ବାଙ୍ଗଲାଦେଶ ବିପକ୍ଷରେ ଶତକ ହାସଲ କରି ନୂଆ ରେକର୍ଡ ସୃଷ୍ଟି କଲେ ମୟଙ୍କ


ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ଇନ୍ଦୋରରେ ଖେଳାଯାଉଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳର ଓପନର ମୟଙ୍କ ଅଗ୍ରୱାଲ ଏକ ସୁନ୍ଦର ଶତକ ହାସଲ କରିଛନ୍ତି । ଆଜିର ଏହି ଶତକ ସହ ଏହା ମୟଙ୍କର ଆନ୍ତର୍ଜାତିକ କ୍ରିକେଟରେ ତୃତୀୟ ଶତକ ଥିବାବେଳେ ଏଥିରେ ଗୋଟିଏ ଛକା ଏବଂ ୧୫ ଟି ଚୌକା ମଧ୍ୟ ସାମିଲ ରହିଛି ।
ବାଙ୍ଗଲାଦେଶ ବିପକ୍ଷରେ ଏହି ଶତକ ହାସଲ କରିବା ସହ ସବୁଠାରୁ ଅଳ୍ପ ଇଂନିସ ଖେଳି ତୃତୀୟ ଥର ପାଇଁ ଶତକ ହାସଲ କରିଥିବା ଚତୁର୍ଥ ଭାରତୀୟ ହୋଇଯାଇଛନ୍ତି ମୟଙ୍କ । ଏହି ତାଲିକାର ପ୍ରଥମ ସ୍ଥାନରେ ହିଟ ମ୍ୟାନ ରୋହିତ ଶର୍ମା ଥିବାବେଳେ ସେ ମାତ୍ର ୪ଟି ଟେଷ୍ଟ ମ୍ୟାଚରେ ତିନୋଟି ଶତକ ହାସଲ କରିଛନ୍ତି । ଦ୍ୱିତୀୟ ସ୍ଥାନରେ ସୁନୀଲ ଗାଭାଷ୍କାର ଥିବାବେଳେ ଯିଏକି ସାତୋଟି ଟେଷ୍ଟ ମ୍ୟାଚ ଏହି କୀର୍ତ୍ତି ହାସଲ କରିଛନ୍ତି । ତୃତୀୟ ସ୍ଥାନରେ ରହିଛନ୍ତି କେଏଲ ରାହୁଲ ଯିଏକି ୯ଟି ଇଂନିସରେ ଏହି କୀର୍ତ୍ତି ହାସଲ କରିଛନ୍ତି ।
ସେହିଭଳି ଆଜିର ଏହି ଟେଷ୍ଟ ମ୍ୟାଚକୁ ମିଶାଇ ୧୨ଟି ଇଂନିସରେ ଏହି ତୃତୀୟ ଶତକ ହାସଲ କରିଛନ୍ତି । ପୂର୍ବରୁ ମୟଙ୍କ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ସୁନ୍ଦର ପ୍ରଦର୍ଶନ ଦେଖାଇ ସିରିଜରେ ଦୁଇଟି ଶତକ ହାସଲ କରିଥିବାବେଳେ ବିଶାଖାପାଟଣାରେ ୨୧୫ ରନ ଏକ ସୁନ୍ଦର ଇଂନିସ ମଧ୍ୟ ଖେଳିଥିଲେ ।
ପ୍ରକାଶ ଥାଉକି ମୟଙ୍କ ଗତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷରେ ଆନ୍ତର୍ଜିାତିକ ଟେଷ୍ଟରେ ପାଦ ଥାପିଥିବାବେଳେ ସେହି ସିରିଜରେ ନିଜର ସୁନ୍ଦର ପ୍ରଦର୍ଶନ ୬୫ ହାରରେ ୧୯୫ ରନ ସଂଗ୍ରହ କରିଥିଲେ । ସେହିଭଳି ଗତ ବର୍ଷ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ତ୍ରିକୋଣୀୟ ସିରିଜରେ ମଧ୍ୟ ମୟଙ୍କ ଦଳ ପାଇଁ ସାର୍ବଜନୀକ ରନ ସଂଗ୍ରହକାରୀ ଖେଳାଳୀ ସାବ୍ୟସ୍ତ ହୋଇଥିବାବେଳେ ସେ ୭୧.୭୫ ହାରରେ ୨୮୭ ରନ ମଧ୍ୟ ସଂଗ୍ରହ କରିଛନ୍ତି ।


Share It

Comments are closed.