ସର୍ବାଧିକ କ୍ୟାଚ ଧରିବା ମାମଲାରେ ଧୋନିଙ୍କୁ ପଛରେ ପକାଇଲେ ରିଷଭ


ଭାରତର ୨୧ ବର୍ଷୀୟ ଯୁବ କ୍ରିକେଟର ରିଷଭ ପନ୍ତ କଙ୍ଗାରୁଙ୍କ ଘରୋଇ ମାଟିରେ ରେକର୍ଡ କରିବା ଆରମ୍ଭ କରିଦେଲେଣି । ଏଡିଲେଟ ଟେଷ୍ଟର ତୃତୀୟ ଦନିରେ ରିଷଭ ପନ୍ତ ନିଜର ଜଲୱା ଦେଖାଇବା ଆରମ୍ଭ କରିଦେଲେଣି । ଏହି ଯୁବ କ୍ରିକେଟର ଜଣକ ବ୍ୟାଟିଙ୍ଗରେ ନୁହେଁ ବରଂ କିପିଙ୍ଗ ନିଜ ଯାଦୁ ଦେଖାଇଛନ୍ତି ।
ପ୍ରକାଶ ଥାଉକି, ଅଷ୍ଟ୍ରେଲିଆର ପ୍ରଥମ ଇଂନିସରେ ଯେତେବେଳେ ଭାରତୀୟ ବୋଲରମାନେ ୱିକେଟ ନେବା ଆରମ୍ଭ କରିଥିଲେ, ସେତେବେଳେ ଏହି ଯୁବ ଖେଳାଳୀ ଜଣକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ରିଷଭ ପନ୍ତ କଙ୍ଗାରୁ ଖେଳାଳୀଙ୍କ ଘରୋଇ ମାଟିରେ ତାଙ୍କର ହିଁ ୬ଟି ବ୍ୟାଟ୍ସମ୍ୟାନଙ୍କ କ୍ୟାଚ ଧରି ଏହି ରେକର୍ଡ ହାସଲ କରିଛନ୍ତି । ଏହା ପନ୍ତଙ୍କ କ୍ୟାରିୟରର ୬ତମ ମ୍ୟାଚ ।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ ମାନଙ୍କରେ ରିଷଭ ପନ୍ତ ସବୁଠାରୁ ଅଧିକ କ୍ୟାଚ ଧରିଥିବାର କୀର୍ତ୍ତି ହାସଲ କରିଛନ୍ତି । ଏହି ମାମଲାରେ ସେ ଅଷ୍ଟ୍ରେଲିଆର ପୂର୍ବତ୍ତନ କ୍ରିକେଟର ବ୍ରାଡ ହାଡିନଙ୍କର ସମକ୍ଷକ ହୋଇଯାଇଛନ୍ତି । ହାଡିନ ୨୦୧୪ରେ ଭାରତ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ୬ଟି କ୍ୟାଚ ଧରିଥିବାର କୀର୍ତ୍ତି ହାସଲ କରିଥିଲେ ।
ଏହି ମାମଲାରେ ସେ ଭାରତର ପୂର୍ବତ୍ତନ ଅଧିନାୟକ ଧୋନିଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଧୋନି ୨୦୦୮ ପର୍ଥରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ୫ଟି କ୍ୟାଚ ଧରିଥିଲେ । କିନ୍ତୁ ଏବେ ରିଷଭ ୬ଟି ୱକେଟ କ୍ୟାଚ ଧରି ଧୋନିଙ୍କୁ ଫଛରେ ପକାଇଦେଇଛନ୍ତି ।


Share It

Comments are closed.