ଭାରତୀୟ ବୋଲରଙ୍କ ଆଗରେ ମାଟି କାମୁଡି ପଡିଲା ବାଙ୍ଗଲାଦେଶ


ଆଜି ଇନ୍ଦୋରରେ ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି । ବାଙ୍ଗଲାଦେଶ ଅଧିନାୟକ ମୋମିନୁଲ ହକ ପ୍ରଥମେ ଟସ ଜିତି ବ୍ୟାଟିଙ୍ଗ ପାଇଁ ନିଷ୍ପତି ନେଇଥିବାବେଳେ ତାଙ୍କର ଏହି ନିଷ୍ପତିକୁ ମସ୍ତ ବଡ ଭୁଲ ସାବ୍ୟସ୍ତ କରିଦେଇଛନ୍ତି ଭାରତୀୟ ଖେଳାଳୀ । ପ୍ରଥମତଃ ୩୦ ରନ ଭିତିରେ ବାଙ୍ଗଲାଦେଶର ୩ ପ୍ରମୁଖ ଖେଳାଳୀ ନିଜ ୱିକେଟ ହରାଇ ପାଭିଲିୟନକୁ ଫେରିଯାଇଥିବାବେଳେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ପୂରା ଟିମ ୧୫୦ ରନରେ ଅଲଆଉଟ ହୋଇଯାଇଥିଲା ।
ପ୍ରଥମେ ବ୍ୟାଟିଙ୍ଗ ପାଇଁ ନିଷ୍ପତି ନେଇ ବାଙ୍ଗଲାଦେଶର କୌଣସି ବି ଜଣେ ଖେଳାଳୀ ବଡ ଇଂନିସ ଖେଳିବାରେ ଅସଫଳ ରହିଥିବାବେଳେ ସମସ୍ତେ ଗୋଟିଏ ପରେ ଗୋଟେ ନିଜ ୱିକେଟ ହରାଇ ପାଭିଲିୟନକୁ ଫେରିଯାଇଥିଲେ । ବାଙ୍ଗଲାଦେଶ ପକ୍ଷରୁ ମସିଫକୁର ରହିମ ସର୍ବାଧିକ ୪୩ ରନ ସଂଗ୍ରହ କରିଥିବାବେଳେ ଅନ୍ୟପଟେ ଭାରତ ପକ୍ଷରୁ ମହମ୍ମଦ ଶାମୀ ସର୍ବାଧିକ ତିନୋଟି ୱିକେଟ ଏବଂ ଅଶ୍ୱିନୀ ଓ ଜାଡେଜା ୨ଟି ଲେଖାଏଁ ୱିକେଟ ନେଇଛନ୍ତି ।


Share It

Comments are closed.