍ୟରେ ଟିମ୍‌ ଇଣ୍ଡିଆ ପାଇଁ ଆସିଛି ଭଲ ଖବର। କଳ୍ପନାଜଳ୍ପନାର ଅନ୍ତ ଘଟାଇ ସୂର୍ଯ୍ୟକୁମାର ଯାଦବ ଓ ପୃଥ୍ୱୀ ଶ’ କଲମ୍ବୋରୁ ଇଂଲଣ୍ଡ ଗସ୍ତ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି SKY। ସେ ଟ୍ବିଟ୍‌ରରେ ଏକ ଫଟୋ ପୋଷ୍ଟ କରିବା ସହ ଲେଖିଛନ୍ତି’ ଭଗବନାଙ୍କୁ ଧନ୍ୟବାଦ,ପରବର୍ତ୍ତୀ ଷ୍ଟପେଜ ଇଂଲଣ୍ଡ। ଏହି ଦୁଇ ଷ୍ଟାର ଖେଳାଳି ତିନି ଦିନ ପୂର୍ବରୁ ଇଂଲଣ୍ଡ ଗସ୍ତ କରିବାର ଥିଲା। ହେଲେ ଭିଜା ସମସ୍ୟା ଯୋଗୁଁ ଶ୍ରୀଲଙ୍କାରେ ହିଁ ରହିଥିଲେ ଦୁଇ ଖେଳାଳି।
ମିଳିଥିବା ସୂଚନା ମୁତାବିକ, ଏହି ଦୁଇ ଖେଳାଳି ବୁଧବାର ପାହାନ୍ତିଆରେ ଇଂଲଣ୍ଡରେ ପହଁଞ୍ଚି ପାରନ୍ତି। ଇଂଲଣ୍ଡରେ ପହଁଞ୍ଚିବା ପରେ ଦୁଇ ଖେଳାଳିଙ୍କୁ ଅତି କମରେ ୧୦ ଦିନ କ୍ୱାରେଣ୍ଟାଇନ ରହିବାକୁ ପଡ଼ିବ। ଏହାପରେ ଦଳ ସହ ଯୋଡ଼ି ହୋଇ ପାରିବେ। ଶ୍ରୀଲଙ୍କା ଗସ୍ତରେ SKY ଓ ପୃଥ୍ୱୀ ଶ’ ଦମଦାର ପ୍ରଦର୍ଶନ କରିଥିଲେ। ହେଲେ ଶେଷ ଦୁଇଟି ମୁକାବିଲା ଖେଳି ପାରି ନଥିଲେ ଏହି ୨ ଷ୍ଟାର ଖେଳାଳି। କାରର କୃଣାଳ ପାଣ୍ଡ୍ୟା ପଜିଟିଭ ଚିହ୍ନଟ ହୋଇଥିଲେ। ଯାହାଫଳରେ ଏହି ଦୁଇ ଖେଳାଳି ଆଇସୋଲେସନରେ ରହିଥିଲେ। ସୂର୍ଯ୍ୟକୁମାର ଓ ପୃଥ୍ୱୀ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଦମଦାର ପ୍ରଦର୍ଶନ କରିଥିଲେ। ପୃଥ୍ୱୀ ତିନୋଟି ମ୍ୟାଚ୍‌ ଖେଳି ୩୫ ଆଭେରଜରେ ୧୦୫ ରନ୍‌ କରିଥିବା ବେଳେ ସୂର୍ଯ୍ୟକୁମାର ୬୨ ଆଭେରଜରେ ୧୨୪ ରନ୍‌ କରିଥିଲେ।

ପୃଥ୍ୱୀ ଶ’ ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ସୂର୍ଯ୍ୟକୁମାର ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି। SKY ଚଳିତବର୍ଷ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ଫାଷ୍ଟ କ୍ଲାସ୍‌ କ୍ରିକେଟରେ ତାଙ୍କ ରେକର୍ଡ ଜବରଦସ୍ତ ରହିଛି। ସେ ୭୭ଟି ମ୍ୟାଚ୍‌ ଖେଳି ୫୩୨୬ ରନ୍‌ ସ୍କୋର କରିଛନ୍ତି। ୧୪ଟି ଶତକୀୟ ଇନିଂସ୍‌ ଖେଳିଛନ୍ତି ସେ। ଭାରତ ପାଇଁ ୫ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ପୃଥ୍ୱୀ ୩୩୯ ରନ୍‌ କରିଛନ୍ତି ।


Share It

Comments are closed.