ବାଙ୍ଗଲାଦେଶ ଠାରୁ ପରାଜୟ ପରେ ପନ୍ତଙ୍କୁ ନେଇ କିଛି ଏପରି କହିଲେ ରୋହିତ


ଗତ କାଲି ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ଖେଳାଯାଇଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚଟିକୁ ବାଙ୍ଗଲାଦେଶ ୭ ୱିକେଟରେ ବିଜୟ ହାସଲ କରିଥିବାବେଳେ ଏହି ସିରିଜରେ ବାଙ୍ଗଲାଦେଶ ବର୍ତ୍ତମାନ ୧-୦ରେ ଆଗୁଆ ଅଛି । ମ୍ୟାଚ ପରେ ଅଧିନାୟକ ରୋହିତ ଶର୍ମା ଖରାପ ଫିଲଡିଙ୍ଗ ଏବଂ ଭୁଲ ଡିଆରଏସ ନିଷ୍ପତିକୁ ପରାଜୟର ମୁଖ୍ୟ କାରଣ କହିଥିବାବେଳେ ଏହା ସହ ଭୁଲ ଡିଆରଏସ ନିଷ୍ପତି ଉପରେ ରୋହିତ, ରିଷଭ ପନ୍ତଙ୍କୁ ରକ୍ଷା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।
ମ୍ୟାଚ ସମୟରେ ରେହମାନ ଏବଂ ସୌମ୍ୟ ସରକାରଙ୍କ ଭୁଲ ଡିଆରଏସ ନିଷ୍ପତି ଉପରେ ରୋହିତ, ରିଷଭଙ୍କୁ ରକ୍ଷା କରୁଥିବାର ମୁଡରେ ଦେଖିବାକୁ ମିଳିଥିଲା । ମ୍ୟାଚ ଶେଷରେ ରୋହିତଙ୍କୁ ଯେତେବେଳେ ରିଷଭଙ୍କ ଏହି ଭୁଲ ସଂପର୍କରେ ପଚରାଯାଇଥିଲା ସେ ଏହାର ଉତ୍ତରରେ “ରିଷଭ ବର୍ତ୍ତମାନ ଯୁବକ ଅଛନ୍ତି ବୋଲି, ଏବଂ ଏଥିପାଇଁ ତାଙ୍କୁ ସମୟ ଲାଗିବ ” ବୋଲି କହିଥିଲେ ।
ପ୍ରକାଶ ଥାଉକି, ମ୍ୟାଚ ସମୟରେ ଚହଲଙ୍କ ବଲକୁ ସୌମ୍ୟ ସରକାର ଖେଳୁଥିବା ସମୟରେ ଉକ୍ତ ବଲଟି ସିଧା ୱିକେଟକିପର ରିଷଭ ପନ୍ତଙ୍କ ହାତକୁ ଯାଇଥିଲା । ଏହା ପରେ ପନ୍ତଙ୍କୁ ଲାଗିଥିଲା କି ସୌମ୍ୟଙ୍କ ବ୍ୟାଟ କଟ ହୋଇଛି ଏବଂ ଏଥିପାଇଁ ସେ ରୋହିତଙ୍କୁ ଡିଆରଏସ ନେବା ପାଇଁ କହିଥିଲେ । ଏହା ପରେ ଡିଆରଏସରେ ପନ୍ତଙ୍କ ଆପିଲ ଭୁଲ ପ୍ରମାଣିତ ହୋଇଥିଲା । ଯେଉଁଥିପାଇଁ ଭାରତକୁ ନିରାଶ ହେବାକୁ ପଡିଥିଲା ।
ରୋହିତ, ପନ୍ତଙ୍କ ସଂପର୍କରେ ଆହୁରୀ ମଧ୍ୟ କହିଥିଲେ ଯେ, “ରିଷଭ ବର୍ତ୍ତମାନ ଏଭଳି ନିଷ୍ପତି ନେବାରେ ସକ୍ଷମ ହୋଇ ନାହାନ୍ତି । ଏଥିପାଇଁ ଆମକୁ ତାଙ୍କୁ ସମୟ ଦେବାକୁ ପଡିବ । ଏବଂ ବୋଲରଂଙ୍କୁ ମଧ୍ୟ ସମୟ ଦେବାକୁ ହେବ । କାରଣ ଡିଆରଏସ ପାଇଁ ବୋଲର ଏବଂ ୱିକେଟକିପରଙ୍କ ମଧ୍ୟରେ ସନ୍ତୁଳନ ଠିକ୍ ହେବା ନିହାତି ଜରୁରୀ ଅଟେ ”


Share It

Comments are closed.