‘୦’ରେ ଆଉଟ ହେଲେ ବିରାଟ, ବର୍ତ୍ତମାନ ଯାଏଁ ଏଭଳି କେତେ ଥର ହୋଇସାରିଛନ୍ତି ଆଉଟ, ଜାଣନ୍ତୁ


ଶୁକ୍ରବାର ଦିନ ଇନ୍ଦୋରରେ ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ବିନା କୌଣସି ରନ ସଂଗ୍ରହ କରି ଶୂନ୍ୟରେ ଆଉଟ ହୋଇଯାଇଥିବାବେଳେ ବାଙ୍ଗଲାଦେଶୀ ବୋଲର ‘ଅବୁ ଜାୟଦ’ ବିରାଟଙ୍କୁ ଏଲବିଡବ୍ଲୁ କରି ଦଳକୁ ଏକ ଶକ୍ତ ଝଟକା ଦେଇଥିଲା । ବିରାଟ ଘରୋଇ ଟେଷ୍ଟରେ ତୃତୀୟ ଥର ପାଇଁ ଶୂନ୍ୟରେ ଆଉଟ ହୋଇଥିବାବେଳେ ତାଙ୍କ କ୍ୟାରିୟରର ୮୩ତମ ଟେଷ୍ଟ ମ୍ୟାଚରେ ସେ ୧୦ ଥର ଶୂନ୍ୟରେ ଆଉଟ ହୋଇଛନ୍ତି ।
ଘରୋଇ ମଇଦାନରେ ବିରାଟଙ୍କର ଏହି ୩୮ତମ ଟେଷ୍ଟ ମ୍ୟାଚ ଥିବାବେଳେ ଆଜିରୁ ମିଶାଇ ସେ ତୃତୀୟ ଥର ପାଇଁ ଶୂନ୍ୟରେ ଆଉଟ ହୋଇଛନ୍ତି । ୨୦୧୭-୧୮ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଦ୍ୱିତୀୟ ଥର ପାଇଁ ବିରାଟ ସୁରିଙ୍ଗା ଲକମନଙ୍କ ବଲରେ ଶୂନ୍ୟରେ ଆଉଟ ହୋଇଥିଲେ । ତେବେ ବିରାଟ ୫୯ଟି ଇଂନିସରେ ୬୭.୦୯ ହାରରେ ୩୪୨୨ ରନ ସଂଗ୍ରହ କରିଥିବାବେଳେ ସେଥିରେ ୧୨ଟି ଶତକ ଏବଂ ୧୦ଟି ଅର୍ଦ୍ଧଶତକ ମଧ୍ୟ ସାମିଲ ରହିଛି ।
ସେହିଭଳି ବିଦେଶ ମାଟିରେ ବିରାଟ ୪୫ଟି ଟେଷ୍ଟ ମ୍ୟାଚରେ ୭ ଥର ଶୂନ୍ୟରେ ଆଉଟ ହୋଇଥିବାବେଳେ ୮୧ଟି ଇଂନିସରେ ୪୧.୧୨ ହାରରେ ସେ ୩୬୪୪ ରନ ସଂଗ୍ରହ କରିଛନ୍ତି ଯେଉଁଥିରେ ୧୪ଟି ଶତକ ଏବଂ ୧୨ଟି ଅର୍ଦ୍ଧଶତକ ମଧ୍ୟ ସାମିଲ ରହିଛି ।


Share It

Comments are closed.